Sunday, August 30, 2020

ମୁଁ ଧଉଳି କହୁଛି

✍ଶିଶିର କୁମାର ସ୍ଵାଇଁ

କହି ମୁଁ ପାରୁନି ସହି ମୁଁ ପାରୁନି
ନୀରବି ଯାଇଛି ସ୍ୱର,
ଲୁହ ପୋଛିବାକୁ କେହି ନାହିଁ ମୋର
ସୁପ୍ତ ସେ କଳିଙ୍ଗ ବୀର II

ଶାନ୍ତିସ୍ତୁପ ମୁଁ ଯେ ନିଇତି ଜଳୁଛି
ଦେହେ ମୋ ଅଶାନ୍ତ ପୀଡା,
ସ୍ଵାଭିମାନ ହୀନ ଉତ୍କଳ ଜାତିଟା
ହୋଇଛି ଆଜି ଅଲୋଡ଼ା II

କଳଙ୍କିତ ଆଜି କଳିଙ୍ଗର ମାଟି
ଦୁର୍ନୀତିର ଗନ୍ତା ଘର,
ଭାଇ ଭାଇ ମଧ୍ୟେ ନିତି ରକ୍ତପାତ
ହଜିଛି ଏକତା ସ୍ୱର II

ଦିନ ଦ୍ଵି ପ୍ରହରେ କଳିଙ୍ଗ କୋଳରେ
ରାଜଜେମା ବଳାତ୍କାର,
ପିପିଲି, କୂନ୍ଦୂଲୀ ବିଲୁଆ ଖାଇରେ 
ନାରୀ ମାଂସର ବେପାର II

ନକ୍ସଲବାଦର ବନ୍ଧୁକ ମୁନରେ
ରାଜା ମନ୍ତ୍ରୀ ଆତଯାତ ,
ଭୋକିଲା ପେଟକୁ ଦାନା ଯୋଗାଡଇ 
ମାଆ ବିକି ତା'ର ସୁତ II

ଧଉଳି ଡାକୁଛି ଆସ ଚଣ୍ଡାଶୋକ 
ଦୟାକୁ ରୁଧିରେ ଭର,
ଜାଗି ଉଠୁ ପୁଣି କଳିଙ୍ଗ ସନ୍ତାନ
ଶୁଭୁ ତା ଏକତା ସ୍ୱର II

ମାଟି ପାଇଁ ପଛେ ଜୀବନ ତାହାର
ତବ ଖଡ୍ଗ ଖାଦ୍ୟ ହେଉ,
ଶାନ୍ତିସ୍ତୁପ କହେ ଉତ୍କଳ ମାଟିରେ
ଶାନ୍ତି, ମୈତ୍ରୀ ରହିଥାଉ II

ଗାଙ୍ଗପୁର
ଗଞ୍ଜାମ-761123

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy