Sunday, January 10, 2021

ବନ୍ଧୁତାର ପ୍ରତିଛବି

ସୁକାନ୍ତ ଖଣ୍ଡା
ବନ୍ଧୁତାର ପ୍ରତିଛବି ଆଉ ଯମା ଦେଖାଯାଉ ନାହିଁ ମୋଟେ
ସଭିଏଁ ସଭିଙ୍କୁ ଶୋଷିବାରେ ମଗ୍ନ ସୁଯୋଗକୁ ଦେଖି ଚୋଟେ।୧
ବାପା ଦେଉନାହିଁ ସକଳ ସମ୍ପତି ଦେଉନି ମାଆ ମମତା 
ଭଉଣୀ ଭାଇକୁ ଶୋଷଣ କରୁଛି ମନ କରିଦେଇ ପିତା।୨
ରାଜନେତା ଆଉ ପ୍ରଶାସକଙ୍କର ମନ ତ ପାଇବ ନାହିଁ 
ପେଟରେ ଗୋଟିଏ ପାଟିରେ ଗୋଟିଏ ଏ ଜଗତେ ଅଛି ଭାଇ।୩
ବ୍ଯବସାୟୀମାନେ ଠକିବାରେ ମଗ୍ନ ପଚାରିଲେ ଦାମ୍ କେତେ
ପୁଅର ମୁଣ୍ଡରେ ହାତ ଥୋଇଦେବେ ଠକିବାକୁ ପୂରା ହାତେ।୪
ପତ୍ନୀ ତା' ଇଛାରେ ବୁଲୁଛି ହାଟରେ ଧରିକି କାହାର ହାତ 
ସ୍ବାମୀ ବି ବୁଝେନା ପତ୍ନୀର ହୃଦୟ ସ୍ବାର୍ଥ ଦେଖି ମାରେ କାତ?୫
ବନ୍ଧୁତାର ପ୍ରତିଛବି ମିଳୁ ନାହିଁ ସ୍ବାର୍ଥରେ ସଭିଏଁ ବନ୍ଧା
ନିଜର ଫାଇଦା ମିଳୁଥିଲେ ଭାଇ ସବୁ ହୋଇଯିବା ଛନ୍ଦା।୬
ଧନ୍ଯ ଏ ଜଗତ ମଣିଷ ପଣିଆ ଧନ୍ଯ ସବୁ ଏଠି ଆମେ
ସ୍ବାର୍ଥରେ ସ୍ବାର୍ଥରେ ବନ୍ଧା ହୋଇ ନିତି ବୁଲୁଅଛେ ସଦା ଭ୍ରମେ।୭
ହେ ଭାଇ ଭଉଣୀ ସମୟ ସୁଅରେ ଚାହିଁକି କୁହତ ରବି
ଇଏ କେଉଁ ଭଲ ସ୍ନେହ ପ୍ରେମ ପ୍ରୀତି ବନ୍ଧୁତାର ପ୍ରତିଛବି?୮
                      ***
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy