✍ଅରବିନ୍ଦ ଦାସ
ନିର୍ମଳ ଆକାଶକୁ ଦେଖି ମନେମନେ ହସିଲା ସେ।ମେଘର ଚିହ୍ନବର୍ଣ୍ଣ ନାହିଁ।
ଆଜି ଜନ୍ମାଷ୍ଟମୀ ଓ ତାର ଜନ୍ମଦିନ ବି।
ଆଈ କଥା ହାଠାତ୍ ମନକୁ ଆସିଲା।
-ଜନ୍ମାଷ୍ଟମୀରେ ଯେମିତି ହେଉ ବର୍ଷା ହେବ।କୃଷ୍ଣ ଜନ୍ମ ହେବେ ପରା।"
- ଆଈ, କୃଷ୍ଣ ଜନ୍ମ ହେବା ସହିତ,ବର୍ଷା ସମ୍ପର୍କ କଣ ?"
- ମା ଦେବକୀ,ଗର୍ଭ ଯନ୍ତ୍ରଣାରେ ପରା କାନ୍ଦେ।ସେଇ ଲୁହ ବର୍ଷା ହୋଇ ଖସେ।"
- ଗ୍ୟାରେଣ୍ଟି ମାରିବୁ ?ବେଟ୍ ପକାଇବୁଆଈ?
-ଯେମିତି ହେଉ ବର୍ଷା ହେବ।ବେଶୀ ନହେଲେ ବି ଦୁଇଟୋପା ବି ଖସିବ।ଏଇଠି ନହେଲେ ଆଉ କେଉଁଠି ବି ହେବ।କିନ୍ତୁ ବର୍ଷା ହେବ ନିଶ୍ଚେ।"
- ଆରେ,ବାଃ ରେ ତୋ ଲଜିକ।ବର୍ଷା ଦିନେ କେଉଁଠି ହେଲେ ବର୍ଷା ତ ହେବ ହିଁ ହେବ।
-ତୁ ଆଉ ତୋ କୃଷ୍ଣ।ଧନ୍ୟ କହିବ ତୋତେ।"
ଜିଭ କାମୁଡି ଆକାଶକୁ ଅନାଇ ମୁଣ୍ଡିଆ ପକାଇ କ୍ଷମା ମାଗି,ତାକୁ ଆଖି ଦେଖାଇ ଆଈ କହେ,
-ଠାକୁରଙ୍କୁ ସେମିତି କହିବୁନି। ଆମେ ନିର୍ଜଳା ଓପାସ କରି ପୂଜା କରୁଛୁ; କୃଷ୍ଣଜନ୍ମ କଥା ଶୁଣି,ରାତି ବାରଟା ପରେ ପ୍ରସାଦ ପାଉ।ସବୁ ହେଉଛି ବିଶ୍ବାସ।
-ବର୍ଷା ଯଦି ନହେବ ?କୃଷ୍ଣ ତେବେ ଜନ୍ମ ହେବେନି ?ବୁଝିଲୁ ବୁଢ଼ୀ ,ମୁଁ ଡାକ୍ତର ହୋଇ ତୋ ଦେଵକୀଙ୍କର ସିଜରିଆନ କରି ଜନ୍ମାଷ୍ଟମୀ ପୂର୍ବରୁ ଦିନବେଳା ଡେଲିଭରି କରାଇଦେବି।କରୁଥିବୁ ରାତିରେ ଓପାସ।
ସକେଇ ଉଠେ ଆଈ।
-ତୋ ଜନ୍ମ ବେଳେ,ତୋ ମା କୁ କଣ କମ କଷ୍ଟ ଦେଇଛୁ ?ମୋ ଝୁଅ କେତେ କାନ୍ଦିଛି ?ତୋ ମା ଅପେକ୍ଷା ଅଧିକ ମୁଁ କାନ୍ଦୁଥିଲି ଓ କୃଷ୍ଣ ଭଗବାନଙ୍କୁ ଡାକୁଥିଲି କେମିତି ଭଲରେ ଜନ୍ମ ହେଉ ପିଲାଟା।ମୋ ଘରେ କୃଷ୍ଣ ଜନ୍ମ ହେବେ ବୋଲି ସମସ୍ତେ କହୁଥିଲେ।।ହେଲେ ତୋ ଭଳି ଏମିତି ଖେଚଡ଼ ହେବ ବୋଲି କଣ ମୁଁ ଜାଣିଥିଲି ?କି ବର୍ଷା,ତୋଫାନ,ପବନ ସେଦିନ ?
ସେ ଦେଖୁଥିଲା ଆଈ ମୁହଁକୁ।ସତେଯେମିତି ସେ ହିଁ ଦେବକୀ।କୃଷ୍ଣଙ୍କୁ ନିଜ ହାତରେ ଯେମିତି ଖେଳାଇଛି।ପିଲାବେଳ କଥା ମନେପଡୁଥିଲା।ନିଷ୍ଠାରେ ସବୁ ପୂଜା ହୁଏ।ନନା ଆସି ରାତିରେ କୃଷ୍ଣ ଜନ୍ମ ବହି ପଢ଼ନ୍ତି।ଭୋଗ ରାଗ ସବୁ ସଜଡା ହୋଇ ରହିଥାଏ।ଘିଅରେ ଛଣା କାକରା,ଆରିଷା,ପୁରୀ।ତା ସହିତ ଚୁଡା ଘଷା,ସିରିଣୀ, ସୁଜି ଖିରୀ,ଫଳ ମୁଳ ଭୋଗ।
ରାତି ସାଢ଼େ ନଅଟାରେ ରେଡିଓରେ ଗୀତିନାଟ୍ୟ "ଜନ୍ମାଷ୍ଟମୀ" ଶୁଣନ୍ତି ସମସ୍ତେ।।
ପୂଜା ସରିଲା ପରେ,କଦଳୀ ପତ୍ର,ଖଲି ପତ୍ରରେ ସମସ୍ତଙ୍କ ପାଇଁ ପ୍ରସାଦ ବଢ଼ା ହୁଏ।
ଆଈ ପାଖରେ ସବୁଥର ହାରେ ସେ।ଜନ୍ମାଷ୍ଟମୀରେ ଯେମିତି ହେଉ ବର୍ଷା ହୁଏ।ପାନଖିଆ ଦାନ୍ତ ଦେଖାଇ ହସେ ଆଈ।
ଗୋଟେ ବର୍ଷ ଜନ୍ମାଷ୍ଟମୀରେ ବର୍ଷା ହୋଇ ନଥିଲା।ସେଇ ବର୍ଷ ଜନ୍ମାଷ୍ଟମୀରେ ବି ଆଈ ହରାଇଦେଇଥିଲା ତାକୁ।
ଆଈ ଆଖି ବୁଜିଥିଲା ସେଇ ଜନ୍ମାଷ୍ଟମୀ ଦିନ ।ଦେବକୀ ମାନେ କଣ ଜନ୍ମାଷ୍ଟମୀରେ ଏମିତି ସମସ୍ତଙ୍କୁ ଛାଡି ଚାଲି ଯାଆନ୍ତି ?
- ମମି, ମୋ ଡେରି ହେଉଛି।ଫ୍ୟାନ୍ସି ଡ୍ରେସ ପାଇଁ ମୋତେ କୃଷ୍ଣ ବେଶ କରିବ ପରା।ଜନ୍ମାଷ୍ଟମୀ ବୋଲି ମନେ ନାହିଁ କି ?
ପୁଅ ଅରବିନ୍ଦ କଥା ଶୁଣି ଚମକି ପଡ଼ିଲା କୃଷ୍ଣା।ସତେତ ପୁରା ଭୁଲି ଯାଇଛି ସେ।
-ହାପି ବାର୍ଥ ଦେ ମମି।ଏଇ କାର୍ଡଟା ତମ ପାଇଁ।"
ନିଜ ହାତରେ ପୁଅ ବନାଇଥିବା କାର୍ଡ ଦେଖିଲା କୃଷ୍ଣା।ମୁଣ୍ଡରେ ମୟୁର ଚୁଳ ଖୋଷିଥିବା ଗୋଟେ ଝିଅ ପିଲା ଚିତ୍ର ।
- ମୟୁର ଚୁଳ ତ କୃଷ୍ଣ ଲଗାନ୍ତି।"
- ଏଇଟା ତମ ଫଟ ମମି।ତମେ ଲେଡି କୃଷ୍ଣ ବୋଲି ପାପା କହୁଥିଲେ।ଆଛା ମମି ତମେ ଛୋଟ ଥିଲା ବେଳେ ତମ ବାର୍ଥଡ଼େରେ, ଜନ୍ମାଷ୍ଟମୀ ଦିନ କଣ ହେଉଥିଲା ?"
- ବର୍ଷା।"କୃଷ୍ଣା ପାଟିରୁ ବାହାରିଗଲା।
- ଆଜି ତ ଖରା ହୋଇଛି।"ଅରବିନ୍ଦ କହୁଥିଲା।
ଦର୍ପଣ ଆଗରେ ବସି ପୁଅକୁ କୃଷ୍ଣ ବେଶରେ ସଜାଇବାରେ ଲାଗିଲା।ଆଈ ଆଜି ବଞ୍ଚିଥାଆନ୍ତା କି ?ଚିଡାଇଥାଆନ୍ତା ତାକୁ।
ହାଠାତ୍ ବାହାରେ ଘଡ ଘଡ ଶବ୍ଦ।ଲାଇନ କଟିଗଲା।ସେପଟୁ ରାଜତଙ୍କ ପାଟି,"କୃଷ୍ଣା,ଜୋର ରେ ମେଘ ଆସିଲାଣି।ଲୁଗାପଟା ଶୁଖିଛି କି ?"
ଅଗଣାକୁ ଦୌଡିଯାଇ ଆକାଶକୁ ଅନାଇଲା କୃଷ୍ଣା।ଆଈ କଥା ମନେ ପଡୁଥିଲା।
- ଯେମିତି ହେଉ ବର୍ଷା ହେବ।ଦେଵକୀ କାନ୍ଦିବ ପରା।ମୁଁ କହୁ ନଥିଲି ?"
କଳା ମେଘ ଭିତରେ ଯେମିତି ଆଈ ର ମୁହଁ।ଘଡଘଡି ଶବ୍ଦ ।ଆଈ ହସୁଛି କି ?
ଭିତରୁ ପୁଅ ଡାକୁଥିଲା,"ମମି ସଜ କରିଦିଅ।"
କୃଷ୍ଣା ଆଖିରୁ ଗଡି ପଡୁଥିଲା ଲୁହ।
ଓଃ...ଆଜି ଜନ୍ମାଷ୍ଟମୀ ..।.ପୁଣିଥରେ

No comments:
Post a Comment