Sunday, August 30, 2020

ନୀଳା ଚଳିଆ

 ✍ବାସନ୍ତୀ ଲତା ଜେନା

ନୀଳ କନ୍ଦରରେ ବସିଛୁ କାଳିଆ 
ଭାଇ ଭଉଣୀକୁ ନେଇ 
ଜଗତ ବାସୀ ତ ଦୁଃଖରେ ଡାକନ୍ତି 
ନ ଶୁଣୁଛୁ କାହିଁ ପାଇଁ        l 1l

ତୁମେ ପରା ପ୍ରଭୁ  ଜଗତ ଈଶ୍ୱର 
ବିଶ୍ୱାସରେ ରହି ଥାଅ 
ଭlଵ ବିନୋଦିଆ ମୋ କଳା ସାଆନ୍ତ
ପ୍ରତି ହୃଦେ ରହି ଥାଅ         l 2l

ତୁମ ଚକା ଆଖି ଶୟନେ ସପନେ 
ମୋ ନୟନେ ନାଚୁ ଅଛି 
ନିଃଶ୍ବlସରେ ତୁମେ ପ୍ରଶ୍ଵାସରେ ତୁମେ 
ତୁମ ଗୁଣ ଗାଉ ଅଛି           l 3l

ତୁମେ ତ ମୋର ଆରାଧ୍ୟ ଦେବତା 
ଜୟ ଜଗନ୍ନାଥ ନାମ 
ଭଲ ମନ୍ଦ କିଛି ଜାଣି ନାହିଁ ପ୍ରଭୁ 
ଡାକି ବକି ତୁମ ଧାମ       l 4l

ତୋ ବଡ଼ ଦେଉଳେ ପାଦ ପକାଇବି 
ତୋର ମୁଖ ଦେଖୁ ଥିବି 
ସଂସାର ଜଞ୍ଜାଳ ସବୁ ଭୁଲି ଯିବି 
ତୋତେ ଛାଡ଼ି ନ ପାରିବି   l 5l

ଶରଧା ବାଲିରେ ଘର ମୁଁ କରିବି 
ଦେବୁ ଖଣ୍ଡେ ମୋତେ ଜାଗା 
ସଞ୍ଜ ସକାଳରେ ଦୀପ ମୁଁ ଜାଳିବି 
ତୋ ପାଇଁ ହେବି ସୁ ଭାଗା    l 6l

ତୋ ସିଂହ ଦୁଆରେ ଘଡ଼ିଏ ବସିବି 
ଭଜନ ମୁଁ ଗାଉ ଥିବି 
ଏହି କୃପା ମୋତେ କରିବ ସlଇଁ ହେ 
ଦୁଃଖ ମୋର ଭୁଲି ଯିବି      l7l

ଆନନ୍ଦ ବଜlରେ ଅଭଡ଼ା ଭୁଞ୍ଜିବି 
ପିଇବି ଟଙ୍କ ତୋରାଣି 
ତୋ ଶ୍ରୀ ମନ୍ଦିରରେ ଘଡ଼ିଏ ଶୋଇବି 
ମନା ମୋତେ କରିବୁନି       l 8l

ବହୁ ଆଶା ନେଇ ଆସିଛି ଠାକୁରେ  
ତୁମେ ପରା ମୋ  ଜୀଵନ 
ଅନ୍ଧାର ଲଉଡ଼ି ଜୀଵନ ସଙ୍ଖାଳି 
ସରି ଯାଉ ମୋର ଦିନ      l 9l

ଅନ୍ତିମ ସମୟ ଯେବେ ମୋର ହେବ 
ପାଖେ ପାଖେ ମୋର ଥିବ 
ତୋର ମୁଖ ଦେଖି ଜୀବ ମୋର ଯିବ 
ଏତିକି କୃପା କରିବ      l10l

ବାସନ୍ତୀ ଲତା ଜେନା, 
ଗାନ୍ଧିନଗର, ନବରଙ୍ଗପୁର  l

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy