Friday, January 15, 2021

ଦିବ୍ଯ ପୁରୁଷ ବିବେକାନନ୍ଦ

  ଶକ୍ତିଦା ବିଷୋୟୀ
ବିବେକ ପୁରୁଷ ବିବେକା ନନ୍ଦ ହେ
    ଦିବ୍ଯ ସୌନ୍ଦର୍ଯ୍ୟ ର କାନ୍ତି
ସ୍ବର୍ଣ୍ଣିବ କିରଣ ଜ୍ଯୋତି ବିରାଜଇ
    କନ୍ଦର୍ପ ହୋଇଲେ ନିନ୍ଦି ।।୧
ଶୌଶବ କାଳରୁ ଆଧ୍ୟାତ୍ମିକ ନିତୀ
  ପଦ୍ମାସନେ ଧ୍ଯାନ ମଗ୍ନ
ମୁଦ୍ରିତ ନୟନେ ଯୋଗାସନେ ବସି
   ଗୁରୁ ପାଦେ ରଖି ଧ୍ଯାନ।।୨
ତ୍ଯାଗ କରି ଗୃହ ସମାଜ କଲ୍ୟାଣେ
     ଉପାସେ ଭ୍ରମଣ କଲ
ରାମ କୃଷ୍ଣ ପରମହସଂଙ୍କ ନିକଟେ
      ଭାଗ୍ଯବଳେ ପହଞ୍ଚିଲ।।୩
ପ୍ରତିଭାର ପରାକାଷ୍ଠା ପରିଭାଷା
    ପାଇ ଗୁରୁ ରାମକୃଷ୍ଣ
ଶିଷ୍ୟ କରିନେଲେ ଶକ୍ତି ପାତ କଲେ
   କଲେ ଶିଷ୍ୟ ପଣେ ଶ୍ରେଷ୍ଠ ।।୪
ଗୁରୁଙ୍କ ନିର୍ଦ୍ଦେଶ କରି ଶିରୋଧାର୍ଯ୍ଯ
   ଅନୁଶାସନ ପାଳନ
ଯୁବ ସମାଜକୁ ସଙ୍ଗଠନ କରି                                   ବ୍ଯବସ୍ଥିତ ସଚେତନ।।୫
ଗୌରୀକ ବସ୍ତ୍ର କରି ପରିଧାନ
    ରୂପ କାନ୍ତି ତେଜିୟାନ
ଗୁଣ କର୍ମ ତୁମ ସ୍ବଭାବ ମହାନ
     ଚରିତ୍ରରେ ଗରିୟାନ।।୬
ଭାରତ ସଂସ୍କୃତି ପ୍ରଚାରକ ଥିଲ
       ବିଦେଶୀ ର ଚିକା ଗୋ ରେ
ଓଜଷ୍ପିତା ବାଣୀ ସଭା ସଦନରେ
  ପ୍ରାଣ ଫୁଙ୍କିଲ(ସଭିଙ୍କ)ମନରେ।୭
ସୁପ୍ତ ମନରେ ସଞ୍ଚରିଲ ପ୍ରାଣ
    ଜାଗ୍ରତ ହେଲେ ଜନତା
ଭାଇ ଭଉଣୀ ର ସମ୍ବୋଧନ ଦେଇ
   ସୃଷ୍ଟି କଲ ଆତ୍ମୀୟତା।।୮
ଗୁରୁ ରାମକୃଷ୍ଣ ବିବେକା ନନ୍ଦରେ
    ନାମିତ ନାମ କରଣ
ଅବତରି ଆସ ପୁଣି ଏ ଧରାରେ
     କର ଜଗତ କଲ୍ୟାଣ।।୯
ଚାହିଁଛି ଜଗତ ତୁମରି ପରଶ
    ସାନିଧ୍ଯ ତୁମରି ପାଇଁ
ଅନ୍ଯାୟ ଅନିତି କଷାୟ କଳୁଷ
    ପାପ ହୋଇ ଯିବ ଧୋଇ।।୧୦
ବତିଶି ବରଷେ ଏ ଧରା ଧାମରୁ
     ନେଲ ଅନ୍ତିମ ବିଦାୟ
ଅଳ୍ପ ଦିନେ ବହୁ ଚିର ସ୍ମରଣୀୟ
    ତୁମ ନାମ ଜୟ ଜୟ।।୧୧
ହେ ଦିବ୍ଯ ପୁରୁଷ ବିବେକର ନନ୍ଦ
   ଘେନ ଆମର ଆହ୍ବାନ
ଅବତରି ଯାଅ ଏ ମର୍ତ୍ତ୍ଯ ମଣ୍ଡଳେ
     କରୁଛୁ କୋଟି ପ୍ରଣାମ।।୧୨
🙏🌹🙏🌹🙏🌹🙏
   ସୋରଡା ,ଗଞ୍ଜାମ୍

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy