Friday, January 15, 2021

ମୋ ଜନ୍ମଦିନ ରେ...

ନିର୍ମଳ ନାୟକ 
(କବିତା ) 

ସବୁଠୁ ସୁନ୍ଦର, ସବୁଠୁ ସରସ.. 
ମଧୁର ସମ୍ବୋଧନ ପରସ.. 
ସ୍ୱତନ୍ତ୍ର ଦିବସ ଆସେ ପ୍ରତି ବରଷ.. 
ଜୀବନେ ଜନ୍ମଦିନ ଦିବସ !! 

ସାଙ୍ଗ ସାଥି ମାନଙ୍କ ଅଭିନନ୍ଦନ... 
ଲୁଚିଯାଏ ମନର କ୍ଳେଶ.. 
ଜୀବନ ର  କୋଣ  ଅନୁକୋଣ... 
ଭରିଦିଏ ମୁଠାଏ ଉଲ୍ଲାସ !! 

କେହିଯଦି ସମ୍ବୋଧନ କରିଥାଏ.. 
ଜନ୍ମଦିନ ର  ଶୁଭେଚ୍ଛା... 
ଆନନ୍ଦିତ ହୋଇଯାଏ  ମନ ଓ ପ୍ରାଣ... 
ପୂର୍ଣ୍ଣତା ଲଭେସଭି ଇଛା !! 

ଅସୁମାରୀ  ଖୁସିର ଫୁଆର ଛୁଟିଯାଏ.. 
ମନ ର ସୁପ୍ତ ଝରଣା ରେ.. 
ଚଳଚଞ୍ଚଳ ହୋଇଉଠେ ଦୁଖୀ ଜୀବନ 
ପ୍ରଫୁଲ୍ଲିତ ନବ ଉନ୍ମାଦନା ରେ !! 

ଏକ ବର୍ଷ ଆୟୁ ହ୍ରାସ ହୁଏ ପରମାୟୁ ରୁ.. 
ତଥାପି ଖୁସିରେ  ଅଧୀର... 
ଅନ୍ତ ସମୟ ସନ୍ନିକଟ ହେଲେବି ସମୀପ.. 
ଚିନ୍ତାନାହିଁ ଖୁସିରେ ଆତୁର !! 

ଜନ୍ମଦିନର ଶୁଭଘଡି ହୃଦୟେ ଭରିଦେଉ.. 
ଅଶେଷ ସୁଖ, ଶାନ୍ତି ପ୍ରେମ... 
ଅଭୟ ମିଳୁ ଚଉବାହା ଟେକି କାଳିଆ ର 
ଶେଷ କାଳ ହଉ ଅନୁପମ !! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy