ସରୋଜ କୁମାର ସାହୁ
ସ୍ବପ୍ନ ଯେବେ ଭାସେ ମନ ଗହୀରରେ
ଝଲସି ଉଠଇ ଖୁସି
ଅତୀତ ଭବିଷ୍ୟ ଅବା ବର୍ତ୍ତମାନ
ନିମିଷକେ ଆସେ ଭାସି।
କେବେ ତୋଳି ଆଣେ ଫଗୁର ଫଗୁଣ
କେବେ ଶ୍ରାବଣର ମୋତି
ଭାଙ୍ଗି ଯାଇଥିବା ସ୍ବପ୍ନକୁ ଯୋଡଇ
ସାଥେ ଥିଲେ ଜହ୍ନରାତି।
ଲୁଚକାଳି ଖେଳେ ଜହ୍ନରେ ଛାଇରେ
ବଳକା ନିଦକୁ ଧରି
ଦିବସର କ୍ଲାନ୍ତି ମନର ଦରଦ
ଜୋଛନାରେ ଯାଏ ଭରି।
ଅଧାଗଢା ସେହି ଭଙ୍ଗା ହୃଦୟରେ
ଗଢିତୋଳେ ସ୍ବୟଂମ୍ବର
ଶୀତଳ ଜ୍ୟୋସ୍ନାରେ ବେସୁରା ମନଟା
ଗାଏ ସଙ୍ଗୀତର ଧାର।
ସରୋଜ କୁମାର ସାହୁ
ଆଠଗଡ,କଟକ
No comments:
Post a Comment