Friday, January 15, 2021

ଜୀବନଗୀତି

ଡ. ପ୍ରିୟମ୍ବଦା ସାମଲ
ଏ ସୁନ୍ଦର ପ୍ରାଚୁର୍ଯ୍ୟ ଭରା ଜୀବନ
ଏ ସୁନ୍ଦର ସୁଗଠିତ ଶରୀର
ଏ ଅତର ବୋଳା ବ୍ଯସନ ଭୂଷଣ
ବସ୍ତ୍ର ଅଳଙ୍କାର, 
ମୋର ନୁହେଁ । 
ଉଚ୍ଚ ପଦସ୍ଥ ସ୍ବାମୀ
ପ୍ରତିଭାବାନ୍ ପୁଅଝିଅ
ଏ ସୁନ୍ଦର ଘରବାଡି
ଏ ମନ ପସନ୍ଦର ପ୍ରାସାଦ
ଲୋଭିଲା ଦାମୀ ଗାଡି
କେହିବି ମୋର କିଛି ନୁହେଁ
ଏ ଜିଇଁବାଟା ମୋର ନୁହେଁ
ମରିବା ବି ନୁହେଁ। 
ଆସିଛି ଲଂଗଳା ହୋଇ
ଯିବି ଶୂନ୍ଯ ହୋଇ
ଅଢେଇ ଦିନିଆ ହୋଇ
ବଢେଇବା ଶୋଭା
ପାଏ ନାହିଁ। 
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy