Wednesday, September 16, 2020

ବିଶ୍ଵକର୍ମା

✍କବିଶ୍ରୀ ଗଗନ କୁମାର ଦାଶ


ନିହଣରେ ତୁମେ ବିଶ୍ବ ରଚିଲେ

ଆହେ ପ୍ରଭୁ ବିଶ୍ଵକର୍ମା,

ଦେଶ ଓ ଜାତିର ଗୌରବ ଆଣିଲେ

ତୁମେ ତ କରିତକର୍ମା ।।

ସ୍ବର୍ଗପୁର ତୁମେ ଗଠନ କରିଲ

ସ୍ବର୍ଣ୍ଣଲଙ୍କା କୁ ଗଢିଲ,

ବିଷ୍ଣୁ ସହ ଲକ୍ଷ୍ମୀ କଳହ କରିଲେ

ସମୁଦ୍ରେ ଉଆସ କଲ ।।

ଜଗନ୍ନାଥଙ୍କର ଦାରୁ ନେଇ ତୁମେ

ଚକାଆଖିଙ୍କୁ ଗଢିଲ,

ବଳଭଦ୍ର, ସୁଭଦ୍ରା ସୁଦର୍ଶନ ସାଙ୍ଗେ

ଶ୍ରୀମନ୍ଦିର ଶୋଭାକଲ ।୦୧।


କଳା ଓ ସଂସ୍କୃତି ଟେକ ରଖିବାକୁ

ଜନମିଲ ପୃଥିବୀ ରେ,

କେତେବେଳେ ବୃଦ୍ଧ, କେତେବେଳେ ଶିଳ୍ପୀ

ମୟା ରଚିଲ ଧରାରେ ।।

ଭାଙ୍ଗିଲ ଗଢିଲ ଜୀବନ୍ତ କରିଲ

କି ବର୍ଣ୍ଣିବ ଏହି ନର,

ସ୍ବର୍ଗଠୁ ପାତାଳ ଏ ତିନି ଭୂବନେ

ତୁମେ ହିଁ ତ କାରିଗର ।।

ବିଶ୍ବାସ ରଖିଣ ସମାଜେ ମାନବ

ତୁମ ଆରାଧନା କରେ,

ସୁନ୍ଦର ସର୍ଜନା ପାଇଁ ତୁମେ ପ୍ରଭୁ

ପୂଜା ପାଅ ଏ ଧରାରେ ।୦୨।


କନ୍ୟା ସଂକ୍ରାନ୍ତି ରେ ତୁମକୁ ପୂଜନ୍ତି

ଏ ଦେଶ ଶ୍ରମିକ ଭାଇ,

ଜନ୍ମଦିନ ତୁମ ପାଳିତ ହୁଅଇ

ଆସ୍ଥାନେ ବସହେ ଯାଇ ।।

ବିଶ୍ବାସ ର ତୁମେ ବିଶ୍ଵକର୍ମା ଅଟ

ଗଢିଛ ଏହି ସଂସାର,

କଳା ସ୍ଥାପତ୍ୟକୁ ଉନ୍ନତି ପଥରେ

ନେଇଛ ଆହେ ଠାକୁର ।।

ଧନୀର ବନ୍ଧୁ ହେ ଗରିବର ବନ୍ଧୁ

ଭେଦ ଭାବ କିଛି ନାହିଁ,

ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ହେ

ରହିଛ ସବୁଠି ଯାଇ ।।

ବ୍ରହ୍ମାଙ୍କର ପୁତ୍ର ତୁମେ ବିଶ୍ଵକର୍ମା

ଦୟାକର ଦୀନ ଜନେ,

ଏ ଭବ ସାଗରେ ଜ୍ଞାନ ଦିଅ ପ୍ରଭୁ

ଅଳି କରେ ଶ୍ରୀଚରଣେ ।୦୩।

********

ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy