Sunday, January 10, 2021

ଅସ୍ତିତ୍ୱ

ତା ଅଧରେ ଥିଲା ସ୍ମିତହାସ୍ୟ.. 
କ୍ଳେଶରୁ  ସତେ କୋଶ ଦୂର.. 
ଅନୁମେୟ ହେଉଥିଲା ସତରେ.. 
ପରନ୍ତୁ  ଏ ତ କେବଳ ଅର୍ଦ୍ଧସତ୍ୟ.. 

ମଜାକିଆ ମସ୍ତି  ଅନ୍ଦାଜ ସାଥିରେ.. 
ବେପରୁଆ ଖୋଲା ହସ ଓ ଖୁସିରେ 
ଅସଂଖ୍ୟ ଉର୍ମିମାଳା ମନ ଦରିଆରେ.. 
ମଥାପିଟି ଫେରିଲେ ବେଳାଭୂମିରୁ !! 

ଛାଡ଼ିଯାଇଛି ଅଗଣିତ ଶଙ୍ଖ,ଶାମୁକା.. 
ବାଲୁକା ରାଶିରେ ଖୋଜୁଛି ଅତିତ.. 
ପ୍ରଚଣ୍ଡ ରୌଦ୍ର ତାପେ ତପ୍ତ ବାଲୁକା.. 
ଖୋଜୁଛି ଶାମୁକା ତା ଅସ୍ତିତ୍ୱ କୁ !! 

କଣ ଥିଲା... ଆଜି କଣ ହେଲା... 
ଅତଳ ଗଭୀର ସାଗର ଜଳରାଶି.. 
ଆଉ ତପ୍ତ ସନ୍ତପ୍ତ  ବାଲି ଶେଜ.. 
କାଲି ର ସୁଖଶିରି ସପନ ଆଜ !! 

ତତଲା ଲୁହ ଦି ଟୋପା ସାକ୍ଷୀ..  
ଶ୍ରଦ୍ଧାଞ୍ଜଳି ତା  ଅତୀତ ଜୀବନକୁ.. 
ଅସ୍ତି ମଧ୍ୟରେ ଅସ୍ତିତ୍ୱ ଖୋଜୁଛି... 
ମିଳିବ କି ନାହିଁ  ଜଣା  ନାହିଁ  !! 

ଅବଶିଷ୍ଟ  ଅବଶେଷ ତୋ ହାତେ 
ଅଖିଳ ବ୍ରମହାଣ୍ଡ ନାଥ କୃପା କର 
ପାରି କର ଏ  ଭବ ପାରାଵାର ରୁ.. 
ଖୋଜେ ମୁଁ ଅସ୍ତି ଶେଷ ଅସ୍ତିତ୍ୱର.. 

ମୂଲ୍ୟ ଅବା କଣ ? ? 

151, ନାଗାର୍ଜୁନ  କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy