Saturday, September 12, 2020

ଶ୍ରମର ମହିମା ଓ ଅଷ୍ଟସିଦ୍ଧି ପ୍ରାପ୍ତିକଥା

ମାଧବୀପଟେଲ।

ରାଜା ମଦନସେନ ରୋଟି ଗୋଟେର ଅନ୍ବେଷଣରେ ଦେଶ ସାରା ଘୁରି ବୁଲିଲେ ହେଲେ ଲୋକେ କହିଲେ ରୋଟିବଦଳରେ ସ୍ବର୍ଣମୁଦ୍ରାଦେବେ ବୋଲି।କାହାରି ପାଖରେ ରୋଟିଖଣ୍ଡେ ଦେବାର ସାମର୍ଥ୍ୟ ନଥିଲା।ରାଜା ନିଜ ଦେଶପ୍ରଜାଙ୍କ ଏପରି ଅବସ୍ଥା ଥିବ ବୋଲି କଳ୍ପନାବି କରି ପାରୁନଥିଲେ।ସେ ଭାବୁଥିଲେ ଯେହେତୁ ସେ ଏତେ ଦାନ ଦେଉଛନ୍ତ ତାଙ୍କ ରାଜ୍ୟ

ରେ କିଛି ଅଭାବ ନଥିବ।ଲୋକେ ଖାଇପିଇ ପରିଶ୍ରମ କରି ଖୁସିରେ ବଞ୍ଚୁଥିବେ।ହେଲେ ଏଠିତ ଓଲଟା ବ୍ୟାପାର ଦିଶୁଛି।ସେ ଜଣେ ସ୍ତ୍ରୀଲୋକକୁ ଏସବୁ କେମିତି ହେଲା ବୋଲି ପଚାରିଲେ।ସ୍ତ୍ରୀ ଲୋକଟି ରାଜାଙ୍କୁ ସାଧାରଣ ବେଶରେ ଥିବାରୁ ଚିହ୍ନି ନ ପାରି ସବୁ ସତ୍ୟ ଘଟଣା ବଖାଣି ଦେଲା।ସେ କହିଲା ଆମ ରାଜା ଅପାତ୍ରରେ ଦରକାରରୁ ଅଧିକ ଧନ ଦେବାଫଳରେ ଏ ଅବସ୍ଥା ହେଇଛି।ମାଗଣାରେ ସ୍ବର୍ଣପାଇ ଆମସ୍ବାମୀମାନେ ଆଉ ଚାଷ କଲେନି।ବସି ଖାଇଲେ।ମଦ ନାଚ ଗିତର ସଉକ ଚଢିଲା। ଘରେ ସଂଚିତ ଅନ୍ନ ସରିଗଲା।ଏବେ ବଞ୍ଚିବା ଅସମ୍ଭବ ହେଲାଣି।

ରାଜା ଦେଶର ପରିସ୍ଥିତି ବିଷୟରେ ଅବଗତ ହେଇ ବହୁ ଦୁଃଖିତ ହେଲେ।ଯଦି ଧନ ଦେବା ପଳିବର୍ତ୍ତେ ସେ ଲୋକଙ୍କୁ କାମର ଯୋଗାଡ କରିଦେଇଥାନ୍ତେ ତାହେଲେ ସେମାନେ କର୍ମଠ ପରିଶ୍ରମୀ ହେବା ସଂଗେ ସଂଗେ

ଦେଶକୁ ଉନ୍ଳତି ମାର୍ଗରେ ଅଗ୍ରସର କରିପାରିଥାନ୍ତେ।

କେବଳ ଧନ ମିଳିଗଲେ ଲୋକ ଅପାରଗ ଅଳସୁଆ ପାଲଟି ଯାଏ।ଯେଉଁ ରାଜା କାମ ବଦଳରେ ପ୍ରଜାଙ୍କୁ ରାସନ ଦିଏ ସେ ଜଣିଶୁଣି ରାଜ୍ୟକୁ ପତନ ଆଡକୁ ଠେଲିଦିଏ।ଯେଉଁ ଦେଶରେ ଯେତେ କର୍ମସଂସ୍ଥାନ ଅଧିକ ସେ ଦେଶ ଲୋକେ ସେତେ ପରିଶ୍ରମୀ ବୁଦ୍ଧିମାନ ଓ ସଚ୍ଚୋଟ ହେଇଥାନ୍ତି।କର୍ମ କରି ମଣିଷ ପୁଣ୍ୟ ସଂଚୟ କରେ।ମଣିଷର ହୃଦୟରେ ସକାରତ୍ମକ ଓ ନକାରତ୍ମକ ଶକ୍ତି ଉଭୟ ବାସକରେ।ଏ ଶକ୍ତି କେବେ ମୋକ୍ଷ ଆଡକୁ ରାସ୍ତାଦେଖାଏ ତ କେବେ ପାପ  କରିବାକୁ ପ୍ରବର୍ତ୍ତାଏ।ରାଜା ସେଇ ତାମସିକ ପ୍ରବୃତ୍ତିର ବଶବର୍ତ୍ତିଥିଲେ ଏତେଦିନ।ମନରୁ  ଗର୍ବ ଦୂର ହେବାପରେ ଏବେ ତାଙ୍କ ହୃଦୟ ନିର୍ମଳ ହେବାକୁ ଲାଗିଲା।ଅଭିମାନ ଦୂରେଇଗଲା।ସେ ନିଜ ଭୂଲର ପ୍ରାୟଶ୍ଚିତ କରିବାକୁ ଚାହିଲେ।ସେ ହନୁମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ।ହନୁମାନ କହିଲେ ତୁମେ ଧରିତ୍ରୀ ମାତାଙ୍କ ଦୋଷୀ।ତୁମରିପାଇଁ ସେ ଆଜି ବଞ୍ଜର ପାଲଟି ଯାଇଛନ୍ତି।ତାଙ୍କୁ ପୁଣିଥରେ ଶସ୍ୟ ଶ୍ୟାମଳା କରିବାର ଦାୟିତ୍ବ ଏବେ ତୁମର।

ରାଜା ଏତେଦିନ ରାଜଉଆସରେ ସୁଖଭୋଗକରି କାଳ କାଟୁଥିଲେ।ଏବେ ଟାଣ ଖରାରେ କ୍ଷେତରେ କଠିଣ ପରିଶ୍ରମ କଲେ।ହଳ ଚଳାଇ ବୀଜ ବପନ କଲେ ଓ ଶସ୍ୟ ଉପୁଯାଇଲେ।ଏତିକିରେ ତାଙ୍କର ପ୍ରାୟଶ୍ଚିତ ଶେଷ ହେଇନଥିଲା ଧରିତ୍ରୀମାତା ତାଙ୍କୁ ସଂପୂର୍ଣ କ୍ଷମା କରିନଥିଲେ।ସେ କହିଲେ ଯେଉଁଦିନ ସବୁ କୃଷକ ମିଳି ତାଙ୍କ ଦେହରେ ସ୍ବର୍ଣ ଗାଥା ଲେଖିବେ ସେଦିନ ସେ ରାଜାଙ୍କୁ ପୁରା କ୍ଷମା କରିବେ।ଏହାପରେ ରାଜା ନିଜ ପ୍ରଜା ମାନଙ୍କ ପାଖକୁ ଯାଇ ଶ୍ରମର ମହତ୍ତ୍ବ ବୁଝାଇଲେ।ପ୍ରଥମେ ରାଜାଙ୍କ କଥା ଶୁଣି ଲୋକେ ଉତ୍ୟକ୍ତ ହୋଇ ତାଙ୍କୁ ମାରିବାକୁ ଲାଗିଲେ।କହିଲେ ନିଯେ ତ ଗରିବ ହେଲ ଏବେ ଆମକୁ ଗରିବ ହେବାକୁ ପ୍ରବର୍ତ୍ତାଉଛ?ସେତେବେଳେ ହନୁମାନ ଆସି ସେମାନଙ୍କୁ ବୁଝାଇଲେ ଯିଏ ତୁମକୁ ଏତେ ସ୍ବର୍ଣ ଦାନ କରୁଥିଲେ ତାଙ୍କୁ ଏବେ ମାରୁଛ?ଧନ ସ୍ଥାୟି ନୁହେଁ।ଆଜିଅଛି କାଲି ନାହିଁ।କାଲି ଏ ରାଜାଥିଲେ ଆଜି 

କ୍ଷେତରେ କାମ କରୁଛନ୍ତି।ତୁମର ଧନ ବି ଦିନେ ଏମିତି ସରିଯିବ।ଧନ ସରିଗଲେ କଣ କରିବ?ବିନା ପରିଶ୍ରମରେ ତ ଖାଇବାକୁ ମିଳିବନି?ବିନା ଶସ୍ୟରେ ଭୋକ ମାରିବ କେମିତି?ଶ୍ରମ ଯେତିକି ତୃପ୍ତି ଓ ଆନନ୍ଦ ପ୍ରଦାନ କରେ ଆଉ କେହି ଦେଇପାରେନା।

ପ୍ରଥମେ ଶ୍ରମ କରୁଥିଲବୋଲି ଆରାମରେ ଶାନ୍ତିରେ ଶୋଇପାରୁଥଲ।ଏବେ ମଦିରା ବିନା ନିଦ ଆସୁନି।ଅନେକ ରୋଗ ଆକ୍ରାନ୍ତ କଲାଣି।ଶମ ମଣିଷକୁ ପୁଣ୍ୟଫଳ ପ୍ରଦାନ କରେ।ଦେବତାମାନେ ମଧ୍ୟ ପୁଣ୍ୟ କମାଇବାକୁ ପୃଥିବୀରେ ଜନ୍ମ ନିଅନ୍ତି। ରାଜା ଇନ୍ଦ୍ର ବିଶ୍ବକର୍ମାଙ୍କ ପୁତ୍ର ବିଶ୍ବେଷ ଙ୍କୁ ମାରିଥିବାରୁ ତାର ପ୍ରାୟଶ୍ଚିତ ପାଇଁ ପୃଥିବୀରେ ମଣିଷ ରୂପନେଇ ଆସିଲେ ଓ ଉତ୍ତମ କର୍ମକରି ପୁଣ୍ୟ ଅର୍ଜି ପ୍ରାୟଶ୍ଚିତ କରିଥିଲେ।କର୍ମ ସର୍ବୋପରି ଓ ଶକ୍ତିଶାଳି ଅଟେ। ଲୋକେ କର୍ମକରି ପୁଣ୍ୟାର୍ଜନ କରନ୍ତି ଓ ପାପରୁ ମୁକ୍ତି ପାଆନ୍ତି।

ଯେତେବେଳେ ରାଜା ବିନାପରିଶ୍ରମରେ ତୁମକୁ ଅଯଥା ଧନ ଦେଉଥିଲେ ସେତେବେଳେ ତମେ ପ୍ରତିରୋଧ କଲନି?ଏବେତାଙ୍କୁ ହେୟ ମଣୁଛ ଅବାଧ୍ୟ ହେଉଛ?

ସିଏ ତୁମର ରାଜା ରକ୍ଷାକର୍ତ୍ତା।ତାଙ୍କପ୍ରତି ତୁମର ଏ ଆଚରଣ ଶୋଭନୀୟ ନୁହେଁ।ଏବେ ଲୋକମାନେ ହନୁମାନଙ୍କ କଥାକୁ ଦୃଦୟଙ୍ଗମ କରିପାରିଥିଲେ।

ସେମାନେ ଜାଣିଲେ ତାଙ୍କପାଖେ ଥିବା ଧନ ଦିନେ ସରିଯିବ ନିଶ୍ଚୟ ସେତେବେଳେ ତ ପରିଶ୍ରମ କରିବାକୁ

ପଡିବ ହିଁ ପଡିବ।ତେବେ ଆଜିଠୁ କରିବେନି କାହିଁକି?

ଏବେ ପୁଣି ସମସ୍ତେ ନିଜନିଜ ବୃତ୍ତିକୁ ଆପଣାଇନେଲେ।ଯେତେବେଳେ ଲଙ୍ଗଳମୂନ ପୃଥିବୀ ମାତାଙ୍କ ବକ୍ଷ ବିଦିର୍ଣ କରିବାକୁ ଲାଗିଲ ସେ କ୍ଷତ ତାଙ୍କୁ ଅତ୍ୟନ୍ତ ଆନନ୍ଦ ପଦାନ କରୁଥିଲା ।ପୃଥିବୀ ପୃଷ୍ଠ ପୁଣି  ଶସ୍ୟ ଶ୍ୟାମଳା ହେଇ ଉଠିଲା।ପକ୍ଷୀମାନେ ନିଜର ମଧୁର ସୁରରେ ଗାନ ଆରମ୍ଭ କରିଦେଲେ ।ଅନ୍ନର ଭଣ୍ଡାର ଭରିବାକୁ ଲାଗିଲା।ରାଜା ଅନେକ ଯୋଜନା ତିଆରି କରି ଲୋକଙ୍କୁ କାମଦେଲେ।ତାପରେ  ରାଜା ନି ଉପାର୍ଜିତ ଗହମକୁ ପେଷି ଅଟା ତିଆରିଲେ ଓ ଥାଳିଏ ରୋଟି ବନାଇ ହନୁମାନଙ୍କୁ ଦେଲେ।ହନୁମାନ କହିଲେ ପ୍ରଥମ ରୋଟି ଧରିତ୍ରୀ ମାତାଙ୍କୁ ଅର୍ପଣକର। ରାଜା ସେମିତି ହିଁ କଲେ ତାପରେ ଦାସତ୍ବରୁ ମୁକ୍ତ ହେଲେ।ଏ ବୃତାନ୍ତ ଶ୍ରମର ମହତ୍ବ ପ୍ରତିପାଦନ କରେ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy