Tuesday, January 19, 2021

ମାନବ ସେବା

          ସନ୍ତୋଷ କୁମାର ସାହୁ


ମଣିଷ, ମଣିଷ ରକତ ତ ଏକ

ଏକୁ ଯେ ଆରେକ 

ନିରିଖେଇ ଦେଖ

ନୁହେଁଟି ଭିନ୍ନ କାହାରି l


ମାନବର ସେବା ମାଧବ ସେବା

ଲେଖା ଅଛି ପରା ଶାସ୍ତ୍ରେ  ଆମରି l

ସେବା କରି ଯେଉଁ ପୂଣ୍ୟ ଅରଜିବା

ପୂଣ୍ୟପ୍ରଦ ହେବ ସଦା ସବୁରି l


ଗୋପବନ୍ଧୁ ଆଉ ମଦର୍ ଟେରେସା

ସେବା ଆଚରିଣ ପାଇଲେ ପୂଜା l

ସେହି ଦେଶେ ଜନ୍ମି କିମ୍ପାଇ ହେ ଭାଇ

ମଣିଷ ଜନମେ ପାଇବା ଲଜ୍ଜା l


ଦରିଦ୍ର ନାରାୟଣେ କରିଲେ ସେବା

ବୈକୁଣ୍ଠପ୍ରାପ୍ତିର ଯୋଗ

ଦୁଃଖୀ ଜନ ଯେବେ ହୋଇବେ ତୃପତି

ମଣିଷ ଜୀବନ ହୋଇବ ସାର୍ଥକ

ମନରେ ନରଖ ଟିକିଏ ଦକ l


ଚିର୍ମା
ନବରଂଗପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy