Thursday, August 20, 2020

ଶ୍ରୀ ଗଣେଶଙ୍କ ଜନ୍ମ ବୃତ୍ତାନ୍ତ



ଜୟ ଜୟ ଲମ୍ବୋଦର ଗୌରୀ ନନ୍ଦନ।
ଜୟ ବିଘ୍ନ ବିନାସକ ମୂଷିକ ବାହାନ।
ମଳି କଣିକାରୁ ପ୍ରଭୂ ତୁମେ ସୃଷ୍ଟି ହେଲ ।
ମାତା ପାର୍ବତୀଙ୍କ ଆଦେଶରେ ଦ୍ବାର ଯେ ଜଗିଲ ।
ପାର୍ବତୀ ଯେ ଗୁମ୍ଫା ମଧ୍ୟେ ତପସ୍ୟା କରିଲେ ।
ଗୁମ୍ଫା ମଧ୍ୟେ ପ୍ରବେଶକୁ ବାରଣ ଯେ କଲେ ।
ମାତା ଆଦେଶେ ଭିତରକୁ କାହାକୁ ନଛାଡିଲ ।
ପିତାଙ୍କୁ ନଚିହ୍ନି ଯୁଦ୍ଧେ ତାଙ୍କୁ ପରାସ୍ତିଲ   ।
କପଟ ଯୁଦ୍ଧ କରି ପିତା ତୁମକୁ ହରାଇଲେ ।
ମୁଣ୍ଡ ଗଣ୍ଡି ତୁମରେ ହେ ଅଲଗା କରି ଦେଲେ ।
ତୁମକୁ ପରାସ୍ତ କରି ଶିବ ମାତାଙ୍କୁ ଭେଟିଲେ ।
ମାତା ପାର୍ବତୀ ଆସି ତୁମ ପରିଚୟ ଦେଲେ ।
କି କଲ କି କଲ ମହାଦେବଙ୍କୁ କହିଲେ ।
ନିଜ ହାତେ ନିଜ ପୁତ୍ର କେମନ୍ତେ ବଦ୍ଧିଲେ ।
ମହାଦେବ କହିଲେ କିଛି ଚିନ୍ତା କର ନାହିଁ ।
କ୍ଷଣିକରେ ଜୀବଦାନ ଦେଇ ଦେବି ମୁହିଁ ।
ଦେଖିଲା ବେଳକୁ ତୁମ ମୁଣ୍ଡ ଯେ ନଥିଲା ।  
ଉଭାନ ହୋଇ ଯେ ମୁଣ୍ଡ କେଉଁ ଆଡେ ଗଲା ।
ଭାଳେଣୀ ପଡିଲା ସେଠି ତୁମ ଜୀବଦାନ ପାଇଁ ।
ମୁଣ୍ଡଟିଏ ଖୋଜ ଆହେ ବ୍ରହ୍ମାଣ୍ଡ ଗୋସାଇଁ ।
ମୁଣ୍ଡଟିଏ ଖୋଜ ଗଲା ତୁମ ଜନ୍ମ ପାଇଁ ।
ତୁମେ ପୁନର୍ବାର ଜନ୍ମ ପାଇଁ ଉପାୟ ଆସିଲା  ।
ଦକ୍ଷିଣ ଦିଗକୁ ଶୋଇଥିବା ଜୀବ ଖୋଜା ଗଲା ।
ହସ୍ତୀଟିଏ ଶୋଇଥିଲା ଦକ୍ଷିଣ ଦିଗକୁ ।
ନଜର ପଡିଲା ସେହି ହସ୍ତୀର ମୁଣ୍ଡକୁ  ।
ହସ୍ତୀମୁଣ୍ଡ ଯୋଡି ତୁମକୁ ବଞ୍ଚାଇଲେ ।
ଗଜାନନ ନାମ ରୂପେ ତୁମକୁ ଗଣିଲେ ।
ଅଗ୍ରପୂଜ୍ୟ ଦେବ ରୂପେ ତୁମେ ଗଣା ହେଲ ।
ସର୍ବ ଦେବାଦେବୀ ଠାରୁ ଆଗ ପୂଜା ଯେ ପାଇଲ ।
ଜ୍ଞାନ ବୁଦ୍ଧି ବିଦ୍ୟାରେ ତୁମେ ମହା ବଳଶାଳୀ ।
ତୁମ ଠାରୁ ଯିବେ ନାହିଁ କିଏ ଅବା ବଳି ।
ପିତାମାତାଙ୍କ ଚାରିପାଖେ ବୁଲି କହିଲ ସଂସାର ବୁଲିଲ।
ବଡ ଭାଇ କାର୍ତ୍ତିକଙ୍କୁ ତୁମେ ଏହି ଶିକ୍ଷା ଦେଲ ।
ତୁମେ ଯେ ମହାଜ୍ଞାନି ବୋଲି ସଂସାର ଜାଣିଲା ।
ତୁମ ପୂଜା ପାଇଁ ଭକ୍ତ ଆଗେଇ ଆସିଲା ।
ତୁମକୁ ପୂଜା କଲେ ମିଳେ ଜ୍ଞାନ ବୁଦ୍ଧୀ ବଳ।
ସେହି ବୁଦ୍ଧୀ ବଳେ ଜିଣି ହେବ ହେ ଏହି ଭୁମଣ୍ଡଳ।
ଆହେ ଗଜାନନ ତୁମେ କର ଆଶ୍ରିପାଦ।
ତୁମ ଆଶ୍ରିପାଦେ ଲଭିବି ଜ୍ଞାନର ସମ୍ପଦ ।
ତୁମକୁ ସୁମରି ସୁଦାମ ତୁମ ଜନ୍ମ ବଖାଣିଲା ।
ଭୁଲ ଥିଲେ କ୍ଷମା କର ଗୀତରେ କହିଲା  ।

ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy