✍ ଅମରନାଥ ବାରିକ୍
ସ୍ୱାଧୀନ ଦେଶରେ ଅଧୀନ ହେଲେ
ଗରିବ ମଳି ମୁଣ୍ଡିଆ
ନେତା ରଖନ୍ତି ତାଙ୍କ ହାତରେ
ଆମେ ତାଙ୍କ ମୂଲିଆ ।
ନିଜକୁ ଦ୍ୱିତୀୟ ଈଶ୍ୱର ଭାବି
ଚଳନ୍ତି ଏହି ସଂସାରେ
ଯାହା ହେଉଛି ତାଙ୍କ ଦୟାରେ
କୁହନ୍ତି ଯେ ସଭାରେ ।
ଯାହା ଅନୁଦାନ ଆସେ ଆମର
ଦିଅନ୍ତି ନି ସେ ପତା
ଆମେ ତାଙ୍କର ଦୟାର ପାତ୍ର
ସିଏ ଆମର ଦାତା ।
ନେତା ଖାଆନ୍ତି ପାଚେଲା ପଣସ
ଗରିବ ମୁଣ୍ଡରେ ଅଠା
ରାଜନୀତିର ଖେଳ ଏ ପରା
ଖେଳନ୍ତି କରି ମୁଠା ।
ଆସିଲେ ଭୋଅଟ ନେବାର ବାରି
କରନ୍ତି ଅନେକ ଗେଲ
ଭୋଟ ସରିଲେ କିଏ କାହାର
ତାଙ୍କ ପଛରେ ବୁଲ ।
ରାଜନୀତି ଏବେ କୂଟନୀତିରେ
ଭ୍ରଷ୍ଟାଚାର ପାଲଟିଣ
ବ୍ୟାପି ଯାଇଛି ସାରା ଜଗତେ
ନେତାଙ୍କର ଏ ଗୁଣ ।
ସବଳ ଅଧୀନେ ଦୁର୍ବଳ ରୁହେ
ରହିଛି କଥା ଜଗତେ
ଏହା ଅନ୍ୟଥା ପ୍ରମାଣ ନୁହେଁ
ଗୋଟିକେ ଗୋଟି ବିତେ ।
ଧର୍ମରେ ଜୟ ଅଧର୍ମର କ୍ଷୟ
ଘଟିବ ନିଶ୍ଚୟ ଦିନେ
ପରାଜୟ ହେବ କୂଟନୀତିର
ଧର୍ମର ଆଗମନେ ।
ସମାପ୍ତ
____●◆●____
No comments:
Post a Comment