ସୂର୍ଯ୍ୟ ନାରାୟଣ ସାବତ
ନେତାଙ୍କ ନେତା ଅଦ୍ଵିତୀୟ ନେତା,
ଭାରତ ମାତାର ସୁଯୋଗ୍ୟ ସୁତ,
ଲଢୁଆ ସେନା ବାହିନୀ ନିର୍ମାତା,
ଚଖେଇବାକୁ ସ୍ୱାଧୀନତା ସ୍ୱାଦ ।
ଭାରତ ଜନନୀ ଆଖିରୁ ଲୁହ,
ପୋଛିବାକୁ ପଣ କରିଲ ତୁମେ,
ଦେଶ ମାତୃକାର ହୃଦୟ କୋହ,
ଜନମି ଥିଲ ଏ ଭାରତ ଭୁମେ ।
କର୍ମବୀର ବାଗ୍ମୀ ରାଷ୍ଟ୍ରନାୟକ,
ନିର୍ଭୀକ ନିର୍ଲୋଭ ଦେଶସେବକ,
ରାଷ୍ଟ୍ରପ୍ରେମ ମଧୁପାନ ନିମିତ୍ତ,
ଜୀବନ କରିଛ ଉତ୍ସର୍ଗୀକୃତ ।
ବିଶ୍ୱ ଭାତୃତ୍ବର ଅମୃତ ବାଣୀ,
ଶୁଣାଇଲ ସବୁ ମନକୁ ଜିଣି,
ଜନ ମାନସରେ ପାଇ ପ୍ରସଂଶା,
ହରିନେଲ ତୁମେ ଫିରିଙ୍ଗି ହସା ।
ସୁବାଷ ବୋଷଙ୍କ ଭୟେ ବ୍ରିଟିଶି,
ପ୍ରମାଦ ଗଣିଲା ବେଶିରୁ ବେଶୀ,
ବଢିଗଲା ତାଙ୍କ ସୁବାଷ ଭୀତି,
ଶଙ୍କାରେ ଥରିଲା ଇଂରାଜୀ ଛାତି ।
ବ୍ରିଟିଶ ଶାସନ ଥରିଲା ଯେଣୁ,
ବାହାନା ରଚିଲେ ବେପାରୀ ତେଣୁ,
ତାରିଫ କରିଲେ ଅହିଂସା ନୀତି,
ଛାଡି ପଳାଇଲେ ରାତିକାରାତି ।
************
ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୁମ୍ମା(ବୈପାରିଗୁଡା)-୭୬୪୦୪୩
କୋରାପୁଟ ଜିଲ୍ଲା(ଓଡିଶା)
No comments:
Post a Comment