ଓଡ଼ିଶା ଅର୍ଥ ସେବା ,ଭୁବନେଶ୍ୱର ।
କେଇ ଅସରା ବର୍ଷା ପରେ ସହରର
ରାସ୍ତା ଘାଟ କୁ ଆଲୋକ ତା ମୁଦ୍ରାରେ
କରିଥିଲା ଆଲିଙ୍ଗନ ।।
ନୀଚ କୁତ୍ସିତ ବ୍ୟକ୍ତି ମୁକ୍ତି ପାଇବା କୁ
ଚାହୁଁଥିଲା ଇନ୍ଦ୍ରଧନୁର ଶୁଭ୍ର
ଆଲୋକର ଦଂଶନରୁ
ଲକ୍ଷ ହିନ ଭାବେ ଆବାଳ ବୃଦ୍ଧ ବନିତା
ଫେରିବାକୁ ଚାହୁଁ ନ ଥିଲେ
ସ୍ବାର୍ଥ ସାଧନ ବାଟରୁ ଫେରିବାକୁ
ଅଧିକ ପଇସା ରୋଜଗାରର ମାୟା
ଅଭିଶପ୍ତ ପରି ଲାଗୁଥିଲା ଜଣକୁ ।।
କୁତ୍ସିତ ବଳାତ୍କାର ମାନସିକତାର
ଆଲୋଚନା ଚାଲେ ଆଲୁଅର
ଆଲିଙ୍ଗନ ଭିତରେ
ସମୟ ସରିଯାଏ ନିର୍ଯ୍ୟସା ବିନା
ମାନ ସମ୍ମାନ ଲୁଣ୍ଠନ ଭିତରେ
ବଳାତ୍କାର କନ୍ୟାର ମା ଅପେକ୍ଷା କରିଥାଏ
କୋହ ଭରା ଆବେଗରେ
ଆଲୋକର ଆଲିଙ୍ଗନ ନ୍ୟାୟିକ ତତ୍ୱକୁ
ବିଶ୍ଳେଷଣ କରେ ପ୍ରକାରାନ୍ତେ ।।
ତନ୍ଦ୍ରା ଘାରି ଆସିଥିଲା ,
ମୁଁ ବୁଡି ଯାଉଥିଲି ଅକାତ କାତ ପାଣିରେ
ଜଡ଼ ପଥର ତନ୍ଦ୍ରା କୋଳରେ
ପଡ଼ିଥିଲା ନିର୍ବାକ ଅବସ୍ଥାରେ
ଶବ୍ଦଟିଏ କହୁଥିଲା ବିଚରବନ୍ତ ସ୍ୱଭାବରେ
ଆଲୋକର ଆଲିଙ୍ଗନ ପରେ
ତନ୍ଦ୍ରା ର ନିଦ ହଜିଥିଲା ଅଳ୍ପ ସମୟ ଭିତରେ ।।
ଅର୍ଜୁନଙ୍କ ଗାଣ୍ଡିବ ନିଜ ପରିଚିତ
ଲୋକଙ୍କୁ ପାଇ ହୋଇଥିଲେ ଅଧିର
କୃଷ୍ଣ ଙ୍କ ଆଦେଶ ଥିଲା ଅଧର୍ମ
ଉପରେ କରିବାକୁ ପ୍ରହାର
ଆଲୋକର ଆଲିଙ୍ଗନ ବିଶ୍ଵ ଦର୍ଶନ
ପରେ କୃଷ୍ଣ କରିଥିଲେ ବିଚାର
ସେବେଠାରୁ ନ୍ୟାୟର ବିଜୟ ଅନ୍ୟାୟ
ଉପରେ ହୋଇଛି ନିରନ୍ତର ।।
ଘଞ୍ଚ ଅପହଞ୍ଚ ଇଲାକାରେ ମୋର
ଗତି ଲାଗୁଥିଲା ସଂଶୟ ଭିତରେ
ଗଛର ଫାଙ୍କ ଭିତରେ ଜନ୍ହ ଆଲୁଅ
ସହସରେ ଆଗକୁ ବଢ଼ିବାକୁ ପ୍ରେରଣା
ଦେଉଥିଲା ସତରେ
ଖଦ୍ୟୋତିକା ସ୍ୱଭାବରେ ଆଲୋକର
ଆଲିଙ୍ଗନ ଲାଗିଥିଲା ସମାଜ ମଙ୍ଗଳରେ ।।
ସ୍ବାଧୀନତାର ସ୍ଵାଦ ଚାଖିନି
ଅପହଞ୍ଚ ଅନ୍ଧାରୀ ମୁଲକ
ଜାତିଆଣ ଭାବର କବର ଦେଇନ,
କଥାରେ କହୁଥିଲ ପ୍ରଚାରକ
ଆଲୋଚନାର ସାରାଂଶ ଭିତରେ
ସଂରକ୍ଷଣ ଶବ୍ଦଟି ଲାଗୁଥିଲା ଅମୂଳକ
ଆଲୋକର ଆଲିଙ୍ଗନ ଯୁବ ଶକ୍ତିକୁ
କରିପାରେ ନବଭାରତ ଗଠନର ଶ୍ରେଷ୍ଟ ସଂଗଠକ ।।
No comments:
Post a Comment