Sunday, January 10, 2021

ଅହିଂସା ପରମ ଧର୍ମ


ନିର୍ମଳ କୁମାର ନାୟକ (କାବ୍ୟ ରୂପ 

କହିଗଲେ ବାପୁ  ହିଂସା କରନାହିଁ.. 
ଅହିଂସା ପରମ ଧର୍ମ... 
ହିଂସା ପଥେ ଚାଲି କେହି ଜିତିନାହିଁ.. 
ନିନ୍ଦନୀୟ ତାର କର୍ମ !! 

ତୁମେ ହିଁ ଈଶ୍ୱର, ତୁମେ ହିଁ  ଆଲ୍ଲା... 
ତୁମେ  ହିଁ  ସର୍ବ ନାମ.. 
ତୁମ ନାମ ଜପି  ସୁ କାର୍ଯ୍ୟ କରି.. 
ସଫଳ ହେଉ ଜନମ !! 

ରାଗ, ଅଭିମାନ, ସକଳ ବର୍ଜନ.. 
ଭାତୃ ଭାବ ହୃଦେ ବହି... 
ଅହିଂସାର ନିତୀ ଧ୍ୟାୟୀ ମନେ ନିତି 
ଜନ ହିତେ ପରାଣ ଦେଇ !! 

ଅହିଂସା ଶକ୍ତି  ଅମୋଘ  ଅକାଟ୍ୟ.. 
ମହା ଶକ୍ତି  ହାରିଗଲା... 
ଦୁଇ ଶହ ବରଷ ଇଂରାଜୀ ଶାସନ.. 
ଶେଷରେ ଭୁଶୁଡି ଗଲା !! 

ଚାଲିଗଲେ ବାପୁ ଦେଇଗଲେ ମନ୍ତ୍ର...
ସ୍ବଦେଶ ର ହିତ ପାଇଁ... 
ଅହିଂସାର ପଥେ ଚାଲେଯେଉଁ ଅସ୍ତ୍ର 
ଜୀବନ ଯୁଦ୍ଧେ ହାରେ ନାହିଁ !! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy