Monday, August 24, 2020

ନଈ

              ✍ରଂଜିତା ପତି

କୁଳୁକୁଳୁସୁରେ   ଶିଳା ମର୍ମରେ
    ଝରି ଆସୁ ତୁହି ନଈ
ଅଟୁମାତୃପ୍ରତିମା. ଗୁଣେଅନୁପମା
    ସାଗର ସଂଗମ ପାଇଁ
ଶୀତଳ ସ୍ରୋତ ସେ ଅଭିମନ୍ତ୍ରିତ
    ପ୍ରାଣୋଛଳ କଳକଳ
ଜନମନତୋଷି ଦେଉ ପରଶି
    ପୟ ତୋ ସ୍ବଛ ନିର୍ମଳ
ତୀରେଶୋଭା ଦୁର୍ବାଦଳ ଆଭା
     ବର୍ଣିବାକୁ କିଏ କ୍ଷମ
ଜନ୍ମିଅଛୁଅବା ପରଶିଜନସେବା
     ପୂଣ୍ୟବତୀ ନାନାଧାମ
ନରମୂଢମତୀ ସାଜିଣ କ୍ରୁରଅତି
   କରେବକ୍ଷତୋର ଆବିଳ
ଅଟୁ ପୂର୍ଣଗର୍ଭା ତୁହିତମାତୃରୂପା
     ବକ୍ଷହୀରକସମ ଉଜ୍ଜଳ
ଲକ୍ଷପଥେତୁହି ଧାଉଁବିରତନୋହି
   ହେବାକୁସାଗରେସଂଗମ
ବାଧାଅତିକ୍ରମି ଅଟୁ ତୁପରାକ୍ରମୀ
   ରଣପ୍ରାଙ୍ଗଣେ ଯୋଦ୍ଧା ସମ
ପୂଣ୍ୟମୟୀ ତୁ ଢାଳି ପିୟୁଷ ଅମ୍ବୁ
   ହରୁଛୁ ଜନମନ ପରାଣ
ଲଭି ତୋର ଆଶିଷମୂଢମନୁଷ୍ୟ
   ଫେଡନ୍ତୁ ଗିରିକନ୍ୟାକଷଣ
ସଂଗମଆଶେ ନିର୍ଝରିଣୀ ହରଷେ
     ଆବେଗେପରିପୂର୍ଣ ହୃଦୟ
ଜୀବସେହିମତେପରମାତ୍ମାସାଥେ
    ବିଲୀନ ହେବଦିନେନିଶ୍ଚୟ,।

ଜଗନ୍ନାଥ ପ୍ରସାଦ
ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy