ହୋଇଛି ଆମ୍ଭ ମିଳନ ।
ମୁଁ ତୁମେ ପାଇଁ ତୁମେ ମୋ ପାଇଁ ,
ବିଧାତା ଲେଖିଛି ଜାଣ ।।
କାହା ପାଇଁ କିଏ ଗଢ଼ା ତ ହୋଇଛି ,
ବିଧିରୁ ଯେ ଲେଖା ଅଛି ।
ତାଙ୍କୁ ନେଇକରି ଜୀବନ ଜିଇଁବା ,
କେଉଁ ସୃଷ୍ଟିରୁ ବିହି ଲେଖିଛି ।।
ସାକ୍ଷୀ ଚଉଦିଗ ହୋମ କାଠ ନିଆଁ,
ବ୍ରାହ୍ମଣର ବେଦ ମନ୍ତ୍ର ପାଠ ।
ବିବାହ ମଣ୍ଡପେ ସିନ୍ଦୁର ପିନ୍ଧାଇ ,
ଧରିଥିଲ ମୋର ହାତ ।।
ଦଶା ଦୋଷ ମୋର କ୍ଷମା ଦେବ ବୋଲି
ବେଦୀରେ ଶପଥ ଯେ ତୁମେ କଲ
ସାତ ଜନ୍ମ ପାଇଁ ବାନ୍ଧି ଯେ ହୋଇଲେ
ହେବାନି କେବେ କାହାଠାରୁ ଅନ୍ତର ।।
କିଏ କାହା ବିଷୟେ ମିଛ ଶୁଣା କଥା,
ବିଶ୍ୱାସକୁ ଜମା ନେବାନି ।
ପ୍ରମାଣିତ ନହୋଇ ଦୋଷୀ ନକହିବା,
ସନ୍ଧେହର ଛିଟା ଦେବାନି ।।
ହସଖୁସିରେ ଯେ ସଂସାର ଗଢ଼ିବା,
ସ୍ନେହ ପ୍ରେମ ଭାବ ଥାଇ।
ଭୁଲ ବୁଝାମଣା ହେଲେ ସମାଧାନ କରିବା,
ମନେ ସନ୍ଧେହ ନଥିବ ଯହିଁ ।।
ଦାମ୍ପତ୍ୟ ଜୀବନ ସୁଖମୟ ହେବ,
ଯେବେ ପରସ୍ପର ଭାବ ଥିବ।
କଳହ ଆସିଲେ ଶିଘ୍ର ସମାଧାନେ,
ହସ ଖୁସିରେ ସଂସାର ଗଢ଼ିବ ।।
ଭୁଲ ବୁଝାବଣା ସନ୍ଧେହର ମନ,
ଭାଙ୍ଗି ଦେଇଥାଏ ସୁନେଲି ସପନ ।
ସମ୍ପର୍କରେ ଯେବେ ଫାଟ ସୃଷ୍ଟି ହେବ,
ନିଜେ ହିଁ ତାହାର କାରଣ ଖୋଜିବ ।।
ସଂସାର ମଧ୍ୟରେ ଘର କରିଥିଲେ,
ପଥର ପଡିଲେ ସହିବା ।
ପତ୍ରଟେ ପଡିଲେ ବାହାରେ ଗାଇବା,
ନିଜ ସଂସାରକୁ ନିଜେ ଭାଙ୍ଗିବା ।।
ସମସ୍ୟା ଅଛିରେ ସମାଧାନ ଅଛି,
ଏକଥା ଆମେ ଜାଣିଛେ ।
ତଥାପି ଆମେରେ କୁପଥ ରାସ୍ତା,
କାହିଁକି ଆମେ ବାଛୁଚେ ।।
ଶିକ୍ଷିତ ହୋଇଣ ଯୁବ ସମାଜ ଯେ,
ପଥ ଭ୍ରଷ୍ଟ ଆଜି ହେଉଛି ।
ମୁର୍ଖ ପରି କାର୍ଯ୍ୟ କରେ ଯେବେ ସିଏ,
ଦାମ୍ପତ୍ୟ କଳହ ଆସୁଛି ।।
ଆୟ ଅନୁସାରେ ବେୟ ଯେ କରିବ,
ଉତ୍ତମ ସମ୍ପର୍କକୁ ନିଜ ପାଖରେ ରଖିବ।
ଯାହାବି କରିବ ଉଭୟଙ୍କ ଆଲୋଚନାରେ,
କିଛି ବି ନକରିବ ନିଜ ମନ ଇଚ୍ଛାରେ ।।
ସୁଖମୟ ହେବ ଦାମ୍ପତ୍ୟ ଜୀବନ,
ଭରି ଯେବେ ରହିଥିବ ସ୍ନେହ ପ୍ରେମ ଜାଣ।
ବାପା ମାଆ ପୁଅ ଝିଅ ମଧ୍ୟରେ ବାସ କରିବ,
ସହମତି ଭିତ୍ତିରେ ସମସ୍ୟାକୁ ଟାଳିବ।।
ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ
No comments:
Post a Comment