Sunday, August 30, 2020

ହୋଇ ପାରିଲାନି ବାହାଘର

✍ସୁକାନ୍ତ ଖଣ୍ଡା

ଝପର ଝପର ବରଷା ହେଲା
ଅହରହ ଦିନରାତି
ବେଙ୍ଘୁଲୀ ପୁଅ ବାହା ହେବାକୁ
ଡାକିଲା ତା'ର କତି। ୧
ଆକାଶ ବସି ବାଜା ବଜାଏ
ତାଳ ଦେଇ ଘଡ଼ଘଡ଼ି 
ରଙ୍ଗ ବେରଙ୍ଗ ଆଲୁଅ କେତେ
ବିଜୁଳି ଦେଉଛି ଝାଡ଼ି। ୨
ବେଙ୍ଗୁଲୀ ପୁଅ ହୋଇ ଉଷତ
ଭୋଜି ଦେବ କେତେ ଚିଜ
ଜାତି ଭାଇ ତା' କରନ୍ତି କାମ
କରୁଛନ୍ତି ସଜବାଜ।୩
ଚତୁର୍ଦ୍ଦଶୀରେ ଆଜି ସୁଝିଛି
ଶିବ ମନ୍ଦିରେ ହେବ
ବେଙ୍ଗ ଜାତିର ଭାଦ୍ରବ ମାସେ
ଶୁଭ ଲଗ୍ନ ରହିଥିବ। ୪
ଉଚ୍ଛୁଳି ଉଠୁ ଥିଲା ଉତ୍ସବ
ଗୋଖୁରଟିଏ ଯାଇ 
ବରକୁ ଧରି ଗିଳି ବସିଲା
ଦେଖିକି ଗଲେ ପଳେଇ।୫
ଫସର ଫାଟି ଗଲା ବିବାହ
ବେଙ୍ଗୁଲୀ କାନ୍ଦେ ବସି
ଗୋଟିଏ ବୋଲି ପୁଅକୁ ମୋର
ସାପ ଖାଇଲା ହସି।୬
ବରଷା ଛାଡ଼ି ଖରା ହେବାରୁ
ସଭିଏଁ ଲୁଚି ହିଁ ଗଲେ 
ଆର ବରଷ ଶୁଭ ଲଗନ
ବଞ୍ଚି କି ତ ରହିଥିଲେ?୮
ଏକଲା ବେଳେ ବେଙ୍ଗୁଲୀ କାନ୍ଦେ
ତା' ପୁଅକୁ ମନେ କରି
ଖିଆ ନାହିଁକି ପିଇଲା ନାହିଁ
ମରିଲା ସେ ଝୁରିଝୁରି।୯
ଜାତି ଭାଇଏ ଚିତାଗ୍ନୀ ଦେଲେ
ଏ ବେଙ୍ଗୁଲୀ ନାନୀଙ୍କର
ସମାଧି ଦେଇ ନିଇତି ପାଣି
ଦେଇ ବୁହାନ୍ତି ଝର।୧୦
               *
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 
ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy