Wednesday, October 27, 2021

ନ୍ୟାୟ କାହିଁ

ଶୀର୍ଷକ:- *ନ୍ୟାୟ କାହିଁ*
~~•~•~•~•~•~•~•~•~•~•~•~
ନାମ:- *ରାଜେନ୍ଦ୍ର କୁମାର ବିଷୋୟୀ*
~~•~•~•~•~•~•~•~•~•~•~•~
ନ୍ୟାୟ କାହିଁ , 
କେଉଁଠି ଲୁଚିଛି
କେଉଁଠି ବନ୍ଧା ପଡିଛି ସେ , 
କାହାର ହାତରେ
କେଉଁଠି ହଜିଛି କାହା 
ଛତ୍ରଛାୟା ତଳେ
ନା....
ମିଳିବନି ଉତ୍ତର କା' ପାଖୁ
କାହିଁକି ନା', 
ସଭିଏଁ ତ ଅଭିଭାଷଣବାଦୀ
ସଭିଏଁ ତ ନାରାବାଜୀ
"ନାରୀ ସୁରକ୍ଷା ଆମର ଦୀକ୍ଷା"
ନାରାରେ କମ୍ପୁଛି ସଡକ
ତଥାପି ନିଲାମ ହୁଏ
ନାରୀର ଅର୍ଦ୍ଧ ନଗ୍ନ ଦେହ
ସ୍ପଷ୍ଟ ଦିବାଲୋକେ ସେହି
ବିଚ ରାସ୍ତା ପରେ
ଦେଖିଶୁଣି ଚୁପ୍ ରୁହନ୍ତି 
ସମସ୍ତେ ଭୟରେ 
କାଳେ ଯଦି 
ଖୋଲି ଦେବେ ପାଟି
ମାଫିଆ ଗୁଣ୍ଡା ହାତରେ 
ଫାଟିଯିବ ପିଠି
ତଥାପି ସ୍ବର ଉଠାଇ 
ମରିଛି ଇତିଶ୍ରୀ
ବେବିନା ତ ହଜିଅଛି 
ପିପିଲି ଛକରେ
ମରିଛି ନିର୍ଭୟା କୁନ୍ଦୁଲି 
ମରିଛି ତ ପରି
ମରିଛି ମମତା ମେହେର 
ପ୍ରତିବାଦ କରି
ଏବେ ବି ଅତୃପ୍ତ ଆତ୍ମା 
ଘୁରି ବୁଲେ ଏଠି
କିଏ ଦେବ 
ସେ ଆତ୍ମାକୁ ଶାନ୍ତି
ତାହା ଏଠି ବଡ ପ୍ରଶ୍ନବାଚୀ
କିନ୍ତୁ 
ମନେରଖ ସବୁ
ଏମିତି ବି 
ଆସିପାରେ ଦିନ
ଆମ ପରେ 
ହେଲେ ଅତ୍ୟାଚାର
ଉତ୍ତର ଦାୟାଦ ଆମର
ଚିତ୍କାର କରିବେ 
ନ୍ୟାୟ କାହିଁ ନ୍ୟାୟ କାହିଁ ବୋଲି......
ସେ ବେଳରେ 
ହୋଇବ ତ ଖୁସୀ
ଏହା ତୁମ ଅନ୍ତର କହୁଛି 
ଛି ଛି ଏ ନ୍ୟାୟକୁ ଛି ।।
~~•~•~•~•~•~•~•~•~•~•~•~
ପଳାସପଲ୍ଲୀ,ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy