ଘର କଳି ଠାରୁ କଳି ନାହିଁ ଆଉ କଳିହା ଘରଣୀ ଥିଲେ
ଦାମ୍ପତ୍ୟ ଜୀବନ ବିଷମୟ ହୁଏ ମା,ବାପା କାନ୍ଦିଲେ।
ଅଶାନ୍ତି ପରଖି ଜେଜେ ମା,ଜ୍ଞାନୋଦୟ ପାଇଁ ନାଟକ ଟେ ଭିଆଇଲେ,
ଜରାସ୍ରମ ଯିବା ପୂର୍ବରୁ ରାଶି ଲଡୁ ତିଆରି ଘରେ ଦେଇ ଯିବି କହିଲେ।
ସ୍ବାମୀ ଙ୍କୁ ପଠାଇ ସାମଗ୍ରୀ କିଣି ପୁଅ କୁ ତିଆରି କାଇଦା ବୁଝାଇଲେ,
ସ୍ବାମୀଙ୍କୁ ବସାଇ ନାତିକୁ ହସାଇ ପୁଅ ପସନ୍ଦ ଲଡୁ ତାକୁ ବଢାଇ ଦେଲେ।
ରକତ ଚାଉଳ ଚୋବାଏ ବୋହୂ ଟା ହରଷ ସବୁ ଦେଖି ନିଆଁ,
ଜରାସ୍ରମେ ବୁଢ଼ା ବୁଢ଼ୀ ଙ୍କୁ ନ ଛାଡି ତା ସ୍ବାମୀ ଘରେ ରଖନ୍ତି କିଆଁ?
କଳି ର କାରଣ ଅଶାନ୍ତି କ୍ଷରଣ ଜାଣି ଥାଏ ସୁନା ନାତିଆ,
ପୂର୍ଣ୍ଣାଙ୍ଗ ଲଡୁ ତିଆରି ହୋଇଲା ତା ମାମା ହସ୍ତକ୍ଷେପ ବିନା।
ନାତି ଟା ପଚାରେ ବଡ଼ ହେଲେ ମାମା ମୋ ସ୍ତ୍ରୀ ଆସିବ ତୁମେ ମୋ ପସନ୍ଦ ଖାଦ୍ୟ କରିଦେଇ ଯିବ ନା?
ମୁଁ ବି ତୁମକୁ ବୃଦ୍ଧା ଶ୍ରମେ ରଖିବି ପାପାଙ୍କ ସହ ସୁଖ ରେ ସେଠି ରହିବ ନା?
ଆଚମ୍ବିତ ମାମା ବିବେକ ପଖାଳି ଅନୁତାପ କଲେ ଯାହା,
ଫେଡିଲେ ଦୂର୍ବୁଦ୍ଧି ଶରଣ କୁ ଗଲେ ପାଦ ଧରି ନିଜ ଶଶୁର ଶାଶୁ ମା।
ମମତା ମୟୀ ପ୍ରେମ ଗନ୍ତା ଘର ଅଭିଜ୍ଞ ସୁଖମୟ ଦାମ୍ପତ୍ୟ ଜୀବନ ତାଙ୍କ,
ହରଷ ମନେକୁଣ୍ଢେ ମୋଟ ଛାତି ଭାବିଲେ ସଫଳ ହେଲା ନାଟକ।
ବୁଝାଇଲେ ଧୀରେ ଜୀବନ ଟା ଚାଲେ ବଡ଼ ଙ୍କ ଆଦର , ଯତନ, ସନମାନ କରି,
ସଉଦା କିଣା ଠୁଁ ଲଡୁ ରୂପ ନେବା ଭଳି ଜୀବନ ଯୋଗାଡ଼ କୁଟିଳ ତା ପରିହରି ।
ଉଦାର ହୃଦୟେ ପ୍ରେମ ସେବା ଏବେ କରିଥିଲେ ଆଗକୁ ତୁମେ ଫଳ ପାଇବ ଯାଇ,
ସଂସାର ଭିତରେ ଘର କରି ଥିଲେ ପଥର ପଡ଼ିଲେ ସହି।
ଘୃଣ୍ୟ ଚିନ୍ତା ଧାରା ଅଧୋଗାମି କରେ ମଣିଷ ପ୍ରଗତି ସନମାନ,
ତୃଣ ମୂଳ ସ୍ତରୁ ବଳି ଦେଇ କଳି ବୁଦ୍ଧି ଯିବି ମାନେ ବୁଝାମଣା ହୋଇ ଲଭନ୍ତି ସୁଖ ମୟ ଦାମ୍ପତ୍ୟ ଜୀବନ।
ଆସ୍କା,ଗଞ୍ଜାମ
🙏
No comments:
Post a Comment