✍ସୁକାନ୍ତ ଖଣ୍ଡା
ସୁକାନ୍ତ ଖଣ୍ଡା
ଆଜି ଆମେ ନିତି କାନ୍ଦୁଛନ୍ତି
ଅଥଚ ଲୁହ କିନ୍ତୁ ନାହିଁ
କାନ୍ଦିବା ନାହିଁ କାହିଁକି
ଆବଶ୍ୟକତା ଠାରୁ ଅଧିକ ଦରକାର
ନ ହେଲେ ନ ଚଳେ
ନୁହେଁ...?
ଆମେ ବୁଝୁନୁ ଗୋଟିଏ ବଡ଼
ବର/ ଅଶ୍ଵତ୍ଥ ଗଛ
ଦିନକୁ କେତେ ଟଙ୍କାର ଅମ୍ଳଜାନ ଦିଏ
ଆଉ ପରିବେଶକୁ ସୁସ୍ଥ ରଖେ?
ସରକାରଙ୍କ ମଧ୍ୟ ତତ୍ପରତା ନାହିଁ
ଖାଲି ବନ ମହୋତ୍ସବ ଚାଲେ
ମେଞ୍ଚାମେଞ୍ଚା ଭାଷଣ ଟି.ଭି ପରଦାରେ
ଆଉ ମାଳମାଳ ଫଟୋ ଖବର କାଗଜରେ
ଅବଶ୍ୟ ଟଙ୍କା ଖର୍ଚ୍ଚ ହେଉଛି
ଟଙ୍କାକୁ କିନ୍ତୁ ରାତି ଅଧିଆ ଭାଗ ପଦବୀ ଅନୁସାରେ
କିଏ କେତେ ପାଇବ ଅଗରୁ ପ୍ରସ୍ତୁତି
କେହି ଯିବା ଦରକାର ନାହିଁ
ଟଙ୍କା ଘରକୁ/ପାଖକୁ ଆସିଯିବ।
କିଏ ଅଭିଯୋଗ କରିବ କରୁ
ଆମେ ପ୍ରମାଣ ରଖିଛୁ
ଖୋଜିଲେ ଯୋଗାଇ ଦେବୁ
ଗଛ କିନ୍ତୁ କାନ୍ଦୁଥାଏ
ନ ପାଇ ଖାଇବା କି ପିଇବା
ସୁତରାଂ ଯତ୍ନ ଆଉ ସେବା।
ଗଛ କ'ଣ ଦିଏ ନାହିଁ କୁହ...
ଜୀବଙ୍କ ସବୁ ଆବଶ୍ଯକ ପୂରଣ ସତ୍ତ୍ୱେ ବି
ଅବହେଳିତ ନିଷ୍ପେଷିତ ଆଉ ଧ୍ବଂସପ୍ରାପ୍ତ
ଗଛର ମହାନତା ଅସୀମ
ଆମେ ନିର୍ଜୀବ ପଥର କି କାଠକୁ
ନିତି ପୂଜା କରୁ କୋଟି କୋଟି ଟଙ୍କା
ଖର୍ଚ କରୁ ମନ ଶାନ୍ତି ପାଇଁ କିନ୍ତୁ ପାଉନା କିଛି
ଯିଏ ସାକ୍ଷାତ ପ୍ରତିକ୍ଷଣ ଦେଉଥାଏ
ତାକୁ କ'ଣ ଦେଉ କହିଲ?
ହେ ! ମଣିଷ ସମାଜ
ଆମେ କେତେ ନିର୍ଦ୍ଦୟ ସତେ
ପକ୍ଷୀମାନେ ଗଛକୁ ଲଗାନ୍ତି
ଗୋଟିଏ ଜାଗାରୁ ମଞ୍ଜି ଅନ୍ୟତ୍ର ନେଇ
ଆଉ ପଶୁ ଓ ସରସୃପମାନେ
ଯଥା ବାଘ, ସିଂହ,ହାତୀ ଓ ବିଷାକ୍ତ ସାପ ପରି
ଜୀବ ଜଙ୍ଗଲ ଜଗନ୍ତି ଆମେ କିନ୍ତୁ
ମାରି ସଫା କରିଦେଉ
ସଉକ ଆଉ ଜିହ୍ଵା ଲାଳସାରେ।
ସତର !
ଆମେ ଗଛକୁ ନା ଲଗାଇଲେ
ନା ସୁରକ୍ଷା ଦେଲେ
ଯତ୍ନ ନେବା ତ ଦୂରେ ବହୁଦୂରେ।
ଆଜି ସୁନାମି,ଭୂମିକମ୍ପ ଆଉ
ମହାବାତ୍ୟା ଯାହା ସବୁ ଅଙ୍ଗେ ଲିଭାଉଛେ
କଲା କର୍ମର ଫଳ
ଏବେଏବେ ଭୋଗୁଛନ୍ତି ମହାମାରୀ କରୋନା
ସବୁ ଏଇ ଗଛଙ୍କ ଧ୍ବଂସର କାରଣ
ହେ ଭାଇମାନେ !
ଆସ ଏକତ୍ରିତ ହେବା
ଯାହା ହରେଇଛେ ତାକୁ ତ ଫେରେଇ ପାରିବାନି
କିନ୍ତୁ ଯଦି ସଭିଏଁ ଗୋଟେ ଗୋଟେ
ଗଛ ଲଗାଇବା ହୁଏତ
ଆମ ଆଭୂଷଣ ଆମ ସୌନ୍ଦର୍ଯ୍ୟ
ଫେରି ଆସିନ୍ତା
କ'ଣ ମୋ କଥା ରଖିବ?
*
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment