Friday, January 15, 2021

💕ସହରରେ ପାଗଳର ପ୍ରଳାପ 💕

କୋଳାହଳ ପୂର୍ଣ୍ଣ ସହର. ପ୍ରତାରଣା ପୂର୍ଣ ମାୟା ନଗରୀ. ଗାଡିଘୋଡା ପେଁଏ ପାଆଁକୁ କଳ କାରଖାନା ପ୍ରଦ୍ୟୁଷଣ ବହୁତ ଚାକଚକ୍ୟ ଭରା ମଅଲ ଭର୍ତ୍ତି. ସୁଖ ଦୁଃଖ ଭରା ସମୟର ଚକ୍ରରେ ଗଡିଚାଲେ ପ୍ରତିଦିନ. ସହରର ଭିତରେ ଗୋଟେ ଛୋଟ ପାର୍କ. ପ୍ରତ୍ୟେକ ଦିନ ପିଲାମାନଂକୁ ଧରି ଖେଳେଇବା ପାଇଁ ସହରର ବୁଦ୍ଧିଜୀବି ମାନେ ଆସନ୍ତି. ଅନ୍ୟ ଆଡେ ଜାଗା ନାହିଁ. ଥରେ ତାଙ୍କୁ ଖେଳେଇବା ପାଇଁ ଆଣି ଥିବା ମାଆ ମାନେ ଗୋଟେ ଜାଗାରେ ବସି କଥା ବାର୍ତ୍ତା ରେ ଲାଗି ପଡ଼ିଥାନ୍ତି. ସେମାନଙ୍କ ଭିତରୁ ଜଣ ଙ୍କ ଛୁଆ ବାହାରି ଆସିଛି ପାର୍କରୁ କୋଳାହଳ ପୂର୍ଣ୍ଣ ରାସ୍ତା ଉପରକୁ. ମୁଁ ବସିଥିବା ଗାଡି ଆଗକୁ ଚାଲି ଆସିଥିଲା. ଏଇ ପାଗେଳା ଜଣଙ୍କ ତାକୁ ବଂଚେଇବାକୁ ଯାଇ ଖଣ୍ଡିଆ ଖାବରା ହୋଇ ଗଲା. ଛୁଆଟା କୁ ଧରି ତାର ବାପ ମାଆଂକୁ ଖୋଜୁ ଥାଏ.

ପାର୍କରେ ପିଲାଟିକୁ ନପାଇ ବ୍ୟସ୍ତ ହୋଇ ଖୋଜାଖୋଜି କରୁଥାନ୍ତି ଓ   ଜଣେ ଦେଖିଲା ଗୋଟେ ପାଗେଳୀ ଛୁଆଟା କୁ ଧରିଛି. ସମସ୍ତେ କିଛି ସତ ମିଛ ନଜାଣି ତାଠୁ ଛୁଆ ଟିକୁ ଟାଣି ନେଲେ ଆଉ ପିଲା ଚୋର କହି ବାଡ଼େଇବାକୁ ଲାଗିଲେ. ପାଗଳଟିକୁ ବାଡେଇ ତାକୁ ଦରମରା କରିବା ସମୟରେ, ମୁଁ ସେମାନଂକୁ ସତ କଥା କହିବା ପୁର୍ବରୁ ପାଗଳଟିକୁ ବାଡେଇବାରେ ଲାଗିଥିଲେ. ବହୁ ସମୟ ପରେ ଜଣେ ଦୁଇ ଜଣ ଶୁଣିଲେ ଓ ଦେଖିଲେ ତାକୁ ବଂଚେଇବାକୁ ଯାଇ ସେ ଖଣ୍ଡିଆ ଖାବରା ହୋଇ ଯାଇଛି. ମୁଣ୍ଡରେ ଆଉ ଶରୀରର ବିଭିନ୍ନ ଅଂଶରେ ରକ୍ତ ବାହାରୁଛି. ଲୋକ ମାନଙ୍କ ମୁଣ୍ଡ ଲାଜରେ ନୁଆଇଁ ଯାଉଥିଲା. କିନ୍ତୁ ପାଗେଳାଟି କଣ କହି କହି ସେଠୁ ଚାଲି ଆସୁଥିଲା. ମୁଁ ଭାବୁଥିଲି କଅଣ ବା କହୁଥିବ?
   ବୋଧେ କହୁଥିବ ଚାଲ୍ ଫେରି ଯିବା ଗାଆଁକୁ କୋଳାହଳ ପୂର୍ଣ୍ଣ ସହରକୁ ଛାଡି. ଏ ପ୍ରତାରଣା ପୂର୍ଣ ମାୟା ନଗରୀରେ ସମସ୍ତେ ଅନ୍ଧ ହୋଇଛନ୍ତି ପ୍ରତାରଣାରେ. ଆଖି ଝଲସିଆ ଏଲ୍ଇଡି ବଲ୍ ଜୀବନରୁ ଭଲ ଡିବିରି ବତୀର ଆଲୁଅ. ରଙ୍ଗୀନ ଆଲୋକ ପବ୍ କ୍ଲବ୍ ଛାଡି ଗାଆଁ ଭାଗବତ ଟୁଙ୍ଗି କେତେ ସୁନ୍ଦର. ସହରୀ ମଟନ ଚିଲି ଚିକେନ ଠାରୁ ପଖାଳ ଓ ଶାଗଭଜା କେତେ ଭଲ. ମଣିଷକୁ ଭଲ ପାଇବା କୁଆଡେ ଗଲା. ଚାରିଆଡେ ସନ୍ଦେହର ଚକ୍ଷୁ କାହିଁକିସ୍ନେହ ସମ୍ମାନ ସମ୍ପର୍କ ମର୍ଯ୍ୟାଦା ବିହୀନ ଜୀବନ ମୂଲ୍ୟହୀନ.
   ମୁଁ ଏକ ପାଗଳ, ତେଣୁ ବାରମ୍ବାର ଲାଞ୍ଛିତ, ଅବହେଳିତ, ନିଷ୍ପେସିତ
ହାହାକାର ମୋର ଏକାନ୍ତ ଜୀବନ. ତଥାପି ବଞ୍ଚିଛି ମୁଁ ମରୁଭୂମି ମରୁବାଲି ପରେ. ସହି ପାରୁନି ଅସହ୍ୟ ଯନ୍ତ୍ରଣା ଦେଖି ମୋର ଏ ଅବସ୍ଥା, ମୋର ଅସ୍ତବ୍ୟସ୍ତ ଜୀବନରେ ବ୍ୟତିବ୍ୟସ୍ତ ମୋ ମନକୁ. ତଥାପି ବଂଚି ରହିଛି. ଏଇତ ଜୀବନ ଏଇତ ଜୀବନ.

!!!!!!!!!!!!!!!!!!!!!!!!!!!!!!!
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
!!!!!!!!!!!!!!!!!!!!!!!!!!!!!!!!!

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy