Sunday, August 30, 2020

ହିସାବ ନିକାସ

ତୁମେ ପରା ଗଣିତ ରେ ନିପୁଣ.. 
ଏ କଣ ହେଲା ? 
ଭୁଲ ହୋଇଗଲା ଅଙ୍କ କଷିବା ରେ.. 
ଅଭିଭାଯ୍ୟ ଭାଗଶେଷ.. 
ଯୋଗ ବିଯୋଗ ର ଦ୍ୱାହି ଦେଇ.. 
ରହିଗଲ କେତେ ପଛେ.. 
ସାଥି ମାନେ ଛାଡି ଚାଲିଗଲେ.. 
ଆଗକୁ ଆଗକୁ ବହୁ ଦୂର.. 
ଗଣୁ ଥିଲ ବସି କିଛି କଉଡ଼ି.. 
ଜରା ଜୀର୍ଣ୍ଣ ରଫଖାତା... 
ଅସ୍ପଷ୍ଟ ହିସାବ ଗୁଡିକ.. 
ସ୍ୟାହି ଭିଜି ଯଇଥିଲି.. 
ଅଶ୍ରୁ ଶ୍ରାବଣୀ ରେ... 
ବୁଝିବାକୁ ଏନକ ଲାଗୁଥଲା.. 
ଦୃଷ୍ଟି ଶକ୍ତି କମଜୋର.. 
ପରିଲକ୍ଷିତ ହେଉଥିଲା.. 
କେଇ କାଳ ତଳର.. 
ଏକ ପାର୍ଶ୍ଵ କର୍ଣ ସାହାରା ବିହୀନ.. 
ସୁତା ଖିଅ ରେ କୃତିମ ନିର୍ମାଣ.. 
ଯାହାହେଉ କାମ ଚଲିଯିବ 
ହିସାବ ବୁଝିବାକୁ ଚେଷ୍ଟା କରୁଥିଲ.. 
କିଛି ଭୁଲବୁଝାବଣା.. 
କିଛି ଛଳନା, କିଛି ପ୍ରତାରଣା... 
କିଛି ଭୁଲ ଆକଳନ.. 
କିଛି ଆଜ୍ଞାହିନତା ପରିଣାମ.. 
ଅଙ୍କ କଷି ଥକି ଯାଇଥିଲି.. 
ଭାରାକ୍ରାନ୍ତ ମନ ଝରକା ରେ 
ଦୃଶ୍ୟମାନ କଳା ମେଘ ଖଣ୍ଡ.. 
ସତେକି ବରଷିଯିବ ମନ ମରୁ ରେ 
ଶୀତଳ ଲଭିବ ତପ୍ତ ପରାଣ.. 
ଭୁଲି ଯାଇ ମିଶାଣ ଫେଡାଣ.. 
ସେନେହ ସରାଗ ର ଗୁଣନ.. 
ଇର୍ଷା, ଦ୍ୱେଷ, ଛନ୍ଦ, କପଟ ର ହରଣ.. 
ପୂର୍ଣ୍ଣ ଆହୁତି ଦିଅନ୍ତl ଜୀବନ ଯଜ୍ଞ ର. 
ଏଇ ଜୋଛନା ଗାଧୁଆ ରଜନୀ ରେ 
ହିସାବର ବହିଖାତା ଧରି.. 
ଯାହା ତୁମେ ଭାବୁଥିଲ.. 
ଜୀବନର ଶେଷ ପୂର୍ବ ପାହାଚ ରେ 
ଏକା ଏକା ବସି ଚଉଦିଗ.... 
ଅନ୍ଧକାର ର ଆହୋସ ରେ !!

ନିର୍ମଳ ନାୟକ 
ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy