Monday, January 11, 2021

ସକାଳ ଜଣାଣ

      ଗୋଦାବରୀଶ ଦାସ
ବାଇସି ପାହାଚେ  ଗଡାଇ ଦିଏରେ
ଯାଉଥିବି ଗଡିଗଡି
ଭକ୍ତପାଦ ଧୂଳି  ମୁଣ୍ଡରେ ମୁଁ ବୋଳି
 ଜୀବନ ଯାଆନ୍ତା ଛାଡି।,,,,,
ରଥ ଯାତରାରେ  ରଥ ଟାଣୁଟାଣୁ
ଯାଆନ୍ତି ମୁଁ ତଳେ ପଡି
ତୋର ନନ୍ଦିଘୋଷ  ଷୋଳଚକା ସବୁ
 ଯାଆନ୍ତା ଉପରେ ମାଡି।
ବାଇସି ପାହାଚେ  ଗଡାଇ ଦିଏରେ
ଯାଉଥିବି ଗଡିଗଡି,,,,,,,,
ହରିବୋଲ ସୁରେ ବଡ ଭକ୍ତି ଭରେ
ରଥ ଦଉଡିକୁ ଭିଡି
ନନ୍ଦିଘୋଷ ରଥ ଟାଣିବେ ଭକତ
ଆଗକୁ ଆଗକୁ ମାଡି।
ବାଇସି ପାହାଚେ ଗଡେଇ ଦିଏରେ
ଯାଉଥିବି ଗଡିଗଡି,,,,,,,,
ତୁହିରେ କାଳିଆ  ବଡ ଆନନ୍ଦରେ
ଯାଉଥିବୁ ରଥ ଚଢି
ତୋର ବଡଦାଣ୍ଡେ  ମୋଶରୀର ରଥ
ରହିଥିବ ଭଲା ପଡି।
ବାଇସି ପାହାଚେ ଗଡେଇ ଦିଏରେ
ଯାଉଥିବି ଗଡିଗଡି,,,,,,
ରଥ ମୋର ଯିବ ସ୍ବର୍ଗ ଦୁଆରକୁ
ସେହିଠାରେ ଦେବେ ପୋଡି
ମୋହାଡ ମାଉଁସ  ହୋଇବ ପାଉଁଶ
ପବନରେ ଯିବ ଉଡି।
ବାଇସି ପାହାଚେ ଗଡେଇ ଦିଏରେ
 ଯାଉଥିବି ଗଡିଗଡି,,,,,,,
===============
ଶଙ୍ଖମୂଳ, ରଣପୁର
ନୟାଗଡ଼

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy