ରାଗ- ଚୋଖି
ଓଡ଼ିଶା ରାଜ୍ୟ ସୁନ୍ଦର ଜନ୍ମ ମାଟି ଟି ଆମର
ମାତୃଭାଷା ଅଟେ ଆମ ଭାଷା ଜନନୀ
ତାର ଅତୀତ ସଂସ୍କୃତି। ଜଗତେ ଲଭିଛି ଖ୍ୟାତି
ଯୁଗେ ଯୁଗେ ଶୁଣାଉଛି ଅହିଂସା ବାଣୀ
ଧନ୍ୟ! ମୋର ଜନ୍ମ ମାଟି
କଳିଙ୍ଗ ପୂରୁବେ ଥିଲା ତାର ନାଁ ଟି।
ନଦ,ନଦୀ,ପର୍ବତ। ସମୁଦ୍ର, ହ୍ରଦ ଶୋଭିତ
ବୃକ୍ଷ ଲତା ଘେରା ବିଲ,ବନ ପ୍ରାନ୍ରର
ପୁରୁଷ ପୁରୁଷ ଧରି। ଆମରି କଲ୍ୟାଣ କରି
ସବୁରି ମନେ ଆନନ୍ଦ ଦିଏ ଅପାର
ନୃତ୍ୟ ଗୀତ ବିଜ୍ଞାନ ତଥ୍ୟ
ମନ୍ଦିର ରେ ରହିଅଛି ଶିଳ୍ପୀ କୂତିତ୍ବ।
କଳିଙ୍ଗ ଓଡ଼ିଆ ପୁଅ। ମନରେ ନଥିଲା ଭୟ
ଜାଭା,ବୋର୍ଣ୍ଣିଓ, ସିଂହଳ ଦ୍ୱୀପ ରେ ଯାଇ
ବଣିଜ ବେପାର କରି। ଧନ ରତ୍ନ ଅସୁମାରି
ଧରି ଫେରୁଥିଲେ ଘରେ ହରଷ ହୋଇ
ଅତୀତର ନୌବାଣିଜ୍ୟ
ପ୍ରଥମରେ ଥିଲା ଆମ ଉତ୍କଳ ରାଜ୍ଯ।
କୋଣାର୍କ ର କାରୁକାର୍ଯ୍ୟ। ଦେଖିଲେ ଲାଗେ ଆଶ୍ଚର୍ଯ୍ୟ
ପଥରରେ ରହିଅଛି ଓଡ଼ିଆ କାମ
ନୃତ୍ୟ ର ନାମ ଓଡ଼ିଶୀ। କଟକର ତାରକସି
ସମ୍ବଲପୁରୀ ଶାଢ଼ୀର ଉତ୍କର୍ଷ ନାମ
ରତ୍ନଗିରି ଲଳିତଗିରି
ସମନ୍ୱିତ ଶିକ୍ଷା କେନ୍ଦ୍ର ଥିଲା ଆମରି।
ଓଡ଼ିଶାର ବରପୁତ୍ର। ରଚିଲେ ମହାଭାରତ
ଜଗନ୍ନାଥ ଦାସ ଭାଗବତ ଆଦର
ଓଡିଆ ଭାଷା ସାହିତ୍ୟ। ହୋଇଛି ବିଶ୍ୱ ବନ୍ଦିତ
ବଳରାମ ରାମାୟଣେ ହେଲେ ଅମର
ଯଦୁମଣି ଚୌପଦୀ ଛାନ୍ଦ
ହାସ୍ୟ ରସ କୌତୁକ ଦିଏ ଆନନ୍ଦ।
ସ୍ଵତନ୍ତ୍ର ଉତ୍କଳ ଲାଗି କରି ଯାଇଥିଲେ ଦାବୀ
ବ୍ୟାସ କବି, କର୍ମବୀର ଗୋରୀ ଶଙ୍କର
ପାରଳାର ଗଜପତି। ଦର୍ଶାଇ ସ୍ଵରାଜ୍ୟ ପ୍ରୀତି
ଅଖଣ୍ଡତା ରଖିଥିଲେ ଆମ ରାଜ୍ୟ ର
କୁଳ ବୃଦ୍ଧ ବୀରତ୍ବ ବାଣୀ
ପ୍ରତି ପ୍ରାଣେ ଜାଗରଣ ଦେଲା ଯେ ଆଣି।
ଢଗ ଢମାଳି କବିତା। ଓଡ଼ିଶାର ଲୋକ କଥା
ଘରେ ଘରେ ସମସ୍ତଙ୍କ ହୁଏ ଆଦର
ନାନା ପୁନେଇଁ ପରବ ନାଚ ଗୀତ ମହୋତ୍ସବ
ଖୁଦୁରୁକୁଣୀ ମହିମା ଅଟେ ଅପାର
ରେ ଦୋଳି ପୁନେଇଁ ଚାନ୍ଦ
କୁଆଁରୀ ମାନଙ୍କ ମନେ ଦିଏ ଆନନ୍ଦ।
ସନ୍ତାନ ସନ୍ତତି ପାଇଁ। ଧାରଣ କରିଛି ସେହି
ନାନା ବିଧ ଧାତୁ ଦ୍ରବ୍ଯ ନିଜର ଦେହେ
ଓଉଷଧ ବୃକ୍ଷ ରୋଗରେ। ତାହା ହୋଇଥାଏ ନରେ
ଉର୍ବର ମାଟି ରେ ଚାଷୀ ସୁନା ଫଳାଏ
କରି ଆମ ହିତ ସାଧନ
ପାରିଛି ଆମକୁ ସେହି ମାତା ସମାନ।
ଅତୀତ ଗୋୖରବ ସ୍ମରି ଏକତା ବଳେ ଆମରି
ଜନ୍ମ ମାଟି ର ସର୍ବ ଉନ୍ନତି ପାଇଁ
ହାତରେ ହାତ ମିଶାଇ। ସଭିଁଏ ଭଉଣୀ ଭାଇ
ସ୍ଵାର୍ଥ ତ୍ୟାଗ କରି ମନୁ ଥିବା ଆଗେଇ
ହସି ଉଠିବ ଏ ଉତ୍କଳ
ଅଭିବୃଦ୍ଧି ହେବ ଆମ ସର୍ବ ସମ୍ୱଳ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ଓଡ଼ିଶା ରାଜ୍ୟ ସୁନ୍ଦର ଜନ୍ମ ମାଟି ଟି ଆମର
ମାତୃଭାଷା ଅଟେ ଆମ ଭାଷା ଜନନୀ
ତାର ଅତୀତ ସଂସ୍କୃତି। ଜଗତେ ଲଭିଛି ଖ୍ୟାତି
ଯୁଗେ ଯୁଗେ ଶୁଣାଉଛି ଅହିଂସା ବାଣୀ
ଧନ୍ୟ! ମୋର ଜନ୍ମ ମାଟି
କଳିଙ୍ଗ ପୂରୁବେ ଥିଲା ତାର ନାଁ ଟି।
ନଦ,ନଦୀ,ପର୍ବତ। ସମୁଦ୍ର, ହ୍ରଦ ଶୋଭିତ
ବୃକ୍ଷ ଲତା ଘେରା ବିଲ,ବନ ପ୍ରାନ୍ରର
ପୁରୁଷ ପୁରୁଷ ଧରି। ଆମରି କଲ୍ୟାଣ କରି
ସବୁରି ମନେ ଆନନ୍ଦ ଦିଏ ଅପାର
ନୃତ୍ୟ ଗୀତ ବିଜ୍ଞାନ ତଥ୍ୟ
ମନ୍ଦିର ରେ ରହିଅଛି ଶିଳ୍ପୀ କୂତିତ୍ବ।
କଳିଙ୍ଗ ଓଡ଼ିଆ ପୁଅ। ମନରେ ନଥିଲା ଭୟ
ଜାଭା,ବୋର୍ଣ୍ଣିଓ, ସିଂହଳ ଦ୍ୱୀପ ରେ ଯାଇ
ବଣିଜ ବେପାର କରି। ଧନ ରତ୍ନ ଅସୁମାରି
ଧରି ଫେରୁଥିଲେ ଘରେ ହରଷ ହୋଇ
ଅତୀତର ନୌବାଣିଜ୍ୟ
ପ୍ରଥମରେ ଥିଲା ଆମ ଉତ୍କଳ ରାଜ୍ଯ।
କୋଣାର୍କ ର କାରୁକାର୍ଯ୍ୟ। ଦେଖିଲେ ଲାଗେ ଆଶ୍ଚର୍ଯ୍ୟ
ପଥରରେ ରହିଅଛି ଓଡ଼ିଆ କାମ
ନୃତ୍ୟ ର ନାମ ଓଡ଼ିଶୀ। କଟକର ତାରକସି
ସମ୍ବଲପୁରୀ ଶାଢ଼ୀର ଉତ୍କର୍ଷ ନାମ
ରତ୍ନଗିରି ଲଳିତଗିରି
ସମନ୍ୱିତ ଶିକ୍ଷା କେନ୍ଦ୍ର ଥିଲା ଆମରି।
ଓଡ଼ିଶାର ବରପୁତ୍ର। ରଚିଲେ ମହାଭାରତ
ଜଗନ୍ନାଥ ଦାସ ଭାଗବତ ଆଦର
ଓଡିଆ ଭାଷା ସାହିତ୍ୟ। ହୋଇଛି ବିଶ୍ୱ ବନ୍ଦିତ
ବଳରାମ ରାମାୟଣେ ହେଲେ ଅମର
ଯଦୁମଣି ଚୌପଦୀ ଛାନ୍ଦ
ହାସ୍ୟ ରସ କୌତୁକ ଦିଏ ଆନନ୍ଦ।
ସ୍ଵତନ୍ତ୍ର ଉତ୍କଳ ଲାଗି କରି ଯାଇଥିଲେ ଦାବୀ
ବ୍ୟାସ କବି, କର୍ମବୀର ଗୋରୀ ଶଙ୍କର
ପାରଳାର ଗଜପତି। ଦର୍ଶାଇ ସ୍ଵରାଜ୍ୟ ପ୍ରୀତି
ଅଖଣ୍ଡତା ରଖିଥିଲେ ଆମ ରାଜ୍ୟ ର
କୁଳ ବୃଦ୍ଧ ବୀରତ୍ବ ବାଣୀ
ପ୍ରତି ପ୍ରାଣେ ଜାଗରଣ ଦେଲା ଯେ ଆଣି।
ଢଗ ଢମାଳି କବିତା। ଓଡ଼ିଶାର ଲୋକ କଥା
ଘରେ ଘରେ ସମସ୍ତଙ୍କ ହୁଏ ଆଦର
ନାନା ପୁନେଇଁ ପରବ ନାଚ ଗୀତ ମହୋତ୍ସବ
ଖୁଦୁରୁକୁଣୀ ମହିମା ଅଟେ ଅପାର
ରେ ଦୋଳି ପୁନେଇଁ ଚାନ୍ଦ
କୁଆଁରୀ ମାନଙ୍କ ମନେ ଦିଏ ଆନନ୍ଦ।
ସନ୍ତାନ ସନ୍ତତି ପାଇଁ। ଧାରଣ କରିଛି ସେହି
ନାନା ବିଧ ଧାତୁ ଦ୍ରବ୍ଯ ନିଜର ଦେହେ
ଓଉଷଧ ବୃକ୍ଷ ରୋଗରେ। ତାହା ହୋଇଥାଏ ନରେ
ଉର୍ବର ମାଟି ରେ ଚାଷୀ ସୁନା ଫଳାଏ
କରି ଆମ ହିତ ସାଧନ
ପାରିଛି ଆମକୁ ସେହି ମାତା ସମାନ।
ଅତୀତ ଗୋୖରବ ସ୍ମରି ଏକତା ବଳେ ଆମରି
ଜନ୍ମ ମାଟି ର ସର୍ବ ଉନ୍ନତି ପାଇଁ
ହାତରେ ହାତ ମିଶାଇ। ସଭିଁଏ ଭଉଣୀ ଭାଇ
ସ୍ଵାର୍ଥ ତ୍ୟାଗ କରି ମନୁ ଥିବା ଆଗେଇ
ହସି ଉଠିବ ଏ ଉତ୍କଳ
ଅଭିବୃଦ୍ଧି ହେବ ଆମ ସର୍ବ ସମ୍ୱଳ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment