Friday, August 28, 2020

ବେସୁରା

ନିର୍ମଳ ନାୟକ 

ପଞ୍ଚମ ତାନ ରେ ପିକ ଗାଉଥିଲା... 
ଆମ୍ବ ର ଡାଳରେ ବସି... 
ମନରୁ ସରାଗ ଲିଭିଯାଇଥିଲା... 
ସରସ ଯାଇଛି ରୁଷି !!

ଯା'ରେ ପିକ ତୁ ଉଡି ଯାଅ କାହିଁ... 
ଆଉ ତୁ ଗାଆନା ବାରେ... 
ଖୁସିର ପ୍ରଦୀପ ଆଜି ଜଳେ ନାହିଁ.. 
ହୃଦ କାନ୍ଦେ ଅନ୍ଧକାରେ !!

ମନର ଦୁର୍ଦଶା କହୁଛି ତୋ ଆଗେ.. 
ମନୋଦଶା ଶାନ୍ତ ପାଇଁ.. 
ମା ଚାଲିଗଲେ ଏକା ଏକା ଲାଗେ.. 
ସାହା କେହି ମୋର ନାହିଁ !!

ତୋର ମିଠା ସୁର ବେସୁରା ଲାଗଇ 
ଅନ୍ନ ବି ରୁଚଇ ନାହିଁ... 
ଦୁଃଖ ଦରିଆ ରେ ଲୁହରେ ଭସାଇ.. 
ଥଳ କୁଳ ପାଉ ନାହିଁ !!

ଅପୂରଣୀୟ କ୍ଷତି ଜୀବନେ ରହିଲା.. 
ସବୁ କିଛି ପାଖେ ଥାଇ.. 
ତାଙ୍କ ସ୍ମୃତିପଟ୍ଟ ମାନସ ପଟଳେ... 
ଜୀବନେ ଝଲସୁ ଥାଇ !!

କିଏ ପଚାରିବ ଆଉ ମୋତେ ଆସି.. 
ଆରେ ଖାଇଲୁକି ନାହିଁ... 
ଅର୍ଥ ର ପଛରେ ସଭିଏଁ ପ୍ରୟାସୀ.. 
ପଚାରିବାକୁ ବେଳ କାହିଁ !!

ଯାଇନୁ ଏଯାଏ ଶୁଣୁଛୁ ମୋ କଥା... 
ସୁରରେ ଆଉ ଗାଆନା 
ତୋର ମିଠା ସୁର ବେସୁରା ବ୍ୟଥା.. 
ସବୁ ମିଛର ବାହାନା !!

ମାଆ ଡାକ ଆଉ ଶୁଭିବନି କେବେ.. 
ଲିଭିଲା ଅଲିଭା ଦୀପ.. 
ସାରା ସଂସାର ରେ ବେସାହାରା ଭାବେ.. 
ସେନେହ ଶରଧା ରୂପ !!

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014.

1 comment:

  1. ଖୁବ ଚମତ୍କାର ଲେଖା ସାର ମାଆଙ୍କ ସ୍ମୃତିକୁ ନେଇ🙏🏻🙏🏻

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy