Monday, August 24, 2020

ଗଣପର୍ବ ନୂଆଁଖାଇ

ଆସିଲା ଭାଦ୍ରବ ଶୁକ୍ଳ ପଞ୍ଚମୀ
ଗାଁ ଠୁଁ ସହର  ହେଲା ଚଳଚଞ୍ଚଳ 
ନୂଆଁଖାଇ ପରା ଗଣପର୍ବ ଆମ
ଘରେ ଘରେ ଆଜି ଲାଗେ ଗହଳ।

ବିଦେଶରୁ ଫେରି ଭାଇ ଆସିଛି
ଅଜା ନାତିନାତୁଣୀ ପାଇଁ ଖୁସି ହେଉଛି
ଏକତାର ପର୍ବ ଭାଇ ଭାଇ ଭିତରେ
ଭାଇଚାରା କୁ ବାନ୍ଧି ରଖିଛି।

ସବୁଠୁ ଅଲଗା ଆମ ଏ ବଡ଼ ତିହାର 
ଇଷ୍ଟଦେବୀଙ୍କ ଠାରେ ହୁଏ ପ୍ରଥମ ପୂଜା
ଖେତ ମାଳଭୂମି ଦିଶେ କେଡ଼େ ସବୁଜ
ନବାନ୍ନ ଭୋଗ ର କେତେ ଯେ ମଜା।

ଛୋଟ ମାନେ ବଡଙ୍କୁ କରନ୍ତି ଜୁହାର
ପାନଖିଆ ତାସ କବାଡି ଖେଳ ହୁଏ
ଭାଇଚାରା ଆମ ସଂସ୍କୃତି ପରମ୍ପରା
ବଞ୍ଚାଇ ଏକତା ଭାତୃଭାବର ପରିଚୟ ଦିଏ।

ସମସ୍ତଙ୍କୁ ନୂଆଁଖାଇ ଜୁହାର🙏🙏

ସରସ୍ବତୀ ସାଲିମା
ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy