Monday, January 11, 2021

ରଘୁଆ ମଶାଣୀ

ନିରଞ୍ଜନ ସାହୁ

ପାହାଡ଼ ତଳେ ଗାଁ ଟିଏ     
ନାମ ପାହାଡ଼ିଗୁଡା
ରାସ୍ତା ଘାଟ ର ସେତେ ସୁବିଧା ନାହିଁ
ତିନିଶହ ପରିବାର କୁ ନେଇ ଗାଁ
ସେ ଗାଁ ରେ ବାସ କରେ
ରଘୁଆ ପରଜା
ସାଧାରଣ ଲୋକ ଟିଏ
ପଞ୍ଚମ ଯାଏଁ ଗାଁ ସ୍କୁଲ ରେ ପଢ଼ିଥିଲା
ଲେଖାପଢ଼ା ଅଳ୍ପ ବହୁତ ଜାଣେ
ସ୍ୱାମୀ ସ୍ତ୍ରୀ ଦୁଇଜଣ
ଭଗବାନ ତା କୋଳରେ ସନ୍ତାନ ଟିଏ ଦେଇନାହାନ୍ତି
ହଠାତ ମେଲେରିଆ ରେ ସ୍ତ୍ରୀ ଛାଡି ଚାଲିଗଲା
ଦୁନିଆରେ ଏକା ହୋଇଗଲା ରଘୁଆ,,
ଏକାନ୍ତ ଜୀବନ କାଟିବାକୁ ବାଧ୍ୟ ହେଲା
ଆ ଭିତରେ ରଘୁଆ ବୁଢ଼ା ବି ହେଇଗଲାଣି

ଗାଁର ମଝିରେ ରଘୁଆ ର ଘର
 ଝାଟି ମାଟି ରେ ତିନିବଖରା ଘର
ଗାଁ ରେ ଜାହାକାମ ମିଳେ କରେ

ପ୍ରତିଦିନ ଗାଁ ର ମନ୍ଦିର କୁ ଯାଇ ଝାଡୁକରିଦିଏ
ଗାଁ ପୋଖରୀ କୁ ଯାଇ ତୁଠ ଗୁଡିକ ପାଖ ସଫା କରିଦିଏ
ଫଡା ଫଡା ଦାନ୍ତ କାଠି ଗୁଡିକ ଏକାଠି କରି ନିଆଁ ଲଗାଏ

କାହାର ଭୋଜି ଭାତ ପଡିଲେ ରଘୁଆ କୁ ଖୋଜା ପଡେ
ଦିନଯାକ କାମ କରେ ଖାଏ କିଛି ଟଙ୍କା ଆଣି ସଞ୍ଚୟ କରେ
ବଡ଼ କଞ୍ଜୁସ ଟିଏ ,,,
କୃପଣ ଟିଏ,,,
ଗାଁ ଲୋକଙ୍କ ଭାଷାରେ

କାମଧାମ କରି ଯାହା ଟଙ୍କା ମିଳେ
ସବୁ ସଞ୍ଚୟ କରେ
ଗୋଟେ ଧଳା ଧୋତି ଆଣ୍ଠୁ ପର୍ଯ୍ୟନ୍ତ
କାନ୍ଧରେ ଖଣ୍ଡେ ଗାମୁଛା ଥାଏ
କିଏ ଲୁଗା ଖଣ୍ଡେ ଦେଲେ ନିଏନି
କହେ ମୋର କଣ ହେବ
ବେଳେ ବେଳେ ଲୋକେ କୁହନ୍ତି 
ଆରେ ରଘୁଆ ଭଲକରି ଖଣ୍ଡେ ପିନ୍ଧେ ଭଲକରି ଗଣ୍ଡେ ଖାଉନୁ
ଏତେ ଟଙ୍କା ରଖିଛୁ କଣ କରିବୁ
ରଘୁଆ କହେ ମହାତ୍ମା ଗାନ୍ଧୀ ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧି ସ୍ୱାଧୀନ ଆଣିପାରିଲେ 
ତମେ ସବୁ ଏତେ ଭଲ ଭଲ ପିନ୍ଧି କଣ କରିଛ କହିଲ?
ଆଉ ରହିଲା ଟଙ୍କା କଥା
ଆଉ ଯେତିକି ଟଙ୍କା ରଖିଛି ସବୁ ମଶାଣି କୁ ଫିଙ୍ଗିଦେବୀ,,
ଗାଁ ସରପଞ୍ଚ BPL କାର୍ଡ ଟିଏ କରିଦେଲେ
ରଘୁଆ କିନ୍ତୁ ନେବାକୁ ନାରାଜ
କୁହେ ମୋର କଣ ହେବ କାମ କରିବି ବଞ୍ଚିବି
ଏହା ତ ଗରିବ ଲୋକଙ୍କ ପାଇଁ
ମୋର ଘର ଅଛି କାମ କରିପାରୁଛି,
କେବେ ଟଙ୍କିକିଆ ଚାଉଳ ଧାଡିରେ ଛିଡ଼ା ହେବାର  ରଘୁଆ କୁ କିଏ ଦେଖିନାହାନ୍ତି,,
ବାର୍ଦ୍ଧକ୍ୟ ଭତ୍ତା ବି ସରପଞ୍ଚ ଯୋଗାଡ଼ କରିଦେଲେ
ତାକୁ ବି ପ୍ରତ୍ୟାଖାନ କରିଦିଲା ରଘୁଆ
ଏକା ଉତ୍ତର ଗରିବ ଦିନ ହୀନ ବୁଢ଼ା ବୁଢ଼ୀ ପାଇଁ
ସରକାର ଦେଉଛି ମୁଁ କାହିଁକି ନେବି,,
କିନ୍ତୁ ଗାଁର ବହୁତ ଥିବା ଵାଲା ଲୋକ ଚାଉଳ ଓ ଭତ୍ତା ଆଣିବାକୁ ସଂଗ୍ରାମ କରନ୍ତି,,
ଏପଟେ ରଘୁଆ ଗୋଟେ କୃପଣ କଞ୍ଜୁସ ବୋଲି କୁହନ୍ତି,
 କଞ୍ଜୁସ ରଘୁଆ ବୋଲି ଡାକନ୍ତି,,
ଏତେ ଟଙ୍କା ରଖିଛୁ କଣ କରିବୁ
ରଘୁଆ କହେ ମଶାଣି କୁ ଫିଙ୍ଗିଦେବି
ଗାଁ ଲୋକେ  ରଘୁଆ କୁ ଚିଡ଼େଇ କୁହନ୍ତି ଆରେ ରଘୁଆ ମଶାଣି 
ରଘୁଆ ବି କୁହେ ହଁ ହଁ ମୁଁ ରଘୁଆ ମଶାଣି
ସେଇ ମଶାଣି ଯେଉଁଠିକୁ ତୁମେ ବି ଯିବ,,
ରଘୁଆ ହଠାତ ଘର ବିକିଦେଵ କହିଲା
ଗାଁ ମଝିରେ ଘର ,କିଣି ବାକୁ ଗରାଖ ବି ବାହାରିଲେ
ଘରଟି କୁ 2 ଲକ୍ଷ ରେ ବିକ୍ରିକରିଦେଲା
କିଣିବା ଲୋକ କୁ କହିଲା
ମୁଁ ଛ ମାସ ଏ ଘରେ ରହିବି ଓ ଭଡା ଦେବି
ଛ ମାସ ପରେ ତୁମେ ଘର ନିଜ କବଳ କୁ ନେବ
କିଣିବା ଲୋକ ବି ରାଜି ହେଲା
ସମସ୍ତେ ପଚାରିଲେ ଘର ବିକି ଟଙ୍କା କଣ କରିବୁ
ରଘୁଆ ସେଇ ଗୋଟିଏ ଉତ୍ତର ମଶାଣି କୁ ଫିଙ୍ଗି ଦେବି,
ଲୋକେ ବି ତାର ଉତ୍ତର ଶୁଣି ଶୁଣି ବିରକ୍ତି ହୋଇ
କିଏ ପଚାରନ୍ତି ନାହିଁ,,
ରଘୁଆ ର ଗାଁ ର ଶେଷ ମୁଣ୍ଡରେ ଗୋଟେ ଏକର  ଜମି ଥିଲା
ସେ ଜମିରେ ଘର ଆରମ୍ଭ କଲା,,
ନଳକୂପ ଟିଏ କଲା,,
ଦୁଇ ଚାରିଟା ଘର କଲା 
ଫୁଲ ଗଛ ଲଗେଇ ବଗିଚା ଟିଏ କଲା
ଚାରିପଟେ ପାଚେରୀ କଲା
ଲୋକେ କଥା ହେଲା ଗାଁ ମଝିରୁ ଘର ବିକି 
ମଶାଣି ଜାଗାରେ ଘର କରୁଛି
ରଘୁଆ ପାଗଳ ହେଇ ଗଲାଣି,,
କିନ୍ତୁ ରଘୁଆ କୁ କିଏ କିଛି କୁହନ୍ତି ନାହିଁ,,
ଆଭିତରେ ଛ ମାସ ହେଇଗଲାଣି
ଆଉ ପନ୍ଦର ଦିନ ବାକିଥାଏ
ହଠାତ ଲୋକେ ଦେଖିଲେ 
ରଘୁଆ କରିଥିବା ଘର  ପାଚେରୀ ରେ ବୋର୍ଡ ଟିଏ ମରାହେଇଛି
ରଘୁଆ ମଶାଣି,,,
ଲୋକେ କିଛି ବୁଝି ପାରିଲେନି,,
କାରଣ ବୁଝିବାକୁ ରଘୁଆ ପାଖକୁ ଗଲେ
ଘରେ ଯାଇ କବାଟ କୁ ମାରିଲେ
ଭିତରୁ ଉତ୍ତର ନାହିଁ
କବାଟ ଭାଙ୍ଗି ଭିତରେ ପଶିଲେ
ଦେଖିଲେ ରଘୁଆ ଆଉ ନାହିଁ
ପାଖରେ ଗୋଟିଏ ଚିଠି ଅଛି,,ଲେଖାଥିଲା,,
ମୁଁ କହୁଥିଲି ନା ସବୁ ମଶାଣି କୁ ଫିଙ୍ଗିଦେବି
ମୋ ଗାଁ ରେ ମଶାଣି ଟିଏ ନାହିଁ 
ମୋ ସ୍ତ୍ରୀ କୁ ଦାହ କଲାଦିନ ବର୍ଷା ପ୍ରବଳ
ମଶାଣି ରେ ଦୁଇଦିନ ପଡ଼ିରହିଲା ନଡାଛପର ଘୋଡେଇ
ସେଇ ଦିନ ମୋ ସ୍ତ୍ରୀ ର ଶବ କୁ କଥାଦେଇଥିଲି
ମୋ ଗାଁ ରେ ମଶାଣି ଟିଏ କରିବି
ଯେମିତି ମୋ ଗାଁର କିଏ ମୋ ଭଳି ଅସୁବିଧା ନପାଉ
ସେଥିପାଇଁ ବହୁତ ଟଙ୍କା ଦରକାର ,
ତେଣୁ ମୁଁ ଦିନରାତି କାମ କରେ ସଞ୍ଚୟ କରେ
କଞ୍ଜୁସ ପରି ଚଳେ
ସତ ଉପାୟରେ ଟଙ୍କା କମେଇ ନିଜ ଟଙ୍କା ରେ କରିବି ବୋଲି
ଶପଥ କରିଥିଲି
ତେଣୁ ମୁଁ ଭତ୍ତା କି BPL ସୁବିଧା ନେଉ ନଥିଲି
ଦେଖିଲି ବୟସ ହେଇଗଲାଣି
ଆଉ ବେସିଦିନ ବଞ୍ଚିବି ନାହିଁ
ମଶାଣି ପାଇଁ ଯେତିକି ଟଙ୍କା ଆବଶ୍ୟକ ସଞ୍ଚୟ କରିପାରିଲି ନାହିଁ,,
ତେଣୁ ଘର ବିକ୍ରି କରିବାକୁ ବାଧ୍ୟ ହେଲି
କାରଣ ମୋ ସ୍ତ୍ରୀ କୁ କଥାଦେଇଛି,
ମୋର ସମସ୍ତ ସମ୍ବଳ କୁ ନେଇ ମଶାଣି ଟିଏ କରିଛି
ମୋର ଅନୁରୋଧ ମଶାଣି କୁ ମୋ ଗାଁ କିମ୍ବା ଆଖପାଖ ଗାଁ ଲୋକ ମାନେ ସମସ୍ତେ ବ୍ୟବହାର କଲେ ମୋ ଆତ୍ମା ଶାନ୍ତି ପାଇବ
ହଁ ଆଉଗୋଟେ କଥା ମୋ ଶବ କୁ,,ଆମ ଗାଁ ର
ପୁରୁଣା ତେନ୍ତୁଳି ଗଛ ମୂଳରେ ଥିବା ଗାଁ ମଶାଣି ରେ ଦାହ କରିବ,,କାରଣ
ମୋତେ ମୋ ସ୍ତ୍ରୀ ସେଠାରେ ଜଗିବସିଥିବ,,,
ଚିଠି ପଢି ଗାଁ ଲୋକମାନେ ସମସ୍ତେ କାନ୍ଦି ଉଠିଲେ
ଆଉ କହିଲେ ଆରେ ରଘୁଆ ତୋ ମନରେ ଏୟାଥିଲା
ଆମେ ସମସ୍ତେ ଯାହା କରି ପାରିଲୁ ନାହିଁ
ତୁ ଏକା କରିଦେଲୁ,,
ତୁ ମରିନୁ ରେ ରଘୁଆ 
ସବୁଦିନ ପାଇଁ ରଘୁଆ ମଶାଣି ହୋଇ ରହିଗଲୁ
ଧନ୍ୟ ତୋ ଚିନ୍ତାଧାରା,,
ମରିଗଲୁ ସିନା ସ୍ୱାଭିମାନ ରେ ବଞ୍ଚିଲୁ
କେବେ କାହାପାଖରେ ହାତ ପାତିନୁ,,
ଗାଁ ଲୋକେ ମିଶି କ୍ରିୟାକର୍ମ କଲେ
ତାର ସ୍ତ୍ରୀ କୁ ଯେଉଁଠି ଦାହ କରାଯାଇଥିଲା
ସେଠାରେ ହିଁ ରଘୁଆ କୁ ଦାହ କଲେ,,,
ରଘୁଆ କରିଥିବା ମଶାଣି କୁ ଯାଇ ଦେଖିଲେ
ଶବ ଦାହ କରିବାକୁ ସମସ୍ତ ସୁବିଧା ଅଛି
ଗାଁ ଲୋକେ ମିଶି ସେ ମଶାଣି ରେ
ରଘୁଆ ର ପ୍ରତିମୂର୍ତ୍ତି ଟିଏ କରି ସ୍ଥାପନ କଲେ,,

ସେଇଦିନ ଠୁଁ ଆଖପାଖ ଗାଁରେ  କିଏ ବର୍ଷାଦିନେ ମରିଗଲେ
ଶବ ଦାହ ପାଇଁ ଅସୁବିଧା ଭୋଗି ନାହାନ୍ତି 
କାରଣ ରଘୁଆ ମଶାଣି ଆଜି ବି ଛିଡା ହେଇଛି,,,
*ଜୟପୁର, କୋରାପୁଟ........*

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy