ମାଟି ନୁହେଁ ଆମ ମା ' ପରା ସିଏ
ସହୁଛି କେତେ ଯାତନା
ତା' କୋଳେ ଖେଳୁଛୁ ଗୋଡ଼ କଚା ଡୁଛୁ
ନ କରୁଛି କେବେ ମନା l୧l
ମାଟି ସର୍ବଂସହl ଜନନୀ ସେ ଆମ
ନାମ ଧରିତ୍ରୀ ଯେ ଜାଣ
ନଦୀ ନାଳ ବନ ପାହାଡ଼ ଶୋଭୀତ
କରୁଅଛୁ ଜଳ ପାନ l୨l
ଖାଦ୍ୟ ଜଳ ଫଳ ଯୋଗାଏ ଆମକୁ
ପ୍ରାଣୀଙ୍କର ଖୁସି ପାଇଁ
ସବୁ ଅରଦଳୀ ଆମର ସହିଛି
ଗାଳି କେବେ କରେ ନାହିଁ l୩l
ତା' ବକ୍ଷକୁ ଚିରି ହଳ କରୁଅଛୁ
ଲଗାଉଛୁ ଗଛ ଲତା
ଚାଷ କରୁଅଛୁ ଫସଲ କରୁଛୁ
ନୀରବେ ସହୁଛି ବ୍ୟଥା l୪ l
ମାଟିରେ ଗଢ଼ୁଛୁ ହାଣ୍ଡି ମାଠିଆ ଯେ
ମାଟିରେ କରୁଛୁ ଘର
ମାଟିରେ ଗଢ଼ୁଛୁ ଦେବା ଦେବୀ ମୂର୍ତ୍ତି
କି ସୁନ୍ଦର ମନୋହର l୫l
ଖେଳନା କଣ୍ଢେଇ ମାଟିରେ ତିଆରି
ଶିଶୁ ଧରି ଖେଳୁ ଥାନ୍ତି
ଉତଫୁଲୀତ ମନ ଶିଶୁ ଗଣଙ୍କର
ଖୁସିରେ ଦିନ କାଟନ୍ତି l୬l
ମାଟିତଳେ ସୁନା ରୁପା ମାଙ୍ଗାନିଜ
ରହିଛି ହୀରା ପଥର
କୋଇଲା ରହିଛି ଧାତୁ ବି ରହିଛି
ସାଇତିଛି ମାଟି ମୋର l୭l
ବର୍ଷା ଋତେ ମାଟି ହସେ ଖିଲି ଖିଲି
ବେଶ ଧରି ସବୁଜିମା
ଗ୍ରୀଷ୍ମ ରୌଦ୍ର ତାପେ ମାଟି ଶୁଷ୍କ ହୁଏ
ଶୀତ ଋତୁ ଅନୁପମl l୮l
ମାଟିରେ ଜନମ ମାଟିରେ ମରଣ
ମାଟି ଆମ ପୂଣ୍ୟ ତୀର୍ଥ
ସେ ମାଟିକୁ ଆମେ ନିଜର କରିବା
ରଖିବା ତାର ମହତ l୯l
ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment