Monday, August 24, 2020

ପ୍ରାର୍ଥନା

   ✍କଳ୍ପନା ରାୟ

         ପ୍ରାର୍ଥନା ଏକ କ୍ଷୁଦ୍ର ଶବ୍ଦ ହେଲେ ବି ଏହା ମହତ୍ ର ଦିଗଦର୍ଶନ ଦେବାରେ ସହାୟକ ହୋଇଥାଏ   । ଏହା ମାନବକୁ ଦେଇଥାଏ ଆତ୍ମପ୍ରତ୍ୟୟ, ଯାହାଦ୍ୱାରା ତାର ହୁଏ ଆତ୍ମପ୍ରକାଶ  ।  ଐହିକ ପାରତ୍ରିକ ସଂଯୋଗ ସ୍ଥାପନ କରିବାରେ ସହାୟକ ହୁଏ  ।

           ମୋର ମାଆ ଵେଶି ପାଠ ପଢି ନ ଥିଲେ ବି ସକାଳୁ ଉଠି, ଗାଧୋଇ ଆସି, ସନ୍ଧ୍ୟାରେ ଓ ଶୋଇବା ପୂର୍ବରୁ ନିଶ୍ଚିତ ଠାକୁରଙ୍କୁ ଜୁହାର ହେବାକୁ କହୁଥିଲା  ।  ଵାପା ଶ୍ରୀମା ଅରବିନ୍ଦ ଓ ହରି ଭକ୍ତ ଥିଲେ । ସେ ମଧ୍ୟ ନିରନ୍ତର ପ୍ରାର୍ଥନାରେ ଵିଶ୍ବାସ ରଖୁଥିଲେ  ।  ମୋର ପିଉସା ପ୍ରାର୍ଥନାରେ ବିଶ୍ୱାସ କରନ୍ତି  ।  ଏପରିକି ତାଙ୍କ ପୁଅ ମୃତ୍ୟୁ ସମୟରେ ଵି ଲୋକ ଡାକି ଠାକୁର ପୂଜା କରୁଥିଲେ  ।  

       ପ୍ରାର୍ଥନା ମଣିଷକୁ ମାନସିକ ବଳ ପ୍ରଦାନ କରେ  ।  ତ୍ୟାଗର ମାର୍ଗ ଦେଖାଏ  ।  ପୁରାଣଠାରୁ ଇତିହାସ, ପ୍ରତି ପୃଷ୍ଠାରେ ଆମେ ପ୍ରାର୍ଥନାର ନମୁନା ପାଉ  । ଆଗକାଳରେ ମୂନିଋଷିମାନେ ଆଶ୍ରମ କରି ଶିକ୍ଷାଦାନ କରୁଥିଲେ । ସେଥିରେ ପ୍ରାର୍ଥନା ସିଂହଭାଗ ନେଉଥିଲା  ।  ପ୍ରାର୍ଥନାର ଵିଭିନ୍ନ ରୂପ ତାଙ୍କ ପାଖରେ ଦେଖିବାକୁ ମିଳୁଥିଲା ।  ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରି ଭଗବାନଙ୍କ ନାମ ନେଇ ଘଣ୍ଟା ଘଣ୍ଟା ଆହୁତି ଦେଉଥିଲେ ଭିନ୍ନ ଭିନ୍ନ ଦେଵାଦେଵୀଙ୍କ ନାମ ଧରି  ।

        ପ୍ରାର୍ଥନା, କେତେ ସମୟ ଜଣେ କରୁଛି, ସେଥିରେ ଫଳ ରଖେନି    ।  କିଭଳି ମନରେ, ଭକ୍ତିରେ ସେ ଭଗବାନଙ୍କୁ ଡାକିଛି, ଆତ୍ମା ସହ ପରମାତ୍ମାଙ୍କ ମିଳନର ସେତୁ ହେଇଛି କି ନାହିଁ ସେଥିରେ ଅର୍ଥ ରଖେ  ।  

         କିନ୍ତୁ ମଣିଷ ମନ୍ଦିରକୁ ଯାଏ କାହିଁକି  ?? କଣ ସେ ନେଇଥିବା ଫୁଲ,ଫଳ, ନୈବେଦ୍ୟ ଭଗବାନ ଖାଆନ୍ତି କି  ??? କେବଳ ତା ଭିତରେ ଥିବା ଭକ୍ତକୁ ଦେଖନ୍ତି,ଯାହା ତାର ଶକ୍ତି ରୂପେ ଵିଵେଚିତ ହୁଏ । ହଁ, ମନ୍ଦିରରେ କଣ ଭଗବାନ ରହନ୍ତି  ??  ଆଉ କେଉଁଠି ନୁହେଁ  ? ତେବେ କୁରୂସଭା, ଯାହା ଅସଭ୍ୟମାନଙ୍କର ଥିଲା, ସେଠି କୃଷ୍ଣା, କୃଷ୍ଣଙ୍କୁ ପ୍ରାର୍ଥନା କରି ସହାୟତା ପାଇଥିଲେ, ଯାହା ଦ୍ୱାରା ତାଙ୍କ ସମ୍ମାନ ସହିତ ତାଙ୍କ ସ୍ବାମୀ ତଥା କରୁଵଂଶର ସମ୍ମାନରେ ଆଞ୍ଚ ଆଣି ନ ଥିଲା  ।  ପ୍ରହଲ୍ଲାଦ ତାର ଵିଶ୍ଵାସ ବଳରେ ଖମ୍ଵରୁ ଵିଷ୍ଣଙ୍କୁ ବାହାର କରିଥିଲେ  ।  ପ୍ରାର୍ଥନାର ଅନ୍ୟନାମ ବିଶ୍ୱାସ  ।  କୁହାଯାଇଛି : - ଵିଶ୍ଵାସେ ମିଳଇ ହରି, ତର୍କେ ବହୁ ଦୂର  । ମନ୍ଦିର ଗଲେ ଇଆଡେସିଆଡେ ଧାଉଁଥିବା ମନ ଯେମିତି ଭଗବାନଙ୍କ ପାଖରେ କେନ୍ଦୀଭୂତ ହୁଏ, ସେହିପରି  ପ୍ରାର୍ଥନା କରିବା ଦ୍ୱାରା କିଛି ସମୟ ପାଇଁ ହେଲେ ବି ମନର ଧ୍ୟାନ ଭଗବାନଙ୍କ ପାଖରେ କେନ୍ଦ୍ରୀଭୁତ ହୁଏ  ।  ପ୍ରତିଦିନ ସମାନ ସମୟରେ ପ୍ରାର୍ଥନା କରିବା ଦ୍ଵାରା ସେହି ସମୟ ଆସିଵା ପୂର୍ବରୁ ମନର ପ୍ରସ୍ତୁତି ଆରମ୍ଭ ହୋଇଥାଏ  । 

         ଗୁରୁକୁଳ ଆଶ୍ରମ ନ୍ୟାୟରେ ଏଵେ ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମେ ପ୍ରାର୍ଥନା କରାଯାଉଛି  ।  ଏବେ ମାନ୍ୟବର ଓଡିଶା ସରକାର ଆରମ୍ଭ ଓ ଶେଷ ସମୟରେ ପ୍ରାର୍ଥନା କରିବାର ନିୟମ ଲାଗୁ କରିଛନ୍ତି  ।
ଫଳରେ ପିଲାମାନଙ୍କ ଧ୍ୟାନ କେନ୍ଦ୍ରିତ ହେବ, ମନ ସ୍ଵଚ୍ଛ କରି ପାଠ ପଢିବାରେ ମନ ଦେଵେ  । ଓଡ଼ିଶା ସରକାର ପ୍ରାର୍ଥନାକୁ ଵାଧ୍ୟତାମୂଳକ କରିଛନ୍ତି  ।

         ପ୍ରାର୍ଥନା ହିଁ ମାନସିକ ବଳ ପ୍ରଦାନ କରେ  ।  ମନ ସ୍ଥିର କରି ଆଧ୍ୟତ୍ମିକ ଚିନ୍ତାଧାରା ସୃଷ୍ଟି କରେ  ।
ପ୍ରାର୍ଥନା ସବୁ ଗୋଷ୍ଠୀର ଲୋକେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ କରିଵା ଉଚିତ  ।

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର  ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy