Wednesday, January 6, 2021

ମୋ ଗାଁ ମୋ ଉତ୍କଳ ମାଟି

ମୋ ଉତ୍କଳ ମାଟି ପୂର୍ଣ୍ୟ ତୀର୍ଥ ମୋର 

      ଜନମିଲି ତା କୋଳର    

ମୋ ଗାଆଁର ମାଟି ସବୁଠୁ ସୁନ୍ଦର                  

      ସବୁଜିମା ଭରପୂର    l 1l 

ମୋ ଗାଆଁର ଲୋକ ଭାଇ ଚାରା ନେଇ 

       ଏକାଠି ମେଳି ହୁଅନ୍ତି 

ପୁନେଇ ପରବ ପାଳନ କରନ୍ତି 

       ଗଣ୍ଡ ଗୋଳ ନ କରନ୍ତି    l 2l 

ସୁଖରେ ଦୁଃଖରେ ଠିଆ ହୋଇ ଥାନ୍ତି 

      ଜଣେ ଜଣଙ୍କ ପାଖର 

ଭଲ ମନ୍ଦ କଥା ବୁଝିଣ ଥାଆନ୍ତି 

     ଭାବି ନିଜ ପରିବାର     l 3l 

ଏ ଉତ୍କଳ ମାଟି ଗୌରବ ମୟ 

      ପୁରାଣ ବର୍ଣ୍ଣିତ ସାର 

ଉତ୍କଳ ମାଟିରେ ଜଗନ୍ନାଥ ଧାମ 

      ନେତ ଉଡେ ଫରଫର  l 4l 

ଦାରୁ ବ୍ରହ୍ମ ରୂପେ ପୂଜିତ ହୁଅନ୍ତି 

      ରତ୍ନ ସିଂହାସନେ ନିଜେ

ଜଗନ୍ନାଥ ରଥ ପୃଥିବୀ ପ୍ରସଦ୍ଧ 

      ଅଧାଗଢା ରୂପ ନିଜେ     l 5l 

ଅର୍କ କ୍ଷେତ୍ର ଅଟେ କୋଣାର୍କ ମନ୍ଦିର 

      ସୂର୍ଯ୍ୟ ଦେବତାଙ୍କ  ବାସ 

ସପ୍ତ ଐଶ୍ୱର୍ଯ୍ୟର ସ୍ଥାନ ସେ ପାଇଛି 

     କାରୁ କାର୍ଯ୍ୟ ପୂର୍ଣ୍ଣ ଅଙ୍କ   l 6l ଖଣ୍ଡ ଗିରି ଆଉ ଉଦୟ ଗିରିର 

     ହାତୀ ଗୁମ୍ଫା ରାଣୀ ଗୁମ୍ଫା 

ଇତିହାସେ ସ୍ଥାନ ତାହାର ଯେ ଅଛି 

     ନୁହେଁ ମୋର ମାଟି ଫମ୍ପା    l 7l 

ନୀଳ ଗିରିର ଯେ ପଥର ବାସନ 

      କଟକରେ ତାର କଷି       ପିପିଲି ଚାନ୍ଦୁଆ ମନ ମୋହି ନିଏ 

       କିଣି ନିଅ ସର୍ବେ ଆସି     l 8l 

ଆଷାଢ଼ ମାସରେ ସାଧବ ପୁଅ 

   ଯାଉଥିଲେ ଦୂର ଦେଶେ 

ଧନ ରତ୍ନ ଧରି ଫେରି ଆସୁଥିଲେ 

     କାର୍ତ୍ତିକର ମାସ ଶେଷେ    l 9l 

ଉତ୍କଳ ମାଟିରେ ପୂଜା ବ୍ରତ ହୁଏ 

       ବାର ମାସେ ତେର ଯାତ 

ଲଷ୍ମୀ ପୂଜା ହୁଏ ଦୁର୍ଗା ପୂଜା ହୁଏ 

      ଶିବ ରାତ୍ରି ମେଳା ଖ୍ୟାତ l 10l 

ଶ୍ରୀ ଗଣେଶ ପୂଜା ସରସ୍ଵତୀ  ପୂଜା 

     ତା ସାଥେ ରଜ ପାଳନ 

ରଜ ଦୋଳି ଗୀତ ସତେ କି ମଧୁର 

      ଗାଇବା ମନ ଉଚ୍ଛନ   l 11l 

ମୋ ଗାଆଁର ମାଟି ବାସ୍ନା ସୌରଭିତ 

       ଭୁଲିବା ସହଜ ନୁହେଁ 

ମାଟିର ମମତା ପୁଲକ ଯୋଗାଏ                 

      ପ୍ରାଣ ଶୀତଲତl  ରହେ 


ବାସନ୍ତୀ ଲତା ଜେନା, ଗାନ୍ଧିନଗର, 
ନବରଙ୍ଗପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy