Wednesday, August 12, 2020

ଏମିତି ମୋର ଭାରତ ହେଉ।



ମାଧବୀ ପଟେଲ

ଜୀବନ ଆମର ଏମିତି ହେଉ
ବର୍ତ୍ତମାନ ସୁଖେ ଦୁଃଖେ କଟୁପଛେ
ଭବିଷ୍ୟ ପାଇଁ ବଡ ସ୍ବପ୍ନରହୁ।ଜୀବନ,,,,,,,,
ସବୁଝିଅ ସ୍ବାଭିମାନୀ ହେଉ
ଦାରିଦ୍ରରେ ପଛେ ଜୀବନ ଜୀଉଁ
ଜ୍ଞାନ ବିଚାରରେ ଉର୍ଦ୍ଧରେ ରହି
ସାହସରେ ଲକ୍ଷ୍ମୀବାଈ ହେଉ।ଜୀବନ,,,,।
ଆଜିଯାଏ ଯେତେ ଯୁଦ୍ଧ ହେଇଛି
ନିଜ ଲୋକହିଁ ନିଜକୁ ଲୁଟିଛି।
ସତ୍ୟ ତ୍ରେତୟା ଦ୍ବାପର କଳିରେ
ଭାଇ ଭାଇର ହିଁ ସତ୍ରୁ ସାଜିଛି।ଭାଇ,,,,।
ଏମିତି ଆମ ହିନ୍ଦୁସ୍ଥାନ ହେଉ
ସବୁ ବାଳକ ନୀତିବାନ ହେଉ
ସବୁ ବାଳିକା ବିଦୁଷୀ ହୋଇ
ସଂସ୍କୃତିର ସମ୍ମାନ ବଜାୟ ରହୁ।ଜୀବନ,,,।
ସୁଗୁଣିତା ହେଉ ମନୋବୃତ୍ତି
ଉତ୍ତୁଙ୍ଗ ଶିଖରକୁ ସ୍ପର୍ଶକରୁ।
ଉତ୍ଫୁଲ୍ଲ ରହୁ ଏକଏକ ଜନ
ମନରେ ତଳଳତା ଭରିରହୁ।ଜୀବନ,,,,,।
ସଜ୍ଜନତାର ପରିପ୍ରକାଶ ହେଉ
ଭୁଲ୍ ଠିକ୍ ର ତର୍ଜମା ହେଉ।
ଶ୍ରେଷ୍ଠ ଗୁଣର ପସ୍ଫୁଟିତ ହେଉ
କୁଦୃଷ୍ଟିର ସଦା ବିନାଶ ହେଉ। ଜୀବନ,,,,।
ଶବ୍ଦର ଏମିତି ଗାରିମା ରହୁ
ତରଳତା ଅବିରାମ ବହୁଥାଉ।
ଭାରତୀର ଆରତୀ ହେଉ ଏମିତି
ପ୍ରୀତିରେ ମନପ୍ରାଣ ଭିଜୁଥାଉ।ଜୀବନ,,,।
ସ୍ବର୍ଣମୟୀ ଭାରତୀ ମୋରଦେଶ
ସୁଷମାର ଝଲକରେ ଝଟକୁଥାଉ
ଧାନ୍ୟ ପରିପାଟି ମଣ୍ଡିହୋଇ
ବିହଙ୍ଗମ ଗୁଞ୍ଜରଣେ ଝୁମୁଥାଉ।ଜୀବନ,,,।
କୁଳୁକୁଳୁ ତଟିନୀର ମଧୁନୀର
ତାର କୋଳ ସୁଧାମୃତ ବାଢୁଥାଉ।
ଫୁଲଫଳେ ଭରା ହେଉ ଉପବନ
ଭଅଁରଙ୍କ ଗୁଞ୍ଜରଣେ ଗୁଞ୍ଜୁଥାଉ।
ଆକାଶରେ ଲହରାଉ ତ୍ରିରଙ୍ଗା ଆମ
ଭାରତର ଗୌରବ ବଢୁଥାଉ।ଜୀବନ,,,, ।
ସୀମାନ୍ତରେ ରହି ତାର ସୈନିକ।
ସଜାଗରେ ତାର ରକ୍ଷା କରୁଥାଉ।
ସବୁ ଧର୍ମର ଲୋକ ଏକ ହେଇ
ଗୀତା କୁରାନ୍ ମିଶି ପଢୁଥାଉ।
ହୋଲି ମହରମ୍ ଦିଓ୍ବାଲି ଇଦରେ
ଗଳେ ମିଳି ଭାଇଚାରା ବାଣ୍ଟୁଥାଉ।ଜୀବନ,,,,,,।
ମୋ ଦେଶ ହେଉ ସଭ୍ୟ ଏମିତି
ମହିଳାର ଯହିଁ ସମ୍ମାନ ରହୁ।
ଶାଳିନତା ମର୍ଯ୍ୟଦାର ଭୂଷଣରେ
ନଗ୍ନତାର ସଦା ବର୍ଜନ ହେଉ।
ଖାଲି ମୁହଁରେ ନାହିଁ ଅନ୍ତରରେ
ନାରୀପାଇ, ସମ୍ମାନ ବଜାୟରହୁ।
ଝିଅ ମାଆ ଭଉଣୀକୁ ଛାଡିଦେଲେ
 ଅନ୍ୟନାରୀ ବି ପୂଜନୀୟା ହେଉ।ଜୀବନ,,,,।
ଏମିତି ହେଉ ଭାରତ ମୋର
ପ୍ରକାଶ ତାର ବିଛରୁଥାଉ।
ଯେତେଦିନ ସୁରଜ ଚାନ୍ଦ ଅଛି
ଭାରତର ନାମ ଅମର ରହୁ।
ଅନ୍ତର୍ ରାଷ୍ଟ୍ରର ସବୁ ରାଷ୍ଟ୍ରରେ
ଗୌରବ ତାର ଅକ୍ଷୃର୍ଣ ରହୁ।ଏମିତି ମୋର ଭାରତ,,,,।
ବିଦେଶୀର ପଡିଛି ଏବେ ନଜର
ମାଁ ଗାତ୍ରରେ ତାର ଦେବା ଉତ୍ତର।
ଇଞ୍ଚ ଟିଏ ଯାଗା ଛାଡିବା ନାହିଁ
ରକ୍ତ ବିନ୍ଦୁଟେ ଥିବାଯାଏ ଆମର।
ଚିନା ହେଉକି ପାକିସ୍ଥାନି
ସୀମାନ୍ତେ ଆମ ସେନାବାହିନୀ।
ତୁଷାର ହିମର ଗିରିଶୃଙ୍ଗେ
ଗ୍ରୀଷ୍ମ ବର୍ଷାରେ ଠିଆ ଦମ୍ଭେ।
ପ୍ରହରି ସାଜି ସଜାଗରହି
ସୁରକ୍ଷା ଦିଅନ୍ତି ଆମରି ପାଇଁ।
ସହୀଦ ବୀରଙ୍କୁ କରି ନମନ
ଦେବାରେ ଆସ ତାଙ୍କୁ ସମ୍ମାନ।
ଗଣତନ୍ତ୍ର କି ସ୍ବାଧିନତା ଦିବସ
ଯାଙ୍କ ପାଇଁ ସୁରକ୍ଷିତ ଏ ଦେଶ।
ଆସ କରିବା ତାଙ୍କ ଜୟଗାନ
ବୀର ସନ୍ତାନକୁ ଦେବା ସମ୍ମାନ।
ହୃଦୟେ ଭାଇଚାରା ପଲ୍ଲବୁଥାଉ
ଜୀବନ ଆମ ଏମିତି ହେଉ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy