Thursday, August 27, 2020

ଆଜି ଦଶମୀ

      ✍✍ସୁକାନ୍ତ ଖଣ୍ଡା 

ଆଜି ଭାଦରବ ମାସ ଦଶମୀକୁ
ଘରେ ପାଳୁଥିଲେ ଆଈ
ପୂଜାପାଠ ସହ ଦଶ ଦିଗପାଳ
ପ୍ରଣାମ କରିଲେ ଯାଇ।୧
ବୁନି ହସିକରି ଆଈଙ୍କ କୋଳରେ
ବସିକି କହିଲା ତୁମେ
ନିଇତି ସକାଳେ ଈଶ୍ୱର ପୂଜାରେ
ମଜ୍ଜିଯାଅ କିଆଁ କାମ।୨
ଛଳଛଳ ହୋଇ ବୁନିକୁ କହିଲେ
ଈଶ୍ବର ସନ୍ତୋଷ ହେଲେ
ଦୁଃଖ ଦୂର ସହ ଅଭାବ କଟିବ
ସାହା ଯଦି ହୋଇଯିବେ।୩
ବାରମାସେ ତେର ଯାତରା ସହିତ
ପଡ଼େ ପରବ ପର୍ବାଣୀ
ଏହା ବାଦ୍ ଆର ଦିନ ଗୁଡ଼ିକରେ
କେହି ବୁଝନ୍ତିନି ଜାଣି।୪
ମନ ଶାନ୍ତି ପାଇଁ ପୂଜା କରାଯାଏ
ଥାଆନ୍ତେ ଯଦି ଠାକୁର
ଦେଖି ଡରିମରି ପାଖ ମାଡ଼ନ୍ତେନି
ଲୁଚନ୍ତେ ହୋଇ ଅଧିର।୫
ଠାକୁର ନାମରେ ଆମେ ଖାଉଅଛେ
ତିଆରି ଅନ୍ନ ବ୍ୟଞ୍ଜନ
ଘର ପରିବାର ସନ୍ତୋଷ ପାଆନ୍ତି
ସଭିଏଁ ହୋଇ ମିଳନ।୬
ଅବଶ୍ଯ ସାଧକ କେତେ ରହିଛନ୍ତି 
ଈଶ୍ବର ପିପାସୁ ରଙ୍କ
ମିଳାମିଶା ସହ କଥା କହିଥାନ୍ତି
ଦୃଷ୍ଟାନ୍ତ ରାମକୃଷ୍ଣଙ୍କ।୭
ହସି ଦେଇ ବୁନି ଆଈଙ୍କୁ କହିଲା
ଈଶ୍ବର ସାଧିକା ହୋଇ
ସନ୍ତୋଷ ରଖିଛ ଘର ପରିବାର 
ଏକତା ସଜାଡ଼ି ଦେଇ।୮
ନ ଖାଇବା ବିନା ଅନର୍ଥ ହୁଅଇ
ପେଟ ପାଇଁ ହୁଏ ନାଟ
ଘର ପରିବାର ଭୁରି ଭୋଜନକୁ
ଖୁଆଇ କର ସନ୍ତୁଷ୍ଟ।୯
ପ୍ରଣାମ ସହିତ ଧନ୍ଯବାଦ ଦେଇ
ବୁନି ଚାଲିଗଲା ବେଳେ
ଆଈଙ୍କ ଆଖିରେ ଆନନ୍ଦ ଝର
ହାତ ଯୋଡ଼ି ପ୍ରେମ ଭୋଳେ।୧୦
               *
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 
ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy