Sunday, August 23, 2020

ନୂଆଁ ଖାଇ ପର୍ବ


ଡ. ନଳିନୀ ପ୍ରଭା ଦାସ
                 ଭଂଜନଗର

ଗଣପର୍ବ ନୂଆଁଖାଇ
ପଶ୍ଚିମ ଓଡ଼ିଶା ଧର୍ମ ସଂସ୍କୃତି ର
ପାରମ୍ପରିକ  ସ୍ମୁତି ନେଇ
ଭେଟଘାଟ ର ପରବ
ଭାଦ୍ରବ ଶୁକ୍ଲ ପନ୍ଚମୀ ରେ ଆସେ
ଘରେ ଘରେ ସାଜ ସଜ୍ଜାହେବ। 
ଦୂର ବିଦେଶରୁ ଫେରି
ଗହଳ ଚହଳ ହେବ ପରିବାର
ବନ୍ଧୁ ବାନ୍ଧବକୁଂ ଧରି। 
ପିନ୍ଧିଣ ନୂତନ ବସ୍ତ୍ର
ଅଳଂକାର ସାଥେ ବୋଲିଣ ମନ୍ତ୍ର
ନବାନ୍ନ ଦେବେ ପରଷି
ସର୍ବ ଦେବାଦେବୀ ମା ସମଲାଈ
ଆଶୀର୍ବାଦ ନେଇ
ଏକାଠି ଖାଇବେ ବସି। 
ନାଚ ଗୀତ ର ଆସର
ହୋଇ ବ ମେଳଣ, ଝୁଲିବ ତୋର ଣ
ଯାଉ ଥିବ ଆଖି ଖୋସି
ବୁଲି ଦେଖିବେ ଯାତରା
କେତେ ଦରବ ପସରା
ହେଲେ ଏସନ ବରଷ
ଫିକା ପଡ଼ି ଯିବ କରୋନା ପାଇଁ ଯେ, 
ତଥାପି ମୁଖରେ ହସ। 
ହେ ଜଗତ ର ଜନନୀ 
କରୋନା ସଂକଟୁ ଉଦ୍ଧାର କର ମା
ସମ୍ବଲପୁର ରାଣୀ। 
ତୋହର ମହିମା ଯୁଗେ ଯୁଗେ ରହୁ
ପୁଣି ହସି ଉଠୁ ଏ ଧରଣୀ। 

                   ଘୁମୁସର ଲେଖି କା ସଂସଦର ସଂପାଦିକା, ଭଂଜନଗର, ଗଂଜାମ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy