ଲେଖିକା:- ରୋଜାଲିନି ମିଶ୍ର
ସକାଳୁ ସକାଳୁ ଝଡର ସୂଚନା ପାଇ ମୌନବ୍ରତ ଧାରଣ କରିଥିଲେ ଭୁବନ ବାବୁ। ଆକାଶ ଗୁମସୁମ ଆଉ ଚାରିଆଡେ ଅଖଣ୍ଡ ନୀରବତା। ତାଙ୍କର ପୁରୁଣା ଅନୁଭୂତି କହୁଥିଲା ଯେ ଆଜି ଝଡ଼କୁ ସାମ୍ନା କରିବାଟା ଅବଶ୍ୟମ୍ଭାବୀ। କିନ୍ତୁ ଝଡର କାରଣଟା କ'ଣ ହୋଇପାରେ? କିଛି ଜଣା ପଡୁନି ତ?
ଭୁବନ ବାବୁଙ୍କ ଅନୁମାନ ଠିକ ଥିଲା। କିଛି ସମୟ ପରେ ଧୀରେ ଧୀରେ ପବନ ବୋହିବା ଆରମ୍ଭ ହେଲା ସୁ ସୁ ହୋଇ। ଚା କପ୍ ଟିଏ ଧରି ମାଧବୀ ଆସିଲେ ଡ୍ରଇଂରୁମକୁ ଆଉ ଦୁମ୍ କରି ଥୋଇଦେଲେ ଟିପୟ ଉପରେ।ଆଉ କହିଲେ, ଶୁଣ ....ଆଜି ତୁମ ମା' ବାପା ଆସୁଛନ୍ତି ଗାଁରୁ।"
ଓଃ ହୋ ..... ଝଡର କାରଣଟା ତାହେଲେ ଏଇଠି ..... କିଛି ନ କହି ମନେ ମନେ ଭାବିଲେ ଭୁବନ ବାବୁ ଆଉ ଚୁପଚାପ ଚା ପିଇବାରେ ମନଦେଲେ।
ମାଧବୀ ପୁଣି ଆରମ୍ଭ କଲେ...
ହେଇଟି ଶୁଣା ଯାଉଛିଟି କାନକୁ ....ତୁମ ମା' ବାପା ଆସୁଛନ୍ତି ଆଜି ଗାଁରୁ।
ହୁଁ ... ଶୁଣିଲି।
ତୁମ ବାପାଙ୍କର କ'ଣ ଆଣ୍ଠୁ ଦରଜ ହେଉଛି । ଏଇଠି ଆସି ଡାକ୍ତର ଦେଖେଇବେ।
ହୁଁ ...
ଆଠ ଦଶ ଦିନ ରହିବେ ବୋଲି କହୁଥିଲେ।
ହୁଁ ....
କ'ଣ ହୁଁ ହୁଁ ହେଉଛ ବସି ପେଚା ଭଳିଆ। କିଛି କହୁନ।
କ'ଣ କହିବି?
ଭୁବନ ବାବୁଙ୍କୁ ଚୁପ ରହିବାର ଦେଖି ମାଧବୀ ପୁଣି ଆରମ୍ଭ କଲେ ...
ହେଇଟି .... ମୁଁ କ'ଣ କହୁଥିଲି କି ....ମୋ ଭଉଣୀଟା କେତେଥର ଡାକିଲାଣି ତା ଘରକୁ। ଜଞ୍ଜାଳ ଭିତରେ ମୁଁ ଯାଇ ପାରୁନି ବୋଲି ଭାରି ମନ ଖରାପ କରୁଛି ସେ। ମୁଁ କାଲି ଯାଇ ଦି ଦିନ ତା ଘରେ ବୁଲି ଆସିଲେ କେମିତି ହୁଅନ୍ତା।
କାଲି !!! କିନ୍ତୁ ବାପା ଆସିବେ ଯେ ....
ଆସନ୍ତୁ, କ'ଣ ହେଲା?
ତୁମ ବାପାଙ୍କ ସାଙ୍ଗରେ ତୁମ ବୋଉ ବି ଆସିବେ ନା। ସେ କ'ଣ ଦି ଦିନ ଘର ସମ୍ଭାଳି ପାରିବେନି। ଆଉ ଗାଁରେ କେମିତି କରୁଛନ୍ତି ସବୁ। ମୁଁ ତ ଦି ଦିନ ରହି ଚାଲି ଆସିବି । ତା ପରେ ତୁମେ ବି ଅଛ ନା ... ବୋଉଙ୍କୁ ଟିକେ କାମରେ ସାହାଯ୍ୟ କରିଦେବ।
କିନ୍ତୁ ବାପା କ'ଣ ଭାବିବେ !! ଏଇଟା କ'ଣ ସୁନ୍ଦର କଥା? ତୁମର ତୁମ ଭଉଣୀ ଘରକୁ ଯିବାଟା କ'ଣ ଏବେ ନିହାତି ଦରକାର?
ମାଧବୀଙ୍କ ମୁଁହ ଫାଟି ଫାଟି ଆସିଲା। ଭୁବନ ବାବୁ ଜାଣିପାରିଲେ ଯେ ଯଦି ସେ ଆଉ ପଦେ ବି କିଛି କହିବେ ତାହେଲେ ମାଧବୀ ଏବେ ଉଚ୍ଚ ସ୍ୱରରେ ମନବୋଧ ଚଉତିଶା ଗାୟନ କରିବେ କିଳିକିଳା ନାଦ କରି ଯେ ମନ ବୋଧ ନହେବା ଯାଏ ଛାଡିବେନି। ସେଥିପାଇଁ ସେ କଥାଟାକୁ ବୁଲେଇଦେଇ କହିଲେ, "ହଉ କାଲି କଥା କାଲି ଦେଖିବା। ଆଜିଠୁ ଏତେ ଆଲୋଚନା କ'ଣ ଦରକାର। ତୁମେ ଆଜି ପାଇଁ ରୋଷେଇର ବ୍ୟବସ୍ଥା କର।" ଏତିକି କହି ପେପର ପଢାରେ ମନ ଦେଲେ ଭୁବନ ବାବୁ।
କିଛି ସମୟର ନୀରବତା ପରେ ମାଧବୀ ପୁଣି ଆରମ୍ଭ କଲେ ....
ହେଇଟି ....
ହୁଁ ....କୁହ ...
ଆଜି ଆଉ ଆଇଁଶ ଫାଇଁଶ କିଛି ଆଣନି ମ। ଅଣ୍ଟାଟା ମୋର ସକାଳୁ କଟକଟ ଡାକୁଛି ଖାଲି।
ହଁ... ଏବେ ତୁମର ଅଣ୍ଟା, ପିଠି, ହାତ, ଗୋଡ଼, ମୁଣ୍ଡ ସବୁ କଟକଟ ଡାକିବ ମୁଁ ଜାଣିଛି।
ଚୋର ମନ ଚୋର ଗଣ୍ଠିରେ ଭଳିଆ କଥାଟା ଭାରି ବାଧିଲା ମାଧବୀଙ୍କୁ। ତା ପରେ ଆରମ୍ଭ ହେଲା ଜୋରରେ ଝଡ଼ ବର୍ଷା। ବର୍ଷିଗଲେ ମାଧବୀ।
ଭାରି କଥା କହୁଛ ତ ଆଜିକାଲି। ତା ମାନେ ତୁମେ କହୁଛ ଯେ ମୋର କିଛି ହେଉନି ଆଉ ମୁଁ ବାହାନା କରୁଛି। ମୁଁ କିଛି କରେନି ତୁମ ବାପା ବୋଉଙ୍କର ଆଉ କ'ଣ ଗାଁ ଵାଲା ସାଇପଡ଼ିଶା ଆସି କରନ୍ତି। ପ୍ରତି ମାସେ ଦି ମାସେରେ ତୁମ ବାପା ବୋଉ ଆସି ରହିକି ଯାଉଛନ୍ତି ଏଠି। ତାଙ୍କ ଜଞ୍ଜାଳ କିଏ କରୁଛି? ମୁଁ....! ତୁମ ବୋଉ ପାନଛେପ ପକେଇ ପକେଇ ବେସିନଟାକୁ ନାଲି ପକେଇ ଦିଅନ୍ତି ପୁରା। ତାକୁ କିଏ ସଫା କରେ? ମୁଁ ....। ତୁମ ବାପାଙ୍କର ନାଲି ଚା, ତୁମ ବୋଉଙ୍କର କ୍ଷୀର ଚା ଆଉ ତୁମର ଅମୂଲ୍ ଚା । କିଏ କରିକି ଦିଏ? ମୁଁ ....।ତୁମର ରାତିରେ ରୁଟି ସହ ମସଲା ତରକାରୀ ଆଉ ତୁମ ବାପାବୋଉଙ୍କର ସନ୍ତୁଳା। କିଏ କରେ ଏ ସବୁ? ମୁଁ ....। ଆହୁରି ପୁଣି କଥା କହୁଛ । ଆଜି ଏ ଘର ଛାଡିକି ମୁଁ ଯିବି। କାଲି ମୁଁ ମୋ ଭଉଣୀ ଘରକୁ ଯାଇଥାନ୍ତି କିନ୍ତୁ ଆଜି ଯିବି। ଏବେ ଯିବି । ଅଲବତ ଯିବି। ହେଇ ବାହାରିଲି ଦେଖ କହି ତାଜା ଉପରୁ ଟ୍ରଲିଟାକୁ ଘୋଷାଡି ଆଣିଲେ ମାଧବୀ।
ଭୁବନ ବାବୁଙ୍କର ଏ ସବୁ ଲୋକହସାକୁ ଭାରି ଭୟ।କଲୋନି ଭିତରେ ଅଫିସ ଷ୍ଟାଫ ବି ରହୁଛନ୍ତି କିଛି। ଅଫିସରେ ଆଉ କି ଇଜ୍ଜତ ରହିଯିବ ତାଙ୍କର। ଦୌଡ଼ିଯାଇ ରୋକିନେଲେ ମାଧବୀଙ୍କୁ ସେ।
ଶୁଣ ମାଧବୀ । ସବୁ କଥାକୁ ଓଲଟା ବୁଝୁଛ କାହିଁକି? ହଉ ଯଦି କିଛି ମୁଁ କହିଛି ତାହେଲେ ମୋର ଭୁଲ ହୋଇଛି। ତୁମେ ଆଉ ରାଗନି କି ପାଟି କରନି। ଆଜି ଆଇଁଶ କରିବା କିଛି ଦରକାର ନାହିଁ। କାଲି ତୁମ ଭଉଣୀ ଘରଆଡେ ଯାଇ ଟିକେ ବୁଲି ଆସିବ। ଏତକ କହି ଭୁବନ ବାବୁ ଟ୍ରଲିଟାକୁ ନେଇ ପୁଣି ତାଜା ଉପରେ ରଖିଦେଲେ।
ଏ ଭିତରେ ଗାଁରୁ ଫୋନ ଆସିଲା ଯେ ବାପାବୋଉ କିଛି ଜମିବାଡ଼ି କାମ ପାଇଁ ଆଜି ଆଉ ଆସି ପାରିଲେନି। ଆଉ ଦୁଇଦିନ ପରେ ଆସିବେ। ଝଡ଼ ପରର ଆକାଶ ପରି ମାଧବୀଙ୍କ ମୁଁହଟା ନିର୍ମଳ ଦିଶିଲା ଏଥର। ସାମାନ୍ୟ ଆଶ୍ୱସ୍ତ ହେଲେ ଭୁବନ ବାବୁ।
ତା ପରଦିନ ସକାଳୁ ସକାଳୁ ବଡ଼ ସରାଗରେ ଚା କପଟିଏ ଧରି ମାଧବୀ ଆସି ବସିଲେ ଭୁବନ ବାବୁଙ୍କ ପାଖରେ। କଅଁଳେଇ କରି କହିଲେ, ହେଇଟି .... ଟିକେ ଶୁଣ ମ।
ଭୁବନ ବାବୁ ବୁଝିପାରିଲେନି ହଠାତ ସକାଳୁ ସକାଳୁ ଏତେ ଗେଲେଇ ଲୋଟେଇର କାରଣ କ'ଣ ।
ତୁମେ ପରା ତୁମ ଭଉଣୀ ଘରକୁ ଯାଇଥାନ୍ତ ଆଜି ।
ହଁ ... ଯାଇଥାନ୍ତି ଯେ .... ଆଉ ଯିବି କ'ଣ.... ମୋ ଭାଇ ଭାଉଜ ଆଜି ଆସୁଛନ୍ତି। ଗୋଟାଏ ଦିନ ପାଇଁ ମୋ ଭାଉଜ ପ୍ରଥମ କରି ଆସିବ ମୋ ଘରକୁ ଆଉ ମୁଁ ପଳେଇବି।ଏଇଟା ଗୋଟେ ଖରାପ କଥା ହେବନି?
ଓ ହୋ ....ହଉ ।
ହେଇଟି ଟିକେ ବଜାର ଆଡ଼େ ଯାଉନ।
ହୁଁ .... ଆଉ ଟିକେ ପରେ ଯିବି। କ'ଣ ଦରକାର କୁହ।
ମାଛ ଦୁଇ କେଜି ଆଣିବ। ଗୋଟାଏ ବଡ଼ ତିନି କି ଚାରି କିଲିଆ ମାଛରୁ କାଟିକି ଦୁଇ କେଜି ଆଣିବ। ନହେଲେ କଣ୍ଟା କଣ୍ଟା ଲାଗିବ । ମୁଁ ବେସର କରିବି ତ । ମଟନ ଗୋଟେ କେଜି ଆଣିବ । ମୋ ଭାଉଜକୁ ଭଲ ଲାଗେ। ଆଉ ଛୋଟ ଚିଙ୍ଗୁଡ଼ି ଅଧକିଲେ ଆଣିବ ।ପୋଇ ଦିଖଣ୍ଡ ଅଛି ପକେଇ ଘାଣ୍ଟ କରିଦେବି । ମୋ ଭାଇକୁ ଭଲ ଲାଗେ। ଆଉ ଚିକେନ୍ ବି ଗୋଟେ କେଜି ଆଣିଥିବ ଯେ ମୁଁ ଲୁଣ, ହଳଦୀ, ଦହି, ମସଲା ଗୋଳେଇ ମାରିନେଟ କରି ରଖି ଦେଇଥିବି ଫ୍ରିଜରେ। ସେମାନଙ୍କୁ ସନ୍ଧ୍ୟା ବେଳେ ଚିକେନ୍ ପକୋଡା ଛାଣିକି ଦେବି ଚା ସହ। ଅଣ୍ଡା ଦିଇଟା ଯଦି ଆଣି ପାରିବ ଭଲ କଥା। ଚିକେନ୍ ରେ ଗୋଳେଇ ଛାଣିଲେ ପକୋଡାଟା ଆଉ ଟିକେ ସଫ୍ଟ ଲାଗିବ। ଆଉ ଦହି ଦୁଇ ପ୍ୟାକେଟ, କ୍ଷୀର ଦୁଇ ପ୍ୟାକେଟ, ଲିଜତ ପାମ୍ପଡ଼ ଗୋଟେ ବଡ଼ ପ୍ୟାକେଟ ଆଉ ସାଲାଡ଼ ପାଇଁ ଧନିଆପତ୍ର ଟିକେ ଆଣିକି ଆସିବ। ଏବେ ପାଇଁ ଏତିକି ଆଣିଥାଅ । ସେମାନେ ଯଦି ରାତିରେ ଖାଇକି ଯିବେ ତାହେଲେ ରାତି ପାଇଁ କ'ଣ ସବୁ ଦରକାର ମୁଁ କହିବି।
ମାତ୍ର ଏତିକି ନା ଆଉ କିଛି ଅଛି?
ଆରେ ହଁ ....ହଁ ...ମୁଁ ତ ଭୁଲି ଯାଇଥିଲି। ସେମାନେ ଆସୁ ଆସୁ ପୁଣି କ'ଣ ଟିକେ ପଣାପାଣି ଯାଚିବି ନା ନାହିଁ। ଆଉ କ'ଣ ଲେମ୍ବୁ ସରବତ କରି ଦେବି ନା କ'ଣ । କ'ଣ ଭାବିବ ମୋ ନୂଆ ଭାଉଜଟା। ଭାବୁଛି ଲସି ଟିକେ କରି ଦେଇଦେବି। ତୁମେ ଖାଲି ରାବିଡ଼ି, କାଜୁ ଆଉ ଚେରୀ ଟିକେ ନେଇ ଆସିବ।
ଆଁ କରି ଚାହିଁଥିଲେ ଭୁବନ ବାବୁ। ତଣ୍ଟି ପାଟି ଶୁଖି ଅଠା ହୋଇଗଲା ପରି ଲାଗୁଥିଲା। ତାଙ୍କ ମା' ବାପା ଆସିଲା ବେଳକୁ ଏତେ ବାହାନା ଆଉ ନିଜ ଭାଇ ଭାଉଜଙ୍କ ବେଳକୁ ଏତେ ଆଡମ୍ବର। ରାଗରେ ଦାନ୍ତ କଡ଼ମଡ଼ କରୁଥିଲେ ଭୁବନ ବାବୁ। ତାଙ୍କର ଇଚ୍ଛା ହେଉଥିଲା ମାଧବୀର ଗାଲରେ ଦୁଇ ଚାରି ଚାପୁଡ଼ା ଜୋରରେ କଷିଦେବା ପାଇଁ। ସେତିକିରେ ରାଗ ନ ସୁଝିଲେ ମୁଣ୍ଡକୁ ନୁଆଇଁ ପିଠିରେ ଦୁମଦାମ କରି ଦୁଇଚାରି ବିଧା କଷି ଦେବାପାଇଁ। କିନ୍ତୁ ସବୁ ଓଲଟ ପାଲଟ ହୋଇଯିବ। ମାଧବୀ ପୁଣି ଟ୍ରଲି ଟାକୁ ଘୋଷାଡି ଆଣି ଲୁଗାପଟା ପ୍ୟାକ କରିବ ଆଉ ବାପଘର ବାହାରିବ। କହିବା ବାହୁଲ୍ୟ ଯେ ମାଧବୀ ମାସକୁ ଥରେ ଦୁଇଥର ଏମିତି ବାପଘର ବାହାରନ୍ତି ଆଉ ଭୁବନ ବାବୁ ମୁଣ୍ଡ ନୁଆଇଁ ସବୁ ମାନି ଯାଆନ୍ତି ଲୋକଲଜ୍ଜା ଭୟରେ ଆଉ ଟ୍ରଲି ଟାକୁ ଛଡେଇ ନେଇ ରଖିଦିଅନ୍ତି ପୁଣି ତା ଜାଗାରେ।
ସବୁ କ୍ରୋଧକୁ ବଡ଼ କଷ୍ଟରେ ହଜମ କରିବାକୁ ଚେଷ୍ଟାକଲେ ଭୁବନ ବାବୁ। " ନମ୍ରନ୍ତି ଫଳିନ ବୃକ୍ଷଃ, ନମ୍ରନ୍ତି ଗୁଣୀନ ଜନଃ" ଏହି ନ୍ୟାୟରେ ନମ୍ର ରହିବାକୁ ଉଚିତ ମଣିଲେ ସେ।
ଠିକ ଟାଇମରେ ଶାଳକ ସପତ୍ନୀକ ଆସି ପହଞ୍ଚି ଗଲେ। ମାଧବୀ ଖୁସିରେ କୁରୁଳି କୁରୁଳି ଭାଇ ଭାଉଜଙ୍କ ସେବାରେ ଲାଗି ପଡିଲେ। ଖାଇବା ସମୟ ହେବାରୁ ଟେବୁଲ ଉପରେ ସଯତ୍ନେ ଅମୃତ ମଣୋହୀ ମାନ ସବୁ ସଜେଇ ଦେଲେ ମାଧବୀ। ଶାଳକ ମହାଶୟଙ୍କ ସହ ମିଶିକି ଖାଇବାକୁ ବସିଲେ ଭୁବନ ବାବୁ। ମଟନ କଣ୍ଟା ଗୁଡ଼ାକ ଚୋବେଇଲା ବେଳକୁ ତାଙ୍କୁ ପଇସା ଗୁଡ଼ାକ କଡ଼କଡ଼ କରି ଚୋବେଇଲା ପରି ଲାଗୁଥିଲା। ମନେ ପଡି ଯାଉଥିଲା ଆଜିର ଖର୍ଚ୍ଚ ବିବରଣୀ।
ସନ୍ଧ୍ୟାବେଳେ ପୋଦିନା ଚଟଣୀ ସହ ଗରମ ଗରମ ଚିକେନ୍ ପକୋଡା ପରଶି ଦେଲେ ମାଧବୀ ଭାଇ ଭାଉଜଙ୍କୁ। ତା ପରେ ଚକଚକ୍ କରୁଥିବା ଲାଓପଲା କପ୍ ପ୍ଲେଟ ସେଟରେ ଅଦା, ଗୋଲମରିଚ, ଗୁଜୁରାତି ପକା ସ୍ପେଶାଲ ଚା କପେ କପେ ଆଣି ଧରେଇ ଦେଲେ ସମସ୍ତଙ୍କୁ। ଚା ରୁ ଉଠୁଥିବା ଗରମ ବାମ୍ଫର ଲୋଭନୀୟ ବାସ୍ନାରେ ସମସ୍ତେ ବିଭୋର ଥିବାବେଳେ ଭୁବନ ବାବୁଙ୍କ ପୋଡା ମନଟା ଆହୁରି ପୋଡି ହେଇ ଯାଉଥିଲା ସେ ବାମ୍ଫରେ ଆକ୍ତାମାକ୍ତା ହୋଇ।
ଚା ପର୍ବ ପରେ ମାଧବୀ ଏକା ଜିଦରେ ଲାଗି ପଡିଲେ ଭାଇ ପଛରେ ରାତି ଖାଇବାଟା ଖାଇ ଦେଇ ଯିବା ପାଇଁ । ଏ ପଟେ ସୋଫାର ଗୋଟାଏ କୋଣରେ ବସିଥିବା ଭୁବନ ବାବୁ ବିକଳରେ ଆଖି ବନ୍ଦ କରି ମନେମନେ କହିଲେ, "ହେ ଚକ୍ରଧର ରକ୍ଷାକର"। ଏବେ ରାତି ଖାଇବା ପାଇଁ ମାଧବୀ ନିଶ୍ଚୟ ବଟର ନାନ୍, ତନ୍ଦୁରୀ ଚିକେନ୍ ଆଉ ଚିଲି ମସରୁମ ର ଅୟୋଜନ କରିଦେବ। କାରଣ ଏ ସବୁ ତା ଭାଇର ପସନ୍ଦ। ଆଉ ପାରିବିନି ପ୍ରଭୁ ...... ରକ୍ଷାକର .....ରକ୍ଷାକର .....।
ସେ ଯାହା ହେଉ ମାଧବୀର ଭାଇ ଭାଉଜ କିଛି ଜରୁରୀ କାମ ଅଛି ବୋଲି କହି ଯିବାକୁ ବାହାରିଲେ। ଗୋଟାଏ ସ୍ୱସ୍ତିର ଦୀର୍ଘଶ୍ଵାସ ନେଲେ ଭୁବନ ବାବୁ। ଏତିକି ବେଳେ ପୁଣି ହାତଠାରି ମାଧବୀ ଇସାରା ଦେଲେ ଭୁବନ ବାବୁଙ୍କୁ। ଭୁବନ ବାବୁ ନିଜ ଜାଗାରୁ ଉଠି ଆସିଲେ ମାଧବୀଙ୍କ ପାଖକୁ। ଭୁବନ ବାବୁଙ୍କୁ ବେଡ଼ରୁମକୁ ଟାଣି ନେଇ ତାଙ୍କ କାନ ପାଖରେ ଚୁପଚୁପ କରି କହିଲେ ମାଧବୀ ....
ହେଇଟି ..... ଶୁଣ ମ .....ମୋ ଭାଉଜଟା ବାହାଘର ପରେ ନୂଆ ହେଇ ଆସିଲା ମୋ ଘରକୁ। ଖାଇଲା ବି ମୋ ଘରେ। ଲୁଗାପଟା କିଛି ନଦେଲେ କଥାଟା ଖରାପ ହେବନି। ମୁଁ କ'ଣ କହୁଥିଲି କି ଆଜିକାଲିକା ଛୁଆ ସେମାନେ । ଆମେ କିଣିକି ଦେଲେ ସେମାନଙ୍କ ମନକୁ ଆସିବ କି ନାହିଁ। ଟଙ୍କା ଦେଇଦେଲେ ସବୁଠୁ ଭଲ। ଦେଲ .... ଦେଲ .... ଟଙ୍କା ଦଶ ହଜାର । ମୁଁ ତା ହାତରେ ଦେଇ ଦେବି।
ଏ କଥାଗୁଡା ସିନା ମାଧବୀ ଫୁସଫୁସ କରି କହିଲେ କିନ୍ତୁ ଭୁବନ ବାବୁଙ୍କ କାନ ପାଖରେ ଯେ କେତେ ବଡ଼ ବିସ୍ଫୋରଣ ଘଟିଲା ତାହା କେବଳ ତାଙ୍କୁ ହିଁ ଜଣା ।
ଦଶ ହଜାର ...!!!
ଆଉ କ'ଣ ଦି ହଜାରେ ....??? ଆଜିକାଲି ଆଉ ଟଙ୍କା ସାତ ଆଠ ହଜାର ନହେଲେ କ'ଣ ଭଲ ଶାଢ଼ୀ ଖଣ୍ଡେ ହେଉଛି? ତା ପରେ ଖାଲି ଶାଢ଼ୀ କ'ଣ ଦିଅନ୍ତି । ସେଥିରେ ପୁଣି ସାୟା, ବ୍ଲାଉଜ, ଚୁଡି, ସିନ୍ଦୁର, ଅଳତା ସବୁ ଅଛି ନା।
ଆଉ ସମ୍ଭାଳି ପାରିଲେନି ଭୁବନ ବାବୁ। ଧୈର୍ଯ୍ୟଚ୍ୟୁତି ଘଟିଲା ତାଙ୍କର।ରାଗିକି ବଡ଼ବଡ଼ ଆଖିରେ ଚାହିଁଲେ ମାଧବୀଙ୍କୁ। ଆଉ ଆଖିରେ ଆଖି ମିଶେଇ ପଚାରିଲେ ମୁଁ ଯେତେବେଳେ ତୁମ ଘରକୁ ଯାଇଥିଲି ପ୍ରଥମ ଥର ପୁନିଅଁ ଡାକରା ହୋଇ ସେତେବେଳେ କେତେ ଟଙ୍କା ଦେଇଥିଲେ ତୁମ ବାପା ଭାଇ??
ବାପଘର ନାଁ ଶୁଣି ଲାଙ୍ଗୁଡ଼ ଅଗରେ ଠିଆ ହୋଇଗଲେ ମାଧବୀ। ଖାଲି ଚୋଟ ମାରିବାଟା ବାକି ଥିଲା। କିନ୍ତୁ ଆରପଟ ଘରେ ଭାଇ ଭାଉଜ ଅଛନ୍ତି ଯେ। ଶୁଣିଲେ କ'ଣ ଭାବିବେ। ଚୁପଚାପ ଯାଇ ଦାନ୍ତକୁ ଦେଖେଇ ଦେଖେଇ ସେମାନଙ୍କୁ ବିଦା କରି ଦେଇ ଆସିଲେ। ଆଉ ତାପରେ ଆରମ୍ଭ କଲେ ମନବୋଧ ଚଉତିଶା।
ତୁମେ ଏଡ଼େ ଭିକାରୀ ବୋଲି ଜାଣି ନଥିଲି ମୁଁ। ଛିଃ ... ଛିଃ ... । ମୋ ଭାଗ୍ୟ ଫଟା ଯେ ମୁଁ ତୁମକୁ ବାହା ହୋଇଛି ! ମୋତେ ମୋ ଭାଇ ଭାଉଜଙ୍କ ଆଗରେ ବେଜିତ କରିଦେଲ ତୁମେ। ଏତେ ଦିମାକ ତୁମର। ଧିକ୍ ତୁମ ସ୍ୱାମୀ ପଣିଆକୁ। ଆହୁରି ମୋ ବାପା ଭାଇଙ୍କ ନାଁ ଧରୁଛ। ଆଉ ରହିବିନି ଏ ଘରେ। ଏବେ ରାତିରେ ହିଁ ଯିବି ମୁଁ ଏ ଘର ଛାଡିକି। ଏବେ ଯିବି ମୋ ବାପ ଘରକୁ।
ଏତକ କହି ଟ୍ରଲିଟାକୁ ତାଜା ଉପରୁ ଘୋଷାଡି ଆଣିଲେ ମାଧବୀ। ଭାବିଥିଲେ ସବୁଥର ଭଳି ଏଥର ବି ଭୁବନ ବାବୁ ତାଙ୍କୁ ଭୁଲ ମାଗି ଅଟକେଇ ଦେବେ ଆଉ ଟଙ୍କା ଦଶ ହଜାର ବି ଧରେଇ ଦେବେ ତାଙ୍କ ହାତରେ। କିନ୍ତୁ ଫଳ ଆଜି ହେଲା ଓଲଟା। ଭୁବନ ବାବୁ ଓଲଟା ମନବୋଧ ଚଉତିଶା ଶୁଣେଇବା ଆରମ୍ଭ କରିଦେଲେ। କହିଲେ, "ଯଦି ଯିବାର ଥିଲା ତାହେଲେ ଭାଇ କାରରେ ବସି ଚାଲି ଗଲନି। ସେ ତ ଏବେ ଗଲା।
ସ୍ୱାମୀଙ୍କ ନୂଆ ଅବତାରରେ ଆଶ୍ଚର୍ଯ୍ୟ ହେଲେ ମାଧବୀ। ଦିନେ କାଳେ ତ ଏମିତି ହୋଇ ନଥିଲା। ତଥାପି ମନରେ ଦମ୍ଭ ଧରି କହିଲେ ମୁଁ ଟାକ୍ସି କରି ଚାଲିଯିବି।
ହଁ ...ହଁ ... ଚାଲିଯାଅ। ତୁରନ୍ତ ବାହାର ଏ ଘରୁ। ସବୁବେଳେ ଗୋଟାଏ କେଚେରେ ମେଚେରେ ଲଗେଇଛ ଏଠି। ଏଇଟା କ'ଣ ଶୁଖୁଆ ହାଟ? କିଛି ନ କହିଲାରୁ ଗୋଟେ ତାମସା ଲଗେଇଛ ଏଠି। ବାହାର ଜଲଦି ଏ ଘରୁ। ଏବେ ବାହାରି ଯାଅ ସାଙ୍ଗେ ସାଙ୍ଗେ। ଏତକ କହିସାରି ଭୁବନ ବାବୁ ଚାଲିଗଲେ ପାଖ ରୁମକୁ।
ମାଧବୀ କ'ଣ କରିବେ କିଛି ଜାଣି ପାରିଲେନି। ସ୍ୱାମୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଟ୍ରଲିଟାକୁ ଦୁମଦୁମ କରି ଦି ଥର ତଳେ କଚିଦେଲେ। ନା .... କିଛି ପରିବର୍ତ୍ତନ ଲକ୍ଷ୍ୟ କଲେନି ସେ ସ୍ୱାମୀଙ୍କ ପାଖରେ। କ'ଣ କରିବେ ଏବେ। କିଛି ଲୁଗାପଟା ସହ ଟ୍ରଲି ଟାକୁ ନେଇ ପାଖ ରୁମକୁ ଗଲେ। ସ୍ୱାମୀଙ୍କ ଆଗରେ ବସି ଦେଖେଇ ଦେଖେଇ ଲୁଗାପଟା ସଜାଡ଼ିବାରେ ଲାଗିଲେ। ତଥାପି କିଛି ଫଳ ହେଲାନି। ମାଧବୀଙ୍କ ଚିରାଚରିତ ବ୍ଲାକମେଲିଙ୍ଗ ଆଜି ଫେଲ ମାରିଗଲା। ଏବେ ଯଦି ସେ ନିଜେ ନିଜେ ମନା କରିଦେବେ ଯିବା ପାଇଁ ତାହେଲେ ଆଉ ତାଙ୍କର କାଣି କଉଡ଼ିଟାର ବି ଇଜ୍ଜତ ରହିବନି ଏ ଘରେ।
ଲୁଗାପଟା ପ୍ୟାକିଙ୍ଗ ସରିଗଲା। ଏବେ ଶାଢ଼ୀ ବଦଳେଇବାର ବେଳ। ଭୁସ୍ କିନା ଶବ୍ଦ କରି ଗଡ଼ରେଜ ଆଲମିରା ଟାକୁ ଖୋଲିଲେ ମାଧବୀ। ଶାଢ଼ୀଟାଏ ଟାଣି ଆଣିଲେ। ତଥାପି ଭୁବନ ବାବୁ ରୋକିଲେ ନାହିଁ ମାଧବୀଙ୍କୁ।
ଶାଢ଼ୀଟା ପିନ୍ଧିବା ପାଇଁ ଯାଉଛନ୍ତି ତ ମାଧବୀଙ୍କ ଫୋନ ବାଜିଲା । କଲ ରିସିଭ କରି କଥା ହେଲେ ମାଧବୀ। କଥା ହୋଇ ସାରି ଭୁବନ ବାବୁଙ୍କୁ କହିଲେ ....
ହେଇଟି .... ଗାଁରୁ ବାପା ଫୋନ କରିଥିଲେ। କାଲି ଆସିବେ କହୁଛନ୍ତି। ମୁଁ ଆଉ କ'ଣ ଯିବି ବୋଲି ବାହାରୁଛି। ବାପା ଆସୁଛନ୍ତି ଜାଣି ଯଦି ମୁଁ ଏବେ ଚାଲିଯିବି ତାହେଲେ କଥାଟା ଖରାପ ହେବନି? ଥାଉ ନହେଲେ ପରେ କେତେବେଳେ ଯିବି କହି ଶାଢୀଟାକୁ ପୁଣି ଆଲମିରା ଭିତରେ ରଖିଦେଲେ ମାଧବୀ। ଆଉ ଭୁବନ ବାବୁଙ୍କୁ କହିଲେ, "ଶୁଣୁଛ ....କାଲି ମର୍ଣ୍ଣିୱାକରୁ ଫେରିଲା ବେଳକୁ ଭାକୁର ମାଛ କିଲେ ଦେଢ଼କିଲେ ନେଇ ଆସିବ। ବାପାଙ୍କୁ ଭଲ ଲାଗେ।
ଭୁବନ ବାବୁ ଭାବୁଥିଲେ ମନବୋଧ ଚଉତିଶାର ମହତ୍ତ୍ୱ ମୁଁ ଏତେ ଡେରିରେ ଜାଣିଲି କେମିତି ।

No comments:
Post a Comment