Friday, January 15, 2021

ଜୀବନ ଜଳୁଛି ଯନ୍ତ୍ରଣା ଯୁଇରେ

   🌿🌿🌿🌿
ଜୀବନ ଜଳୁଛି
     ଯନ୍ତ୍ରଣା ଯୁଇ ରେ
ପ୍ରାଣ କାନ୍ଦେ କଇଁ କଇଁ
 
ତୁମ ପରି ଦେବ
  ଥାଉଁ ଥାଉଁ ପରା
ଏ ସବୁ କାହିଁ ଘଟ ଇ।

ତୁମ ବିଚାର ରେ
   ସଭିଏଁ ସମାନ
ନୁହେଁ କେହି ବଡ଼ ସାନ
କ୍ଷୀରି ଖେଚୁଡ଼ି ରେ
    କାହା ପେଟ ଭରେ
କାହାକୁ ନ ମିଳେ ଅନ୍ନ।
ଖଟ ପଲ୍ୟଙ୍କ ରେ
    କା ରାତି ବିତ ଇ
କାହା ରାତି ଉଜାଗ ରେ
ଏମିତି କାହିଁକି
    କରୁଛ ଗୋସାଇଁ
ତୁମ ଗଢା ଏ ସଂସାରେ ?

ଏହି ଅନୁରୋଧ 
   ତୁମ ପାଶେ ପ୍ରଭୁ
ଭେଦଭାବ ଦୂର କର
ସବୁରି ପ୍ରାଣୀଙ୍କୁ
     ସମ ଭାବେ ଚାହିଁ
ସଂସାର ପାଳନ କର।
      🍁🍁🍁🍁
ବିଜୟ କୁମାର ସ୍ବାଇଁ ପ୍ରଧାନ ପଡା କଟକ।
      

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy