ଛୁଇଁବାକୁ ସର୍ବୋଚ୍ଚ ସ୍ଥାନ..
ଆପ୍ରାଣ ପ୍ରୟାସ କରିଥିଲେ ସର୍ବେ..
ସାହିତ୍ୟର ରଖିବେ ମାନ !!
ବଣ ମଲ୍ଲୀ ସିନା ବନେ ଚହଟଇ..
ସୁଗନ୍ଧ କିଏ ବା ଜାଣେ..
ଶପଥ ନେଲେ ଲୋକଲୋଚନ କୁ
ଆଣିବାର କରି ପଣ !!
କେତେ ସାହିତ୍ୟିକ ଗ୍ରାମାଞ୍ଚଳରେ
ପାଣ୍ଡୁଲିପି ହାତେ ଧରି..
ଅର୍ଥ ଅନାଟନ ତାଙ୍କରି ବନ୍ଧନ..
ଖୋଜିବୁ ବାହାର କରି !!
ଜାତିର ଗରବ, ଆମର ଗୌରବ..
ମାଟି ଲଗ୍ନା ପରିବାର...
ଆସୁପଛେ ସତେ କେତେ ଝଡଝଞ୍ଜା..
ଆବେଗ ନା କମିବାର !!
କରୁଛୁ ଶପଥ ଆମ ଅଂଚଳର...
ସାହିତ୍ୟ ସାଧକ ଖୋଜି..
ଜଳାଇବୁ ଆମେ ସାହିତ୍ୟ ମସାଲ..
ସରବ ଆକଟ ତେଜି !!
ଆସୁ ପଛେ ପ୍ରାଣେ କେତେ ବି ଆପଦ..
ହଟିବୁନି ଲକ୍ଷ ପଥେ..
କରି ଚାଲି ଥିବୁ ସାହିତ୍ୟ ର ସେବା..
ଜୀବନର ଜୟ ଜାତେ !!
ଆବେଗ ଆମର ହେବ ନାହିଁ ଊଣା..
କାଳିଆ ର କରୁଣାରୁ..
ସାହିତ୍ୟ ସାଧନା ଜୀବନର ଲକ୍ଷ...
ଆନ କିଛି ନା ବିଚାରୁ !!
ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment