Thursday, August 13, 2020

କବିତା - "କା"

      ✍କଳ୍ପନା ରାୟ

ସେ "କା" ଯାହା ବିନା ସଂସାରର
ଚକ ଅଟକିଯାଏ ହୁଏତ
ଯାହା ସାହାଯ୍ୟ ନେଇ କିଛି ଲୋକର,
ସମୟର,ଜିନିଷର ବା ଉପଯୋଗୀତାର
ଅନୁପସ୍ଥିତିକୁ ଉପସ୍ଥିତ ଭାବରେ
ଦାୟିତ୍ବକୁ ଵି କେବେ କେବେ ତା ଉପରେ
ଲଦି ନିଜେ କାମ କରି ଖସିଯିବାରେ
ୟା ଦୋଷ ତା ଦୋଷ କହି ଶେଷରେ
ଵିଚରା "କା" ଉପରେ ଲଦି ଦିଆଯାଏ

"କା" ହୁଏତ ଵେଳେଵେଳେ ମୁଖ୍ୟଭୂମିକା
ତୁଲାଇ ନାୟିକା ଵା ନାୟିକା ଭୂମିକାରେ
ଅଂଶ ଗ୍ରହଣ କରି ସମସ୍ତଙ୍କ ମନୋରଞ୍ଜନ କରେ
କେଵେ ବଡ କଥାଟିର ସରଳ ସମାଧାନ କରିଥାଏ
କିନ୍ତୁ ସିଏ ତ "କା" ନା, ସେ ତ ନାୟକ/ନାୟିକା ନୁହେଁ

"କା" ସମସ୍ତଙ୍କ କାମରେ ଆସେ, ରଫ୍ ଖାତା ପରି
ସମସ୍ତେ ନିଜର କରନ୍ତି, ଦରକାର ବେଳେ
ମତାମତ ଲୋଡନ୍ତି ଆବଶ୍ୟକ ସମୟରେ
ଦୋଷ ଵି ଲଦି ଦିଅନ୍ତି ପ୍ରତ୍ୟେକ କଥାରେ

ବିଭିନ୍ନ କାରଣରୁ "କା"ର ଉତ୍ପତ୍ତି, ସମସ୍ତେ ତାକୁ
ନିଜର ଅନ୍ତରର କଥା କହନ୍ତି, ପୁଣି ସାମାନ୍ୟରୁ ସାମାନ୍ୟ କଥା କହି ବିରକ୍ତ କରନ୍ତି

"କା" ଅନ୍ତିମ ସମୟ ହଠାତ୍ ଆସିଗଲେ ମଙ୍ଗଳ
ନ ହେଲେ ସେ ପାଇଵନି ତାର ଥଳକୂଳ

ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy