✍ବାସନ୍ତୀ ଲତା ଜେନା
ଭଵ ଉଦ୍ୟାନରେ ଶିଶୁ ଫୁଲ କଢି
ଦେଖି ଦେଲେ ମନ ଖୁସି
ଦୁଇ ପଦ କଥା ତା ସାଥେ ହୋଇଲେ
ହୃଦେ ସିଏ ଯାଏ ବସି l୧l
ନିଃଷ୍କପଟ ହୀନ ସରଳ ଶିଶୁଟି
ନୀରୀମାଖି ତା ଚାହାଣି
ସକାଳ ସୂର୍ଯ୍ୟର ରକ୍ତିମ ଆଭାରେ
ମନ ନେଇ ଯାଏ କିଣି l୨l
ଶିଶୁର କଥାରେ ଶିଶୁର ହସରେ
ସତେ ଦେବତାଙ୍କ ବାସ
ଛନ୍ଦ କପଟତା ପାଖରେ ନ ଥାଏ
ସେତ ପୁଷ୍ପର ସୁବାସ l୩l
କୋମଳ ପରଶ ସୁନୀଳ ଆକାଶ
ବିସ୍ତାରିତ ପ୍ରାଣ ତାର
ଯିଏ ତାକୁ ଟିକେ ସ୍ନେହ କରି ଦିଏ
ହୋଇ ଯାଏ ଆପଣାର l୪l
ବଡ଼ ଲୋକ ପରି ରାଗ ହିଂସା କ୍ରୋଧ
କପଟତା ନାହିଁ ତାର
ନିଃଷ୍କପଟ ସିଏ ସରଳ ଶିଶୁଟି
ସ୍ଵଭାଵ ତା ନଦୀ ଝର l୫l
ହସି ଖେଳି ସିଏ ମଜ୍ଜା କରି ଥାଏ
ଛୋଟ ସେ ପରଜା ପତି
ଧୂଳି ବାଲି ଖେଳ ତା ପାଇଁ ସୁନ୍ଦର
ସେଥିରେ ସେ ପାଏ ଶାନ୍ତି l୬l
ଛୋଟ ଶିଶୁଟିର ଗୁଲୁ ଗୁଲୁ କଥା
ଚପଳାମୀ କରେ ପୁଣି
ସ୍ନେହ ଶ୍ରଦ୍ଧା ସାଥେ ସଂସ୍କାର ଭରିଲେ
ସ୍ଵଛ ହୋଇ ହେବ ମଣି l୭l
ଧର୍ମ ନୀତି ବାକ୍ୟ ତାକୁ ଶୁଣାଇବ
ମହା ପୁରୁଷ ଜୀବନୀ
ସୌରଭରେ ସେତ ମହକି ଉଠିବ
ସେବିବ ଦେଶ ଜନନୀ l୮l
ଶିଶୁଙ୍କର ହୃଦୟେ ପ୍ରଭୁଙ୍କର ବାସ
ଶତ୍ରୁ ମିତ୍ର ନ ଭାବିବ
ତା' ମିଠା ହସରେ ମଲ୍ଲୀ ଫୁଲ ବାସ
ଚଉଦିଗ ଭରି ଯିବ l୯l
ଗାନ୍ଧିନଗର , ନବରଙ୍ଗପୁର
No comments:
Post a Comment