ଆଗୋ ଅଲିଅଳୀ ରାଜଜେମା
ସରଗପୁରୀ ଅପ୍ସରୀ...
ସରମିଲତିକା ରୂପ ଅନୁପମା..
ହାସ୍ୟମୟୀ ଭୁ ସୁନ୍ଦରୀ !!
ତୁମେ ଆସ ସ୍ମୃତି ରାଇଜ ରେ..
ଏକଦମ ଗୁମସୁମ ...
ମନ କନ୍ଦରେ ଘଣ୍ଟି ନାଦ ରେ..
ଅବ୍ୟକ୍ତ ଜିଜ୍ଞାସା ମମ !!
ଆଗୋ ସ୍ବପ୍ନର ରୁପସୀ ତୁମେ..
ମନର ମାନସୀ ତୁମେ..
ସରଗ ପରୀ ଉର୍ବଶୀ ତୁମେ..
ମନର ପ୍ରେୟସୀ ତୁମେ !!
ଚିରପୂଜନୀୟା ଦେବୀ ତୁମେ..
ଇହପର କାଳ ସାଥି..
ମାନିନୀ ପ୍ରିୟା ରାଧିକା ତୁମେ..
କୁହନ୍ତୁ ମଉନାବତୀ !!
ଶତ ସର୍ପ ଦ°ଶନ ର କ୍ଳେଶ...
ଆଗୋ ପ୍ରିୟା ସ୍ମିତହାସ..
ଲାଘବ କର ଦୁଃଖ ଅଶେଷ..
କାହିଁ ମନେ ବହି ରୋଷ !!
କ୍ଷଣିକ ଚୁପି ତଵ ଯୁଗସମ...
କେବେ ମିଳିବ ବିରାମ..
ତୃଷାର୍ତ୍ତ ପ୍ରାଣେ ପୀଡା ଉପସମ..
ଶାନ୍ତି ଲଭୁ ପ୍ରାଣ ମମ !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment