Friday, January 15, 2021

ସନ୍ଧ୍ୟା ତୁମ ଆଗମନେ

ହରିହର ଭୂକ୍ତା

ଦୂରରୁ କଣ୍ଣ ଗୋଚର ହୁଏ ଅଶ୍ବ ଟାପୁର ଧ୍ବନି
  ପଶ୍ଚିମ ଗଗନ ପୃଷ୍ଠ ଦେଶରୁ ସୂର୍ଯ୍ୟଙ୍କ ମେଲାଣି ।
  ବିହଙ୍ଗମଙ୍କ ନୀଡକୁ ପତ୍ୟାବର୍ତନର ସମୟ
  ଗୋଧୂଳି ବାସ୍ନାରେ ଗ୍ରାମ ପରିବେଶ ଉହ୍ଲାସମୟ ।

   ଦେବାଳୟ ଶଙ୍ଖ,ଘଣ୍ଟ,କିର୍ତ୍ତନ ଶଦ୍ଧରେ ମୁଖରିତ
   ଭବନର ଚଉରା ମୂଳରେ ସଞ୍ଜବତୀ  ଶୋଭିତ ।
   କର୍ମଠ କୃଷକ ସନ୍ଧ୍ୟା ଆଗମନେ ବିଶ୍ରାମ ରତ 
   ସନ୍ଧ୍ୟାର ଶୋଭା ମଣ୍ଡନ କରେ ଆଲୋକିତ ଖଦ୍ୟୋତ।

   କିଆ ଗହିର ମାଳରୁ କୋକିଶିଆଳି ହୁକେ ହୁ ସ୍ବର 
   ଭାଗବତ ଟୁଙ୍ଗୀରେ ଗୋବିନ୍ଦ ,ଗୋବିନ୍ଦ ଭକ୍ତି ସ୍ବର ।
  ନିକଟ ବର୍ତୀ ଗ୍ରାମରୁ ଭାଷିଆସେ ଖଞ୍ଜଣୀର ଶଦ୍ଧ
  ଆଲୋକରେ ଆଲୋକିତ ସମସ୍ତ ଗୃହ ଓ ପ୍ରାସାଦ ।

ଧରା ପୃଷ୍ଠକୁ ଘୋଟିଆସେ ଘୋର ତମସା କାଳିମା
ମହା ଗଗନ ପୃଷ୍ଠରେ ଇନ୍ଦୁଙ୍କ ଦୃଶ୍ୟ ମନରୋମା ।
ଗଗନ ବକ୍ଷ ଭେଦକରି ଶୋଭା ପାଏ ଟିକି ତାରା
ସୃଷ୍ଟି କର୍ତାଙ୍କ ସୃଷ୍ଟିରେ  ସୌନ୍ଦର୍ଯ୍ୟରେ ପୂର୍ଣ୍ଣଏ' ଧରା ।

    ହରିହର ଭୂକ୍ତା ,ରାକସ,ତାଳଚେର,ଅନୁଗୋଳ
    

   

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy