ଶିକ୍ଷା ବହୁତ ପ୍ରକାର ଅଛି ବୋଲି ଜେଜେମା କୁହେ, ଛୋଟ ଵେଳେ ଭାବେ ଶିକ୍ଷା ତ ଶିକ୍ଷା, ଯିଏ ଜ୍ଞାନର ମାର୍ଗ ଦେଖାଏ । ଆଉ ଶିକ୍ଷା କଣ ?? ପଚାରିଲି ଦିନେ ?? ଲୋକକଳାର ଶିକ୍ଷା, ଲୋକାଚାର ଶିକ୍ଷା, ଵ୍ୟଵହାରର ଶିକ୍ଷା, ସଂସ୍କୃତି ସଭ୍ୟତାର ଶିକ୍ଷା। ଛୋଟ ମୁଣ୍ଡରେ ମୋର ଏତେ କଥା ଧରୁ ନ ଥିଲା । କିନ୍ତୁ ଛାଡ଼ି ପାରି ନ ଥିଲି । ଝୁଙ୍କ୍ ଥିଲା ସବୁ ପ୍ରକାର ଶିକ୍ଷା ଗ୍ରହଣ କରିବି
ସମୟ ଗଡି ଚାଲିଲା । ଶିକ୍ଷା ଥିଲେ କେହି ପଛକୁ କରିପାରିବେ ନାହିଁ ଏ ଜ୍ଞାନ ପାଇଲି । କଳେ ବଳେ କୌଶଳେ ଅକ୍ତିଆର କରିବାକୁ ଲାଗିପଡିଲି। ଷଷ୍ଠ ଶ୍ରେଣୀରୁ ହସ୍ପିଟାଲରେ ରୋଗୀ ସଂସ୍ପର୍ଶରେ ଆସି ବହୁତ ଵ୍ୟଵହାରିକ ଜ୍ଞାନ ଆହରଣ କଲି। ଆମ ଘର କଟକରେ ବଡ ମେଡିକାଲ ପାଖରେ ଥିଲା । ବହୁତ ଲୋକ ମାମୁଁ ଘର ଗାଁରୁ ଆସୁଥିଲେ । ସୁବିଧା ସୁଯୋଗ ନେଇ ଚାଲିଥିବାର ଦେଖୁଥିଲି। ସୁନ୍ଦର କଥା କହି ଆମ ଦାନାରେ ଧୂଳି ଦେବା ଅନୁଭବ କରୁଥିଲି । ମାତ୍ର ବାପା ମାଆ ଭିତରେ କଳି ହେବ ବୋଲି ଚୁପ୍ ରହୁଥିଲି।
ମାମୁଁ ଘର ବଡ ପରିବାର । ଚାଷୀ ଓ ଅର୍ଦ୍ଧଶିଖିତ ଗାଁ ହେତୁ ସେ ସମୟରେ ଖୁବ୍ କମ୍ ବନ୍ଧୁବାନ୍ଧବ କଟକ ଭୁବନେଶ୍ୱରରେ ରହୁଥିଲେ । ମାଆର ଅମାୟିକ ଗୁଣର ସୁଯୋଗ ନେଇ ମାମୁଁ ଘର ଓ ତାଙ୍କ ଗାଁ ଲୋକ ବରାବର ଆମ ଘରକୁ ଆସୁଥିଲେ । ଆମର ପାଠପଢାରେ ବହୁତ ଅସୁବିଧା ହୁଏ । ମୋ ଵ୍ରହ୍ମ ତାତେ । ରକ୍ତ ଚାଉଳ ଚୋବାଏ । ସୁଯୋଗ ଉଣ୍ଡୁଥାଏ ଠିକଣା ଜଵାଵ୍ ଦେବାକୁ।
ଵାପା କିରାଣୀ । କାହାଠୁ ଉତ୍କୋଚ ନ ନେବା ଵାଲା । ତେଣୁ କାହାକୁ ଡରନ୍ତି ଵି ନାହିଁ । କେତେବେଳେ ଚାଉଳ ଖଣ୍ଡିଏ, ଲାଉ ଦିଟା, ପୋଇଡଙ୍କ କିଛି, ପାଣିକଖାରୁ ଛୋଟ ଛୋଟ ସେମାନେ ନେଇ ଆସନ୍ତି, ଯାହାର ସହରରେ କାମ ଥାଏ । ଦିନେ ଦି ଦିନ, ଦରକାର ପଡ଼ିଲେ ପନ୍ଦର ଦିନ ମାସେ ବି ରହନ୍ତି । ଵାପାଙ୍କୁ ଭାରି ଵାଧେ। ଯାହା ତାହା ଚିଠି ଲେଖିପଠାନ୍ତି ମାମୁଁ ଘରକୁ । ସେମାନଙ୍କ ଶକ୍ତି ନ ଥାଏ ବାପାଙ୍କ ସାମ୍ନାରେ କିଛି କହିବାକୁ । କାରଣ ବାପା ଗେଟ୍ ଆଉଟ୍ କରିଦେଵେ, ଯେଉଁଟା ତାଙ୍କ ସ୍ବାର୍ଥରେ ଆଞ୍ଚ ଆସିବ । ତେଣୁ ସେମାନେ ଵାପାଙ୍କୁ ନ କହି ମାଆକୁ କହନ୍ତି, ସେମାନେ ଗଲା ପରେ ବାପାମାଆଙ୍କର କଳି ହୁଏ । ଏମିତି ଆମ ପାଠପଢା ନଷ୍ଟ ହୁଏ। ମାମୁଁ ଦିନେ ମାଆକୁ ଵାପାଙ୍କ ନା'ରେ କହୁଥିବାର ଶୁଣିଲି, ଆଉ ଋ କଥା ବି ଶୁଣିଲି ଯେ ସେ କହୁଥାନ୍ତି ତୁ ଵୁଢାକୁ(ମୋ ଵାପାଙ୍କ ଡାକ ନାମ) କହିବୁ ନାହିଁ । ମୁଁ ସାହସ ସଞ୍ଚାର କରି କହିଲି, ବୁଢାକୁ ନ କହିବ ତ ତୁମେ ତାକୁ କହୁଛ କାହିଁକି ?? ତୁମେ ଗଲାପରେ ସବୁଵେଳେ ଆମ ଘରେ କଳି। ତୁମେ ବାପା ବାରମ୍ଵାର ଚିଠି ଦେଇ ମନା କରିବା ସତ୍ତ୍ୱେ ଆସୁଛ କାହିଁକି ??
ସତକୁ ସାମ୍ନା କରିବାର ପାଠ ସେହି ଦିନଠାରୁ ହିଁ ମୁଁ ପଢିଥିଲି । ଧିରେ ଧିରେ ବୁଣାବୁଣି ଠୁ ଲୋକ ସମାଜରେ ପ୍ରଚଳିତ ପ୍ରଥା ଓ ପରମ୍ପରା ଅନୁଯାୟୀ ଶିକ୍ଷା ଲାଭ କରିବାକୁ ଵେଶି କଷ୍ଟ କରିଵାକୁ ପଡି ନ ଥିଲା ।
ତା ପରେ ଆସିଲା ମୋ ରୋଗ । ମୋର ବଡ ଗୁରୁ ହୋଇ ଶିକ୍ଷା ଦେଉଥିଲା କଷଟି ପଥରରେ କଷି କଷି । ପ୍ରତ୍ୟେକ ଲୋକ ଚାତୁରୀ, ଚଳଣି, ଆବଶ୍ୟକତା ଅନୁଯାୟୀ ନିଜର ଗୋଡ ଦୃଢ କରିବା ଶିକ୍ଷା ପାଇଗଲି ମୋର ରୋଗର ନିଦାନ ଔଷଧ ଟିକକ ଯୋଗାଡ କରୁ କରୁ । ଏକାନ୍ତରେ ଦିନେ ବାପାଙ୍କ କଥାକୁ ଵିଷ୍ଳେଶଣ କଲି "ଗୁଡ ସରିଗଲେ ଜନ୍ଦା ଆସିବେନି" , ସତକଥା, ବାପାଙ୍କ ଚାକିରି ସରିବା ପରେ ପରେ ଆଉ ପ୍ରାୟ କେହି ଆସିଲେ ନାହିଁ । ଯେତେବେଳେ ମାଆ ପାଖରେ ଲୋକର ଆବଶ୍ୟକ ଗୁଡ ସରିବା ହେତୁ ଆଉ ଦେଖା ନ ଥିଲା ।
ବାପା ଖୁସିରେ ଆଖିଵୁଜିଲେ । ଯେଉଁ ମାଆ ନିଜେ ନ ଖାଇ ଵାପଘର ଓ ବାପଘର ଗାଁ ଲୋକଙ୍କୁ ଖୁଆଉଥିଲା ସେମାନେ ମାଆ ବିଛଣାରେ ପଡ଼ିଥିଲେ ଵି କେହି ଦିନେ ହେଲେ ଆସନ୍ତି ନାହିଁ ।
ଵାସ୍ତରୀ ବର୍ଷର ସ୍ବାଧୀନତା ପରେ ବି ସେହି ସ୍ବାର୍ଥି ଗୋଷ୍ଠୀ ପୁଅ ପାଖରେ ପରାଧୀନ ଜୀବନ ଯାପନ କରୁଛନ୍ତି । ଏହା ହିଁ ମହାଶିକ୍ଷା ।
ତେଣୁ ଆଜି ବୁଝୁଛି ଶିକ୍ଷା ତ ନିଶ୍ଚିତ ଭାବରେ ବହୁ ପ୍ରକାରରେ କାୟା ବିସ୍ତାର କରିଛି କାହିଁ କେଉଁ ଅନାଦି କାଳରୁ । ସେଇଥିପାଇଁ ତ ମୁନିଋଷିମାନେ ଜଙ୍ଗଲରେ ଆଶ୍ରମ କରି ସବୁ ପ୍ରକାର ଶିକ୍ଷା ଦେଉଥିଲେ । ଯିଏ ଯାହା କରିବାକୁ ଭଲ ପାଉଥିଲା, ତାକୁ ହିଁ ସେ ଜୀବିକା ରୂପେ ଚୟନ କରୁଥିଲା । ଯାହା ଆଜିର ଶିକ୍ଷା ପ୍ରଣାଳୀର ମୁଖ୍ୟ ଭାବରେ କରାଯାଇଛି ।
ଶିକ୍ଷା ହିଁ ଉଚିତ ମାର୍ଗ ଦର୍ଶକ, ସ୍ବାର୍ଥ ନୁହେଁ । ଏକଥା ମନେ ରଖିବା ଉଚିତ ।
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

No comments:
Post a Comment