Wednesday, September 16, 2020

|| ଗୋପ ରେ ବଢୁଛି କଳା କହ୍ନେଇ ||

କଳ୍ପନା ଜଳ୍ପନା ଅନ୍ତ ଘଟାଇ,

ବନ୍ଦୀ ଘର ଅନ୍ଧକାର ଦୁରାଇ,

କୁଳ ଗୌରବ ଧ୍ଵଜା ଉଡ଼ାଇ,

ଗୋପରେ ବଢୁଛି କଳା କହ୍ନାଇ।


ଜନ୍ମ ବେଳା ରୁ ଅଧର୍ମ ନାଶି,

ପାପୀ ଅତ୍ୟାଚାରୀ କଂସ କୁ ବିଧ୍ୱଂଶି,

ପିତା ମାତା ସଖା ସଭିଙ୍କ ଶଶି,

 କlଳୀୟ ଦଳୀ  ବସୁଧ୍ୟା ଉସ୍ଵାସୀ,

ଗୋପ ରେ ବଢୁଛି କଳା କହ୍ନାଇ ଆସି।


ପ୍ରେମ  ମନ୍ଦାକିନୀ  ମର୍ତ୍ୟେ ଖେଳାଇ,

ବଂଶୀ ସୁରେ ଗୋପୀ ଗୋପାଙ୍ଗନା କରିଲା ବାଇ,

ଜୀବ ଲୀଳା ଖେଳା ସବୁ ଖେଳାଇ,

ଦେହ ତ୍ୟାଗୀ ନବ କଳେବର ଭିଆଇ ,

ଶ୍ରୀ ଜଗନ୍ନାଥ ରୂପେ

ସଂସାରେ ଭକ୍ତ ତାରିବା ପାଇଁ,

ଗୋପ ରେ ବଢୁଛି କଳା କହ୍ନେଇ.......।


ପ୍ରତାପ ଚନ୍ଦ୍ର ମିଶ୍ର,
ଆସିକା,ଗଞ୍ଜାମ

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy