Thursday, August 27, 2020

ପଡୋଶୀ

ଜନମିଛି ନର ଏହି ସଂସାର ରେ 
     ଶ୍ରେଷ୍ଠ ପ୍ରାଣୀ ଟିଏ ହୋଇ
ଗଢିଛି ସମାଜ ସହଯୋଗୀ ତାର
    ପରିପୂରକତା ନେଇ।
 ଗଢିଥାଏ ଗୃହ ଜନବସତିରେ
     ନାଶି ଏକାକୀ ଆବାସ
ପଡୋଶୀ ସହିତ ମିତ୍ରତା ପଣରେ
    କରି ରହିଥାଏ ବାସ।
ପଡୋଶୀ ସହିତ ମଧୁଭରା ଭାବ
    ବଣ୍ଟାବଣ୍ଟି ସୁଖ ଦୁଃଖ
    ମାନି ଯାତ୍ରାରେ ଭୋଜିପରବରେ
           ସାହାଯ୍ୟ ଥାଏ ଅମାପ।
ପଡୋଶୀ ସମ୍ପର୍କେ ଜାତି ଧର୍ମର
   ନଥାଏ ବାଛ ବିଚାର
ଅନାବିଳ ଭାବ ଆଣେ ଗ ଉରବ
    ପ୍ରତିବେଶୀ ସମ୍ପର୍କର।
ପୁରାଣେ କଥୂତ ଯା ନୀତି ପ୍ରଦତ୍ତ
     ପର ହିଁ ପରମେଶ୍ବର
ପର ନିନ୍ଦା ଗାନ ନକଲେ ଜୀବନେ
    ଲଭିବ ସୁଖ ଅପାର।
 ପ୍ରତିବେଶୀ ପ୍ରତି ନକରି ଅସୂୟା
      ବନ୍ଧୁତା ଭାବକୁ ନେଇ
ପରସ୍ପର ପରିପୂରକ ପଣରେ
     ଚଳିବା ବିଧାନ ଏହି।

ନଳିନୀ ପ୍ରଭା ମିଶ୍ର

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy