Tuesday, January 19, 2021

ଟେଲିଭିଜନ

କବି ସୌରଭ ବୈଜୟନ୍ତୀମାଳା ମହାପାତ୍ର


ମନୋରଞ୍ଜନର ଭଲ ମାଧ୍ୟମ ଶିକ୍ଷାର ସାଧନ ସେହି,

ପିଲା ଠାରୁ ବୁଢ଼ା ସଭିଙ୍କ ପ୍ରିୟ

ଟେଲିଭିଜନ ନା ପାଇ ll


ପ୍ରାଞ୍ଜଳ ଭାବେ ଛବି ଓ କଥା

ସିଏଟି ଦେଖାଇ ଥାଏ,

ଜଗତ ଯାକର ଖବର ଦେଇ

ମନକୁ ଆମର ମୋହେ ll


ଯୋଗ ବ୍ୟାୟାମ ଚେତନା ବାଣୀ

ଆଧ୍ୟାତ୍ମିକ ନୀତିଶିକ୍ଷା,

ପୁରାଣ ଯଶ ଗୁଣ ସେ ଗାଇ

ଦିଅଇ  କେତେ ଦୀକ୍ଷା ll


ରଙ୍ଗ ବେରଙ୍ଗର କାର୍ଟୁନ୍ ଦେଖାଇ

କୁନା ମନକୁ ମୋହେ,

ଗଣିତ ବିଜ୍ଞାନ ଇତିହାସ ଜ୍ଞାନ 

ରିତା ଆମରି ପାଏ ll


କେତେ ଯେ ସିଏ ଶିକ୍ଷାକୁ ଦିଏ

ତାହାର କଳନା ନାହିଁ,

ଯାହାକୁ ଯାହା ଲୋଡା ଯୋଗାଏ

ଉପକାରୀଟି ହୋଇ ll


ନିର୍ଜୀବ ସିନା ଜୀବଠୁ ବଳି

ଯନ୍ତ୍ରଟି ଅଟେ ସେହି,

ଜନ୍ ଲୋଜି ବେୟଡ୍ ଯୋଗୁଁ

ତାହାକୁ ଆମେ ପାଇ ll


      ଫୁଲବାଣୀ,କନ୍ଧମାଳ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy