ଓଡ଼ିଶା ଅର୍ଥ ସେବା ,ଭୁବନେଶ୍ୱର ।
ସେତ ଆସୁଥିଲା ସବୁଦିନ
ଠିକ୍ ସମୟରେ
ତାର ଉଦୟ ଅସ୍ତ ପର୍ବ ପଳିବାକୁ
ପ୍ରସ୍ତୁତ ହୋଇ ରହିଥିଲେ ସତରେ
ନୀରବ ଆଉ ଶୁଭ୍ର ଆୟୋଜନର
ଠିକାଦାର ସାଜିଥିଲା କେହିଜଣେ
ତାଙ୍କୁ ଦେଖିଲେ ଶୁଭ ରେ ଅମୃତମୟ
ଦିନର ପରିକଳ୍ପନା କରାଯାଇ ପାରେ ।।
ସବୁ ଠିକ୍ ଚାଲିବ
ମାନେ କିଛି ନାହିଁ
ଆଶା କେତବେଳୁ ଥକା
ମାରି ବସିଥିଲା ଜଣା ନାହିଁ
ସ୍ବପ୍ନ ସବୁ ଟାଇଟ୍ନିକ ଜାହାଜ ଭଳି
କେତେବେଳେ ଆସ୍ତେ ଆସ୍ତେ ବୁଡିଲା ଜଣା ନାହିଁ
ପ୍ରଳୟର ପ୍ରହେଳିକା ଆସିବ ଆସିବ
ବୋଲି କହି ଆସୁ ନାହିଁ ।।
ରାତି ଦୀର୍ଘ ହେଉଥିଲା
ଅନ୍ଧାରୀ ଭୟ ଭିତରେ
ଅସୁମାରୀ ବଦନାମ ସ୍ମୃତି ବାରମ୍ବାର
ଆନ୍ଦୋଳିତ ହେଉଥିଲା ତା ସ୍ୱଭାବରେ
ମୋହ ମାୟା କ୍ରୋଧ ତିରସ୍କାର
ଛାତିର ଅଥଳ ସମୁଦ୍ରରେ ଢେଉ
ସୃଷ୍ଟିକରେ କଷ୍ଟ ଯନ୍ତ୍ରଣାରେ
ସ୍ବପ୍ନ ସବୁ ଭାଙ୍ଗିଯାଏ
ନିଜ ହିସାବରେ ।।
ଶବ୍ଦ ଅସୁମାରୀ ଶକ୍ତି ଭିତରେ
ଉଡି ବୁଲୁଥିଲା ଘରର ଅଗଣା ସାରା
ଭକ୍ତର ଭଜନ ଜଣାଣ ସୃଷ୍ଟି
କରିଥିଲା ନିର୍ଭୟର ବର୍ତା
ଓଡ଼ିଆ ଘରର ବାର ମାସରେ
ତେର ପର୍ବ ରେ ଗୃହ ମୁଖ୍ୟ ସାଜିଥିଲେ କର୍ତ୍ତା
ଭକ୍ତି ଭାବକୁ ସବୁବେଳେ
ଦେଖୁଥିଲା ବିଧାତା ।।
ଦିନ ବିତୁଥିଲା ଶବ୍ଦରେ
ଲାଗୁଥିଲା ରଙ୍ଗ ଯେମିତି
ଶବ୍ଦ ସବୁ ଯୋଡ଼ା ଯୋଡ଼ି ହୋଇ
ଭାବ ଆସୁଥିଲା ଝରି
ଚଢ଼େଇ କାକଳି ରେ ଯାଉଥିଲା ଭାରି
ଅଳ୍ପ ଅଳ୍ପ ଶବ୍ଦ ଆସୁଥିଲା ପକ୍ଷୀ
ଡେଣା ଅହୁଲା ମାରି ।।
ଶବ୍ଦ ଯୋଡ଼ି ହୋଇଯାଉଥିଲା
ମାୟା ଶବ୍ଦ ଭଳି
ଶବ୍ଦ ସବୁ ଗୁଣୁ ଗୁଣୁ ହୋଇ ଭାସି
ଆସିଥିଲା ଶିବ ମନ୍ଦିର ପ୍ରାଙ୍ଗଣ ଭିତରେ
ରୋଗ ଶୋକ ଜରା ବ୍ୟାଧି ଜନମ ମରଣ
ଜୟ ପରାଜୟ ବର୍ଣ୍ଣନା ହେଉଥିଲା
ବଚ୍ଛା ବଚ୍ଛା ଶବ୍ଦ ଭିତରେ
ଦୃଶ୍ୟ ପଟରେ ମାୟା କାୟା ଏକା
ଭଳି ଲାଗୁଥିଲା କ୍ଷୀଣ ଜହ୍ନ ଆଲୁଅରେ
ଆକାଶର ବିଳମ୍ବିତ ମୌନତା
ବ୍ୟାକୁଳ ହତାଶା ଥକା ମଣିଷର ଦୀର୍ଘଶ୍ୱାସ
ଭିତରେ କଥା କହୁଥାଏ ଅଳ୍ପରେ ।।
No comments:
Post a Comment