Thursday, August 20, 2020

ପ୍ରେମ ***

ପ୍ରେମ ଏକ ନିଆରା ଶବ୍ଦ 
ଯାହା କେବଳ ମନର ଅନୁଭବ
ସତ୍ୟ, ଚିରନ୍ତନ ଆଉ ଶାଶ୍ୱତ 
ନିଷ୍କଳଙ୍କ ନିଷ୍ପାପ ଅମୃତ |

ପ୍ରେମ ଏକ ପବିତ୍ର ମନ୍ଦିର 
ପୂଜା ଥାଳ ରେ ବିଶ୍ୱାସ ର ଭଣ୍ଡାର 
ତ୍ୟାଗ ରୂପକ ପୁଷ୍ପ ଅରପି 
ନିସ୍ଵାର୍ଥପରତାକୁ ମନରେ ଥାପି |

ପ୍ରେମ ଏକ ସୀମାହୀନ ସାଗର 
ଆକାଶ ଠୁ ଉଚ୍ଚ ପୁଣି ସାଗର ଠୁ ଗଭୀର 
ନୁହେଁ ସେ ତ ମୋହ ର ବନ୍ଧନ 
ପୁଣ୍ୟ ଡୋରିରେ ବନ୍ଧା ଏ ଜୀବନ |

ପ୍ରେମ ଏକ ପବିତ୍ର ସମ୍ପର୍କ 
ଅଛିଣ୍ଡା, ଅଭଙ୍ଗା ପୁଣି ନାହିଁ ଆଦ୍ୟନ୍ତ 
ନୁହେଁ କେବଳ ନାରୀ ପୁରୁଷ ର ଆବେଗ 
ସ୍ୱୀକୃତ ସମର୍ପଣ ମନୋଭାବ |

ପ୍ରେମ ଏକ ସୁନ୍ଦର ଅବୟବ 
କେବେ ବାତ୍ସଲ୍ୟ ପୁଣି ଭକ୍ତି ଭାବ 
କେବେ ବନ୍ଧୁତ୍ୱ ପୁଣି ସମ୍ମାନ 
କେବେ ସ୍ନେହ ପୁଣି ରାକ୍ଷୀ ର ମାନ |

ଆରତୀ କୁମାରୀ ବେହେରା 
ଭଞ୍ଜନଗର, 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy