Wednesday, September 16, 2020

ନୀଳାଚଳ ଆଶା

ପୁରି ଯାଆନ୍ତାକି ମୋର ଏଇ ଆଶା

ନିତ୍ୟ ନୀଳାଚଳେ କରନ୍ତି ମୁଁ ବସା

ପ୍ରତ୍ୟହ ଦେଖନ୍ତି ନୀଳାଦ୍ରୀ ମୋହନ

ଶ୍ରୀ ମନ୍ଦିରେ ପଶି ନିଅନ୍ତି ଶରଣ ାା

ପୁଣ୍ୟ ନୀଳାଚଳ ଶଙ୍ଖକ୍ଷେତ୍ର ପୁରୀ

ପିପାସା ମେଣ୍ଟନ୍ତା ଦେଖିତାର ଶିରୀ 

ପୁଣ୍ୟ ନୀଳାଚଳେ ନେବଟି ଜନମ

ଯେ କରିଥିବ କୋଟି ଜନ୍ମ ପୁଣ୍ୟ ାା

ଭଜି ଭଜି ମନ ସେ ଚକା ନୟନ 

ଦିବସ ରଜନୀ ହୋଇବ ଟି ଧନ୍ୟ

ବଡଦାଣ୍ଡ ରଥେ ଦେଖି ସେ ବାମନ

ପ୍ରତି ବର୍ଷ ନେତ୍ରେ ପୁରିବ ସପନ ାା

ପ୍ରତ୍ୟହ ଅଭଡା ଭୁଞ୍ଜିଣ ସାଦରେ

ଶରୀରୁ ପୀଡା ଦୂର ହେବ ବାରେ

ଭ୍ରମିବ ମନ ଅତ୍ୟେନ୍ଦ୍ରିୟ ଆକାଶେ

ହଟିବ କଳୁଷ ଶ୍ରୀଅଙ୍ଗ ପରଶେ ାା

ମଧୁପ ଫୁଲରୁ ମହୁ ଲୁଟେ ଯେହ୍ନେ

ମନ ବି ସୁଷାମା ଲୁଟିବ ସେ ସ୍ଥାନେ

ଜପିବ ଏ ମନ ଶ୍ରୀରାଧା ମଧୁସୂଦନ 

ରାମ ନାମ ଭଜନ କରି ସଂକିର୍ତ୍ତନ ାା

ସବୁ ଆଶା ପୁରିଯିବ ଶ୍ରୀକ୍ଷେତ୍ରରେ

ଭଲରେ ବାହୁଡି ଯିବି ଶ୍ରୀପୟରରେ 

ଦିବ୍ୟଧାମ ଲଭିବି ମୃତ୍ୟୁ ଆଗମନେ

ଲଭିବି ପରମ ମୋକ୍ଷ ଏମର୍ତ୍ତ ଭୁବନେ ାା


ତ୍ରିନାଥ ବେହେରା,
ବଡକୋଦଣ୍ଡା,ଗଞ୍ଜାମ

 

1 comment:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy